
ସ୍ୱାମୀ ର ଶୁଦ୍ଧିକ୍ରିୟା ରେ ସ୍ତ୍ରୀ ର ମୃତ୍ୟୁ,ଝୁରି ଝୁରି ଚାଲିଗଲା ପ୍ରାଣପ୍ରିୟା ଙ୍କ ଜୀବନ
କାକଟପୁର ତା ୫/୧୨,
( ତୁଷାର ଦୀକ୍ଷିତ )
ପ୍ରେମ ଶାଶ୍ୱତ ଆଉ ନିର୍ମଳ, ଦେହ ଓ ଆତ୍ମା ଯେପରି ଗୋଟେ ମୁଦ୍ରା ର ଦୁଇ ପାର୍ଶ୍ୱ ଠିକ ସେହିପରି ପ୍ରେମ ଓ ବିଶ୍ୱାସ, ଆଜିକାଲି ର ପ୍ରେମ ନୁହେଁ ଦୀର୍ଘ ୫୦ ବର୍ଷ ର ପ୍ରେମ ଯାହାର ପୂର୍ଣ୍ଣଛେଦ ପଡିଯାଇଛି ଗାଁ ସ୍ମଶାନ ରେ l ଅସ୍ତରଙ୍ଗ ବ୍ଲକ ମାଣ୍ଡୁକି ପଞ୍ଚାୟତ ଓଲରା ଗ୍ରାମ ର ବାର୍ଦ୍ଧକ୍ୟ ଦମ୍ପତି ସ୍ବର୍ଗତଃ ବାଉରୀବନ୍ଧୁ ଓ ତାଙ୍କ ଧର୍ମପତ୍ନୀ ମାଳତୀ ବିଶ୍ୱାଳ,୧୯୪୫ ମସିହା ରେ ଜନ୍ମଗ୍ରହଣ କରିଥିବା ବାଉରୀବନ୍ଧୁ ବିଶ୍ୱାଳ ଗତ ନଭେମ୍ବର ୨୪ ତାରିଖ ରେ ବାର୍ଦ୍ଧକ୍ୟ ପୀଡା ରେ ଶେଷନିଶ୍ୱାସ ତ୍ୟାଗ କରିଥିଲେ, ସେ ସିନା ୮୦ ବର୍ଷ ବୟସ ରେ ଇହଲୀଳା ତ୍ୟାଗକଲେ କିନ୍ତୁ ଏକୁଟିଆ ହୋଇଯାଇଥିଲେ ତାଙ୍କ ପ୍ରାଣପ୍ରିୟା ୭୫ ବର୍ଷିଆ ବୃଦ୍ଧା ମାଳତୀ, ଆଜକୁ ୧୧ ଦିନ ହେବ ସବୁବେଳେ ମାଳତୀ ଝୁରୁଥିଲେ ତାଙ୍କ ସ୍ୱାମୀ ଙ୍କୁ, ମନେ ପକାଇ ଜୀବନ ର ପରିଣତ ବୟସ ରେ ଆଖିରୁ ଝରାଉଥିଲେ ଲୁହ, ଯେଉଁ ଲୁହ ରେ ଲୁଚି ରହିଥିଲା ଅନେକ ଅକୁହା କଥା, ପରିବାର ରେ ପୁଅ ବୋହୁ ନାତି ନାତୁଣୀ ସବୁ ଖୁସି ମିଳିଲେ ବି ନିଜ ଶଙ୍ଖା ସିନ୍ଦୁର ପାଇଁ ମଳିନ ପଡିଯାଇଥିଲା ମାଳତୀ ଙ୍କ ଆଖି, ସ୍ୱାମୀ ଯିବାର ୧୦ ଦିନ ହେବ ପେଟକୁ ନେଇନାହାନ୍ତି ଆହାର,କାନ୍ଦି କାନ୍ଦି ଲୁହ ବି ଶୁଖୁନି, ସାଇ ପଡିଶା ବନ୍ଧୁବାନ୍ଧବ ଯେତେ ବି ବୁଝାଇଲେ ବୁଝୁନଥିଲେ ସେ, କେବଳ ଗୋଟେ ଶବ୍ଦ ଭାସି ଆସୁଥିଲା ତାଙ୍କ ବାର୍ଦ୍ଧକ୍ୟ କଣ୍ଠ ରୁ – ମୋ ଧନ, ମୋ ପ୍ରାଣ ମୁଁ ଥାଉ ଥାଉ କାଇଁ ଆଗ ଚାଲିଗଲ, ମୁଁ ଅହି ସୁଲକ୍ଷଣି ର ଆଶୀର୍ବାଦ କି ମୂଲ୍ୟ ଦେଲ, ଯେତେବେଳେ ଗଲ ମୋତେ କାଇଁ ଡ଼ାକିଲନି ତୁମ ସହ ମୁଁ ବି ଯାଇଥାନ୍ତି l ସତେ ଯେପରି ଲାଗୁଥିଲା ତାଙ୍କ ସ୍ୱାମୀ ବାଉରୀବନ୍ଧୁ ଙ୍କ ଆତ୍ମା ସେହି ଘର ନିକଟରେ ଅପେକ୍ଷା କରିଛି ତାଙ୍କ ପ୍ରାଣପ୍ରିୟା ଙ୍କୁ, ଠିକ ୧୧ ଦିନ ରେ ଘଟିଲା ଏକ ଆଶ୍ଚର୍ଯ୍ୟ ଘଟଣା, ଗୋଟେ ପଟେ ବାଉରୀବନ୍ଧୁ ଙ୍କ ସୁଧକ୍ରିୟା ଭୋଜି ଚାଲୁଚି, ଭାଇ ବନ୍ଧୁ ଗ୍ରାମବାସି ପ୍ରୀତି ଭୋଜନ ଖାଇ ଘରକୁ ଫେରୁଛନ୍ତି ବାଉରୀବନ୍ଧୁ ଙ୍କ ଘରୁ ଶୁଭିଲା ଆଉ ଏକ ଚିତ୍କାର, ହଟାତ ଦେଖିବାକୁ ମିଳିଲା ତାଙ୍କ ପତ୍ନୀ ମାଳତୀ ବି ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି l ଯାହାକୁ ନେଇ ଗ୍ରାମବାସୀ କହୁଛନ୍ତି ଏ ଦୁଇ ଜଣ ଖାଲି ଦମ୍ପତି ନଥିଲେ ଥିଲେ ସାତ ଜନ୍ମ ର ଚିରନ୍ତନ ପ୍ରେମୀ ଯୁଗଳ ସେଥିପାଇଁ ବାଉରୀବନ୍ଧୁ ଙ୍କ ସୁଧକ୍ରିୟା ରେ ବାଉରୀଙ୍କ ଆତ୍ମା ନିଜ ପ୍ରାଣପ୍ରିୟା ଙ୍କୁ ଡାକିନେଇଗଲା, ଏହି ଭଳି ଏକ ଦାମ୍ପତ୍ୟ ପ୍ରେମ ଓ ସ୍ଵର୍ଗାରୋହଣ ହୁଏତ ଅସ୍ତରଙ୍ଗ ଅଞ୍ଚଳ ରେ ପ୍ରଥମ ବୋଲି ବିଭିନ୍ନ ମହଲ ରେ ଆଲୋଚନା ହେଉଛି l