
ହରିହର ବେଶରେ ଦର୍ଶନ ଦେବେ ପ୍ରଭୁ ବଡ଼ ଠାକୁର
ପବିତ୍ର କାର୍ତ୍ତିକ ମାସର ଅମାବାସ୍ୟା ଠାରୁ ଶୁକ୍ଳ ଦଶମୀ ମଧ୍ୟରେ ସୋମବାର ପଡ଼ିଲେ ଶ୍ରୀମନ୍ଦିରରେ ଅନୁଷ୍ଟିତ ହୁଏ ବଡ଼ଠାକୁରଙ୍କ ହରିହର ବେଶ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅବକାଶ ନୀତି ପରେ ବଡ଼ଠାକୁରଙ୍କ ହରିହର ବେଶ ଅନୁଷ୍ଠିତ ହୁଏ ତା ସହିତ ମହାପ୍ରଭୁ ଜଗନ୍ନାଥ ରାଧାଦାମୋଦର ଵେଶରେଦର୍ଶନ ଦିଅନ୍ତି । ପୁଷ୍ପାଳକ ସେବକ ମାନେ ବଡ଼ଠାକୁରଙ୍କୁ ହରିହର ବେଶରେ ଏବଂ ଶ୍ରୀଜଗନ୍ନାଥଙ୍କୁ ରାଧା ଦାମୋଦର ବେଶରେ ସଜ୍ଜିତ କରନ୍ତି । ଏହି ବେଶରେ ବଡ଼ଠାକୁର ଅର୍ଦ୍ଧେକ ଧଳା ଓ ଅର୍ଦ୍ଧେକ କଳା ବସ୍ତ୍ରରେ ଦର୍ଶନ ଦେବା ସହ ବିଭିନ୍ନ ପ୍ରକାରର ସୁବର୍ଣ୍ଣ ଅଳଙ୍କାର ପରିଧାନ କରିଥାନ୍ତି । ତେବେ ଚଳିତ ବର୍ଷ ୩୧ ଅର୍ଥାତ ସୋମବାର ଶ୍ରୀଜିଉଙ୍କ ହରିହର ବେଶ ଅନୁଷ୍ଠିତ ହେବ ।
1 Comment
To do good one must have a good taste