
ଝାମୁଁ ଯାତ୍ରା ରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଜଳଛତ୍ର ଅନ୍ନପ୍ରସାଦ ସେବା
କାକଟପୁର 11/4 କାକଟପୁର ଅଧିଷ୍ଠାତ୍ରୀ ମା ମଙ୍ଗଳା ଙ୍କ ଝାମୁଁ ଯାତ୍ରା ରେ ଲକ୍ଷାଧିକ ଭକ୍ତ ଙ୍କ ସମାଗମ ହୋଇଥିବା ବେଳେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଜଳଛତ୍ର ଓ ଅନ୍ନପ୍ରସାଦ ସେବା ଅନୁଷ୍ଠିତ ହୋଇଥିଲା l ପିସି ପରିଡା କାନଷ୍ଟ୍ରକ୍ସନ ପକ୍ଷରୁ ପ୍ରତାପ ଚନ୍ଦ୍ର ପରିଡା, ବିଜନ କୁମାର ପରିଡା, ସ୍ୱାଧୀନ କୁମାର ପ୍ରଧାନ, ଦୀପକ ପରିଡା ସନ୍ଦୀପ ମହାନ୍ତି, ମାନସ ପରିଡା,ଜାହାନ ପବ୍ଲିକ ସ୍କୁଲର ନିର୍ଦ୍ଦେଶକ ସୁମିତ୍ରା ପରିଡା, ମଧୁସ୍ମିତା ପଢ଼ିଆରୀ, ସୋନାଲି ଲେଙ୍କା, ସୁନିତା ସ୍ୱାଇଁ, ଆଶିଷ କୁମାର ସାହୁ, ପଦ୍ମଲାଭ କାଣ୍ଡି,ଭୁବନେଶ୍ୱର ସ୍ମାର୍ଟ ସିଟି ଅଟୋ ଗ୍ରୁପ ର ଅଧ୍ୟକ୍ଷ ଦୀନବନ୍ଧୁ ନାୟକ, ସଭାପତି ଇତିଶ୍ରୀ ପ୍ରଧାନ, ଗଦାଧର ପରିଡା, ମନୋରଞ୍ଜନ ସାହୁ, ସଞ୍ଜୟ ନାୟକ, ଅନୱାର ଖାଁ, ମନୋଜ ଦାଶ, ଉଲ୍ଲାସ ସାହୁ, ରତ୍ନାକର ବେହେରାଙ୍କ ନେତୃତ୍ୱରେ ଭକ୍ତ ମାନଙ୍କୁ ଟଙ୍କ ତୋରାଣୀ ବଣ୍ଟନ କରାଯାଇ ଥିଲା l ସେହିପରି ପ୍ରାଚୀ ୟୁଥ ସୋସିଆଲ ଅର୍ଗାନାଇଜେସନ ରେ ଗୃହ ରାଷ୍ଟ୍ର ମନ୍ତ୍ରୀ ତୁଷାର କାନ୍ତି ବେହେରା, ପୁରୀ ଜିଲ୍ଲା ପରିଷଦ ଉପାଧ୍ୟାକ୍ଷ ସ୍ୱାଧୀନ କୁମାର ନାୟକ, ପ୍ରାଚୀ ୟୁଥ ଅର୍ଗାନାଇଜେସନ ସଭାପତି ଦେବରାଜ ଦୀକ୍ଷିତ, ସୁଧାଂଶୁ ଭୂଷଣ ଦୀକ୍ଷିତ (ମିଟୁ ଭାଇନା ) ସଞ୍ଜୟ ସାମଲ ଅନୁଷ୍ଠାନିକ ଭାବେ ଶୁଭାରମ୍ଭ କରି ଭକ୍ତ ମାନଙ୍କୁ ନିଶୁକ୍ଳ ପ୍ରସାଦ ବଣ୍ଟନ କରିଥିବା ବେଳେ କାକଟପୁର ଯୁବ କଂଗ୍ରେସ ପକ୍ଷ୍ୟରୁ ବିଶ୍ୱ ଭୂଷଣ ଦାସ, ପଞ୍ଚlୟତ ସଭାପତି ନଳିନୀ କାନ୍ତ ଦୀକ୍ଷିତ, କରୁଣା କର ସେନାପତି, ତପନ କାଣ୍ଡି, ପ୍ରମୁଖ ଜଳ ଛତ୍ର କରି ଖରାରେ ଆସୁଥିବା ଭକ୍ତ ଙ୍କ ତୃଷା ମେଣ୍ଟାଇଥିଲେ