
ରଥ ନିର୍ମାଣ କାର୍ଯ୍ୟ ପ୍ରଥମ ଦିନ
ତା୨୪.୪.୨୦୨୩ ସୋମବାର
ରଥଖଳାରେ:ରଥ ନିର୍ମାଣ କାର୍ଯ୍ୟ ପ୍ରଥମ ଦିନ
ନିର୍ମାଣକାରୀଙ୍କ ଉପସ୍ଥାନ
*ତିନିରଥ ର ମୋଟ ମହାରଣା-୯
*ତିନି ରଥ ର ଭୋଇ ସେବକ- ୬
*ତିନିରଥ ର କରତି ସେବକ – ୪
*ତିନି ରଥର କମାର ସେବକ-୬
*ରଥଖଳା ସହାୟକ(ପଣି ଵାଲା)-୧
ମୋଟ-୨୬
ରଥ ନିର୍ମାଣ ଅଗ୍ରଗତି
ପବିତ୍ର ଅକ୍ଷୟ ତୃତୀୟା ତିଥିରେ
ରଥ ନିର୍ମାଣର ଶୁଭାନୁକୂଳ ପରେ ଆଜି ରଥ ନିର୍ମାଣକାରୀ ସେବକ ମାନେ ସକାଳ ଘ.୮.୦୦ ଟାରେ ରଥ
ଖଳା ଠାରେ ଉପସ୍ଥିତ ହୋଇଥିଲେ।
ତିନିରଥ ର କରତି ସେବକ ମାନେ ତିନି ରଥ ପାଇଁ ଉଦିଷ୍ଠ ଫାଶୀ କାଠକୁ ମାପ ପ୍ରକାରେ ଗଡକରି
ତାଳଧ୍ଵଜ ଚଳି, ଦର୍ପଦଳନ ଚାଳି ଏବଂ ନନ୍ଦିଘୋଷ ଚାଳି କୁ ଦୁଇଟି ଲେଖାଁଏ ତୁମ୍ବ ଗଡକରି ଯୋଗାଇଥିଲେ । ଏହାପରେ ତିନି ରଥର ସୁତାର ମହାରଣା ତୁମ୍ବ ଗଡ଼ ମାନଙ୍କରେ ଘେର ମାପ ଚିହ୍ନ ଦେବା ପରେ ତିନିରଥ ମହାରଣା ମାନେ ତୁମ୍ବ ଗଡକୁ ବାରିସୀରେ ହାଣି ମର୍ଦଳ
କାର ଭାବେ ହାଣି ତିନିରଥ ଗୋଟିଏ
ଲେଖାଁଏ ତୁମ୍ବ ନିର୍ମାଣ କରିଛନ୍ତି ।
ଏଥିସହ ଆଜି କମାର ସେବକ ମାନେ ଦୋଳବେଦୀସ୍ଥ ଅସ୍ଥାୟୀ କମାର ଶାଳରେ ତିନିରଥ ପାଇଁ
ଆବଶ୍ୟକୀୟ କଣ୍ଟା ପ୍ରସ୍ତୁତ ପାଇଁ
କମାର ଶାଳ ପ୍ରସ୍ତୁତ କରି ଶାଳ ପୂଜା
ସମ୍ପର୍ଣ୍ଣ କରିଛନ୍ତି ।