
ମଙ୍ଗଳା ଙ୍କ ମନ୍ଦିରରେ ଗଁଇଠା ଭୋଗ ଏକ ନିଆରା ପରମ୍ପରା
କାକଟପୁର (ତୁଷାର ରଞ୍ଜନ ଦୀକ୍ଷିତ ) ଏବେ ଶକ୍ତି ପୀଠ ମାନଙ୍କରେ ପାର୍ବଣ ପୂଜା ଚାଲୁଥିଲାବେଳ ପ୍ରମୁଖ ଶକ୍ତିପୀଠ ଭାବେ ପରିଚିତ କାକଟପୁର ର ମଙ୍ଗଳା ମନ୍ଦିର, ଏହି ପୀଠ ରେ ପ୍ରତ୍ୟେକ ଦିନ ଚଣ୍ଡୀ ପାଠ ସହିତ ଷୋଡଶ ଉପଚାର ପୂଜା ପାଳିତ ହେଉଅଛି,ଏହି ପୂଜାରେ ବିଭିନ୍ନ ପ୍ରକାର ର ଫଳ ମଧ୍ୟ ପୂଜା କରାଯାଇଥାଏ, ପ୍ରତ୍ୟେକ ଦୈନିକ ମାଙ୍କୁ ପଇଡ଼ ଓ ଗଇଁଠା ଭୋଗ କରାଯାଉଥିବା ବେଳେ , ଆମିଷ ଭୋଗ କରାଯିବାର ପରମ୍ପରା ମଧ୍ୟ ଅଛି ସେହିପରି ସରା ଭୋଗ ମଧ୍ୟ ଏହି ଷୋଡଶ ପୂଜାରେ କରାଯାଇଥାଏ, ଏହି ସରା ଭୋଗ ପାଇଲେ ବହୁ ପୁରୁଣା ରୋଗ ଉଭାଇ ଯିବାର ନଜିର ମଧ୍ୟ ରହିଛି,ଏହି ସରା ଭୋଗରେ ଚୁଡାଭଜା, ଉଖୁଡା, ଫଳସେଓ,ଅଙ୍ଗୁରୁ, ବେଦନା,କାକୁଡି, ବଲ୍ଳଭ, ଡାଳିମ୍ବ, ନଡ଼ିଆ ପାତି,ଉଖୁଡା ଭୋଗ କରାଯାଇଥାଏ, ସେହିପରି ମା ଙ୍କ ପାର୍ବଣ ପୂଜାରେ ବିଭିନ୍ନ ପ୍ରକାର ର ବାଦ୍ୟ ଯଥା ଢୋଲ, ଯୋଡି ନାଗରା, ଶଙ୍ଖ, ତୁରୀ, ମହୁରୀ, ଚାଙ୍ଗୁ ବାଜାରେ ଦୁଲୁକି ପଡୁଥିଲା ବେଳେ ଭଉଣ୍ଡ ପରେ ସେବାୟତ ମାନଙ୍କ ଦ୍ୱାରା ଘଣ୍ଟ, ପଖୁଜ ମାଡ଼ରେ ମନ୍ଦିର ତତ ସହିତ ମନ୍ଦିର ବେଢାରେ ସଂକୀର୍ତନ ମଣ୍ଡଳୀ ଙ୍କର ହରିନାମ କୀର୍ତନ ଗିନି, ପଖୁଜ ଓ ଶ୍ରଦ୍ଧାଳୁ ମାନଙ୍କ ଦ୍ୱାରା ମନ୍ଦିର ବେଢାରେ ମା ଙ୍କ ଭଜନ ରେ ପୁଲକିତ ହୋଇ ଉଠୁଥାଏ,ବାହାରୁ ଆସୁଥିବା ଭକ୍ତ ମାନେ ନିଜକୁ ସାମିଲ କରି ଅହୋଭାଗ୍ୟ ବୋଲି ମନେ କରିଥାନ୍ତି, ଷୋଡଶ ଉପଚାର ପୂଜା ପାଇଁ ବହୁତ ପ୍ରକାରର ପୂଜା ବାସନ ର ଆବଶ୍ୟକ ପଡିଥାଏ ଜଣେ ଭକ୍ତ ମାଙ୍କର ପୂଜା ପାଇଁ ତାର ମାନସିକ ପୂର୍ଣ୍ଣ ହେଵା ପରେ ରୁପାର ନିର୍ମିତ ସବୁ ପୂଜା ବାସନ ମାଙ୍କୁ ଅର୍ପଣ କରି ଟ୍ରଷ୍ଟ ବୋର୍ଡ ରୁ ପକ୍କା ରସିଦ ନେଇଥବା କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରକାଶ କେଇଛନ୍ତି, ସେବାୟତ ତରଫରୁ ମାଙ୍କ ଗଳା ପାଇଁ ଚକ୍କ ଓ ପରେ ପୂଜା ପାଇଁ ରୁପାର ବାସନ ଦେଇ ମାଙ୍କ ଆଶିଷ ଲାଭ କରିଥିବାରୁ ନିଜକୁ ଧନ୍ୟ ମନେ କରିଥିବା ପ୍ରକାଶ କରିଛନ୍ତି, ଏହି ଷୋଡଶ ଉପଚାର ପୂଜାରେ ମା ମଙ୍ଗଳା ଙ୍କୁ ଦାନ କଲେ କୋଟି ଜନ୍ମର ପୁଣ୍ୟ ମିଳିଥାଏ ବୋଲି ଜଣା ପଡିବା ପରେ ଦିନକୁ ଦିନ ମା ମଙ୍ଗଳାଙ୍କ ମନ୍ଦିରରେ ଭକ୍ତ ସମାଗମ ବଢୁଥିବା କଥା ଟ୍ରଷ୍ଟ ବୋର୍ଡ ଅଧିକାରୀ କୈଳାଶ ଚନ୍ଦ୍ର ଦାସ ପ୍ରକାଶ କରିବା ସହିତ ଶାନ୍ତି ଶୃଙ୍ଖଳା ର ସହିତ ମାଙ୍କୁ ଦର୍ଶନ ଭକ୍ତ ମାନେ କିପରି ଭାବେ କରିପାରିବେ ସ୍ଥାନୀୟ ପ୍ରଶାସନ ଓ ମନ୍ଦିର ଟ୍ରଷ୍ଟ ବୋର୍ଡ ଏହା ଉପରେ ତୀକ୍ଷ୍ଣ ନଜର ରଖିଛି ବୋଲି ମତ ଦେଇଛନ୍ତି