
କାର୍ତ୍ତିଖର୍ପର ବା କାତ୍ୟାୟନୀ ବେଶରେ ଦର୍ଶନ ଦେଲେ ମା ମଙ୍ଗଳା
କାକଟପୁର (ତୁଷାର ରଞ୍ଜନ ଦୀକ୍ଷିତ ) ୧୯/୧0 :-ଓଡ଼ିଶାର ୮ ଗୋଟି ସ୍ଥାନ ମଧ୍ୟରେ ବିଦ୍ୟମାନ କାକଟପୁର ବାସିନୀ ମା ମଙ୍ଗଳା ପୁରାଣ କୁହେ ଅଷ୍ଟଚଣ୍ଡୀ ଙ୍କ ପୀଠ ମଧ୍ୟରେ କାକଟପୁର ବାସିନୀ ମା ମଙ୍ଗଳା ହେଉଛନ୍ତି ଅନ୍ୟତମ ସେ ହେଉଛନ୍ତି ଆଦିମାତା ମା ମା ହେଉଛନ୍ତି ଆଦିଶକ୍ତି, ପରମ ବୈଷ୍ଣବୀ ଦୁଃଖ ହାରିଣୀ ଭକ୍ତି ପ୍ରଦାୟନୀ ମା ବିପଦ ଭଞ୍ଜନୀ,ବିପଦ ଆପଦ ରୁ ରକ୍ଷା କରନ୍ତି ତାଙ୍କର ଭକ୍ତ ମାନଙ୍କୁ l ଘଣ୍ଟ ଘୋଡାଇ ରଖନ୍ତି ତାଙ୍କର ଆଶ୍ରିତ ମାନଙ୍କୁ l ସେ ହେଉଛନ୍ତି ସର୍ବ ମଙ୍ଗଳମୟ ମା ମଙ୍ଗଳା l
ମା ମଙ୍ଗଳା ଙ୍କ ର ବିଭିନ୍ନ ମାସରେ ବିଭିନ୍ନ ଯାନି ଯାତ୍ରା ମଧ୍ୟରେ ଶରତ ଋତୁ ରେ ଶାରଦୀୟ ପାର୍ବଣ ପୂଜା ଅନ୍ୟତମ l ଆଶ୍ୱିନ ମୂଳାଷ୍ଟାମୀ ଠାରୁ ପାରମ୍ପରିକ ପ୍ରଥାନୁସାରେ ଶାରଦୀୟ ପାର୍ବଣ ପୂଜା ଆରମ୍ଭ ହୋଇ ବିଜୟା ଦଶମୀ (ଦଶହରା )ଦିନ ଶେଷ ହୋଇଥାଏ l ନବପତ୍ରିକା ପୂଜା ର ଆଜି ଷଷ୍ଠୀ ତିଥି ପୂଜାରେ ମା ମଙ୍ଗଳା କାତିଖର୍ପର ବା କାତ୍ୟାୟନୀ ଵେଶ ରେ ଦର୍ଶନ ଦିଅନ୍ତି ଭକ୍ତ ମାନଙ୍କୁ l ମହିଷାସୁର କୁ ମାରିବା ପାଇଁ ସବୁ ଦେବା ବେବୀ ମାନେ ଅସ୍ତ୍ର ଶସ୍ତ୍ର ଦେଇଥାନ୍ତି ମାଙ୍କୁ ଅସ୍ତ୍ର ଶସ୍ତ୍ର ଲାଗି ହେଵା ପରେ ଏହାକୁ କାର୍ତ୍ତି ଖର୍ପର ବେଶ କୁହାଯାଏ ପୂର୍ବରୁ ମା କାର୍ତ୍ତି (ଖଣ୍ଡା ),ଖର୍ପର,ସରା (ରକ୍ତ ସଂଗ୍ରହ ପାତ୍ର )ପ୍ରଭୃତି ଅସ୍ତ୍ର ଶସ୍ତ୍ର ଲାଗି କରାଯାଇଥିଲା l
ମହିଷାସୁର ସହିତ ଯୁଦ୍ଧ କରିବାକୁ ଯିବା ପୂର୍ବରୁ ମା ଦୁର୍ଗା ଯେଉଁ ସବୁ କାର୍ଯ୍ୟ କରିବାକୁ ଚଣ୍ଡୀ ପୁରାଣ ରେ ବର୍ଣିତ ହୋଇଛି ତଦନୁସାରେ ମା ‘ମଙ୍ଗଳା ଙ୍କୁ ସବୁ ଅସ୍ତ୍ର ଶସ୍ତ୍ର ଦେଇ ସଜ୍ଜିତ କରାଯାଇଥିଲା l ଏହି ମନୋରମ ଵେଶ ଦେଖିବାକୁ ମନ୍ଦିର ରେ ବହୁ ଭକ୍ତ ଙ୍କ ର ସମାଗମ ହୋଇଥିବା ବେଳେ ଆସନ୍ତା କାଲି ଶୁକ୍ରବାର ଦିନ ପ୍ରସିଦ୍ଧ ସିଂହ ବାହିନୀ ବେଶ ଅନୁଷ୍ଠିତ ହେବ ବୋଲି ପ୍ରକାଶ କରିଛନ୍ତି ମା ମଙ୍ଗଳା ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ କୈଳାସ ଚନ୍ଦ୍ର ଦାଶ ଓ ସେବାୟତ ନଳିନୀ କାନ୍ତ ଦୀକ୍ଷି