

କାକଟପୁର 30/10 କାକଟପୁର ବଜାର ର ଅନ୍ୟ ଏକ ଅଗ୍ରଣୀ ଵେବସାୟୀ ଅନୁଷ୍ଠାନ ଭାବେ ଲକ୍ଷ୍ମୀ ବଜାର ପରିଚତି,ଏହି ବଜାରରେ ଦୀର୍ଘ 20 ବର୍ଷ ପରେ ମା ଧନଲକ୍ଷ୍ମୀ ପୂଜା ପାଉଥିବାରୁ ଲକ୍ଷ୍ମୀ ବଜାରରେ ଥିବା ସମସ୍ତ ସଦସ୍ୟ ମାନେ ଖୁସି ଥିବା ଜଣା ପଡେ,ଏକ ମନ ଏକ ପ୍ରାଣ ରେ ଏହି ପୂଜାକୁ ଶରସ ସୁନ୍ଦର କରିବା ପାଇଁ ଯୁବ ଵେବସାୟୀ ମାନେ ଏହି କାର୍ଯ୍ୟଧାରାକୁ ଆଗେଇ ନେଇଛନ୍ତି, ମା ଧନଲକ୍ଷ୍ମୀ ଙ୍କ ପୂଜା କରିବା ସହିତ ପୂଜା ଆରମ୍ଭ ଦିନଠାରୁ ବିଭିନ୍ନ ପ୍ରକାର ସଂlସ୍କୃତିକ କାର୍ଯ୍ୟକ୍ରମ ଚାଲୁ ରହିଛି,କିଛି ଉତ୍ସାହୀ ଯୁବ ଵେବସାୟୀ ମାନେ ଦିନ ଦରିଦ୍ର ଙ୍କ ସହିତ ପ୍ରତି ବଜାର କମିଟି ସଦସ୍ୟ ମାନଙ୍କୁ ନିମନ୍ତ୍ରିତ କରି ପୂଜା ମଣ୍ଡପ କୁ ପାଛୋଟୋ ମାଙ୍କ ପ୍ରସାଦ ଭାବେ ଅରୁଆ ଅର୍ଣ୍ଣ, ଡାଲମା,ଖଟା, ଖିରି ମାଙ୍କ ପ୍ରସାଦ ଖୁଆଇଥିଲେ ଏମିତି କି ବାଟୋଇ ମାନେ ରାସ୍ତାରେ ଯାଉଥିବା ବେଳେ ସେମାନଙ୍କୁ ଅନୁଷ୍ଠାନ ର କର୍ତା ପ୍ରସନ୍ନ କୁମାର ନାୟକ ଓ କର୍ତ୍ତୀ ଧର୍ମପତ୍ନୀ ଙ୍କ ସମେତ ସୁଧାଂଶୁ ଭୂଷଣ ଦୀକ୍ଷିତ, ଶ୍ୟାମ ସୁନ୍ଦର ରଣା, ପିକୁଲା ନାୟକ, ଅଜୟ କୁମାର ନାୟକ, ହିମାଂଶୁ ଭୂଷଣ ଦୀକ୍ଷିତ, ସରୋଜ କୁମାର ସାମଲ, ଶୁଭ୍ରାଂଶୁ ଭୂଷଣ ଦୀକ୍ଷିତ, ନନ୍ଦ କୁମାର ସାହୂ,ନୃସିହ ଚରଣ ନାୟକ,ପବିତ୍ର ମୋହନ ଦୀକ୍ଷିତ, ସନ୍ତୋଷ କୁମାର ନାୟକ ପ୍ରମୁଖ ବାଟରେ ଯାଉଥିବା ବାଟୋଇ ମାନଙ୍କୁ ବିନମ୍ର ନିବେଦନ କରି ପୂଜା ମଣ୍ଡପ କୁ ନେଇ ପ୍ରସାଦ ଖୁଆଇ ଛାଡିଥିଲେ,
ସଭାପତି
ଲକ୍ଷ୍ମୀ ବଜାର ରତିକାନ୍ତ ବେହେରା କୁହନ୍ତି
ଆମ ବଜାରରେ ବିଗତ ଦିନରେ ପୂଜା ବନ୍ଦ ଥିଲା ଯାହା ହେଉ ମା ଧନ ଲକ୍ଷ୍ମୀ ଙ୍କ ପୂଜା କରି ଆମେ ଆନନ୍ଦିତ
ସମ୍ପାଦକ
ହିମାଂଶୁ ଭୂଷଣ ଦୀକ୍ଷିତ
ଓଡ଼ିଆ ପରମ୍ପରା କୁ ଆମେ ପୁନଃ ଜୀବିତ କରି ଆମ ବଜାର ର ଟେକ ରଖିଛୁ ପୂଜାରେ ସାମିଲ ହେବାକୁ ସମସ୍ତଙ୍କର ସହଯୋଗ ଆଶା ରଖିଛୁ
ସ୍ମୁତିକାନ୍ତ ଦୀକ୍ଷିତ ସଦସ୍ୟ
ଯାହା ହେଉ ଆମ ପଡୋଶୀ ବଜାରରେ ଗଣେଶ ପୂଜା 40 ବର୍ଷ ହେବ ଚାଲିଆସିଛି
ମନ ଭିତରେ ଥିଲା ଆମ ବଜାରରେ ଗୋଟେ ପୂଜା ହୁଅନ୍ତାନି
ଆଜି ମୋ ଆଶା ସାକାର ହୋଇଛି
ବାଟରେ ଯାଉଥିବା ପଥିକ କୁହନ୍ତି
ବହୁଦିନ ତଳେ ଏ ବଜାର ସବୁଠୁ ପୁରୁଣା ଥିଲା ଆଜି ବଜାର ସିନା ବଢିଛି ହେଲେ ଏଇ ବଜାରରେ ବହୁ ପୁରୁଣା ଦୋକାନୀ ଥିଲେ ସେତେବେଳେ ବି ପୂଜା ହେଉଥିଲା
ହେଲେ ଆଜି ଲକ୍ଷ୍ମୀ ବଜାରର ଯେଉଁ ପୂଜା
ହେଉଛି ତାହା ସେତେବେଳେ ର କର୍ମକର୍ତା ମାନଙ୍କ କଥା ମନେ ପଡୁଛି, ଏହି ପ୍ରଥା ଜାରି ରହିଲେ ଓଡ଼ିଆ ଜାତି ଓଡ଼ିଆ ପରମ୍ପରା ଓ ଭାଇଚାରା ବଜାୟ ରହି