
ଜିଉଁନ୍ତି ଗ୍ରାମରେ ଧନଦାତ୍ରୀଙ୍କ ପୂଜା ମହାଆଡମ୍ବରରେପାଳିତ
କାକଟପୁର ତା 30/10,ଅସ୍ତରଙ୍ଗ ବ୍ଲକ ଅନ୍ତର୍ଗତ ଜିଉଁନ୍ତି ଗ୍ରାମ ଶନିବାର ଥିଲା ଆଶ୍ଵିନ ମାସ ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥି । ଏହି ପବିତ୍ର ଦିବସରେ ଧନଦାତ୍ରୀ ମା’ ଗଜଲକ୍ଷ୍ମୀ ଙ୍କ ପୂଜାର୍ଚ୍ଚନା ପଲ୍ଲିରୁ ସହର ପର୍ଯ୍ୟନ୍ତ ସଵୁଠି କରାଯାଇଥାଏ । ଏହାକୁ ନେଇ ସମଗ୍ର ଜିଉଁନ୍ତି ଗ୍ରାମ ଚଳ ଚଞ୍ଚଳ । ସୁଖ, ସମୃଦ୍ଧି, ଐଶ୍ଵର୍ଯ୍ୟ ର ଭଣ୍ଡାର ନେଇ ମା’ ଗଜଲକ୍ଷ୍ମୀ ବିରାଜିଛନ୍ତି । ପୁରୀଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଧିନସ୍ଥ ଜିଉଁନ୍ତି ପୂର୍ବସାହିରେ ସାର୍ବଜନୀନ ମା’ ଗଜଲକ୍ଷ୍ମୀ ପୂଜା ଦୀର୍ଘ ୧୨ ବର୍ଷ ଧରି ଅତି ନିଷ୍ଠା ଓ ଭକ୍ତିର ସହିତ ନିରବର୍ଛିନ୍ନ ଭାବରେ ପୂଜାର୍ଚ୍ଚନା କରାଯାଉଛି ।ଆଜି ସକାଳେ ମାତୃଭକ୍ତ ମାନେ କଳଶ ଧରି ନିକଟସ୍ଥ ଉକୁଳେଇ ଘଟକୁ ଯାଇଥିଲେ । ସେଠାରେ ବରୁଣ ପୂଜା,ଗଣପତିପୂଜା ଘଟ ଆନୟନ କରାଯାଇଥିଲା । ଭକ୍ତମାନେ ମୁଣ୍ଡରେ କଳଶ ଧରି ଘଣ୍ଟ,ହୁଳହୁଳି,ଶଙ୍ଖ,ଢୋଲ ଇତ୍ୟାଦି ପାରମ୍ପରିକ ବାଦ୍ୟର ତାଳେ ତାଳେ ପୂଜା ମଣ୍ଡପ ପର୍ଯ୍ୟନ୍ତ ଆସିଥିଲେ l ସେଠାରେ ପୂଜକ ମା’ ଙ୍କ ମହାସ୍ନାନ ପରେ ପ୍ରାଣ ପ୍ରତିଷ୍ଠା କରାଇ ପୂଜାର୍ଚ୍ଚନା ଆରମ୍ଭ କରିଥିଲେ । ପୂଜା ପ୍ରାରମ୍ଭରେ ଅଷ୍ଟଦଶ ମାତୃଗଣ ପୂଜା କରାଯାଇଥିଲା ଓ ପରେ ସୂର୍ଯ୍ୟ ପୂଜା,ଗଣପତି ପୂଜା,ଵର୍ଦ୍ଧନୀ କଳଶ ପୂଜା,କୁବେର ପୂଜା, ଶୋଡଶ ଉପଚାର ପୂଜା, ସହିତ ନବଗ୍ରହ ଦଶଦିଗପାଳ କରାଯାଇଥିଲା । କର୍ତା ଭାବେ ତପନ କୁମାର ଖଣ୍ଡୁଆଳ ପୂଜା ସଂପାଦନା କରିଥିଲେ ।
ପୂଜାକର୍ମ ପରେ ହୋମ କାର୍ଯ୍ୟ ସଂପାଦନ କରାଯାଇଥିଲା । ଅପରାହ୍ନ ୪ ଟା ପରେ ଚନ୍ଦ୍ରଗ୍ରହଣ ଯୋଗୁଁ ଶ୍ରଦ୍ଧାଳୁମାନେ ଶୀଘ୍ର ଆସି ପୂଜାର୍ଚ୍ଚନା କରିଥିଲେ । ଉକ୍ତ ପୂଜା କାର୍ଯ୍ୟକ୍ରମରେ ସାହିର ସୀମା ,ସୋନି, ଚୁନୁ ,ବର୍ଷା ,କାଜଲ, ଉରୁ ,ବେବି, ମାମା , ଦିପି ,ଲାନୁ
ପ୍ରମୁଖ କୁମାରୀ ଯୁବତୀ ମାନେ ସହଯୋଗ କରିଥିଲେ l ସମଗ୍ର ଅଂଚଳରେ ଏକ ଭକ୍ତିମୟ ପରିବେଶ ହୋଇଉଠିଥିଲା