ପଣା ସଂକ୍ରାନ୍ତି ଅବସରରେ ଆନ୍ତର୍ଜାତୀୟ ଶ୍ରୀ ଜଗନ୍ନାଥ ମହୋତ୍ସବ ଅନୁଷ୍ଠିତ
ପୁରୀ: ତା ୧୪/୦//୨୦୨୫ -(ନି.ପ୍ର.) ଓଡ଼ିଆ ନବବର୍ଷ ଓ ପଣା ସଂକ୍ରାନ୍ତି ଅବସରରେ ଆନ୍ତର୍ଜାତୀୟ ଶ୍ରୀ ଜଗନ୍ନାଥ ମହୋତ୍ସବ ପୁରୀ ଟାଉନ ହଲ୍ ଠାରେ ଦିବସ ବ୍ୟାପୀ ଅନୁଷ୍ଠିତ ହୋଇଯାଇଛି । ରକ୍ତଦାନ ଶିବିର , ଔଷଧ ବଣ୍ଟନ, ଶ୍ରୀ ଜଗନ୍ନାଥ ୧୦୦୮ ଜପ, ଶ୍ରୀ ଜଗନ୍ନାଥଙ୍କ ଜଣା ଅଜଣା କାର୍ଯ୍ୟକ୍ରମ ସହିତ ପ୍ରଥମ ଥର ପାଈଁ ଶ୍ରୀ ଖଣ୍ଡୁଆ ଭକ୍ତ ସମ୍ମାନରେ ବିଶିଷ୍ଟ ଆନ୍ତର୍ଜାତିକ ନୃତ୍ୟ ଗୁରୁ ପଦ୍ମଶ୍ରୀ ଦୁର୍ଗାଚରଣ ରଣବିର ଙ୍କୁ ସମ୍ମାନିତ କରାଯାଇଥିଲା ।

ଏହା ପରେ ପରେ ସେବକ ଶ୍ରୀ ସମ୍ମାନରେ ମହାପ୍ରଭୁ ଙ୍କ ର ପୂଜାପଣ୍ଡା ସେବକ ସୂର୍ଯ୍ୟ ନାରାୟଣ ପୂଜା ପଣ୍ଡା , ବିଶିଷ୍ଟ ସମାଜ ସଂସ୍କାରକ ତଥା ଯୋଗ ଗୁରୁ ସେବକ ଗୋପାଳ ଦାସ, ଓଟିଭି ର ବରିଷ୍ଠ ସାମ୍ବାଦିକ ମଧୂସୁଦନ ମିଶ୍ର, ବରିଷ୍ଠ ପୋଲିସ୍ ପ୍ରସାସକ ଯୋଗେସ୍ ସ୍ବାଇଁ ଙ୍କୁ ସମ୍ମାନିତ କରାଯାଇଥିଲା । ଅଧିବେଶନ ଅତିଥି ଭାବେ ମହନ୍ତ ପର୍ଶୁରାମ ଦାସ , ବରିଷ୍ଠ ସେବକ ନିଳମଣି ଗୁରୁ, ବିଶିଷ୍ଟ ଶିକ୍ଷାବିତ ସୁରେନ୍ଦ୍ର ଦାସ୍, ବିଶିଷ୍ଟ ଶିକ୍ଷାବିତ ହରିହର ହୋତା , ବରିଷ୍ଠ ପ୍ରଶାସକ ମଧୁସୂଦନ ମିଶ୍ର ଅତିଥି ଭାବେ ଯୋଗ ଦେଇଥିଲେ କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ ଉପସ୍ଥାପକ ତଥା ଉତ୍କଳ ଅସ୍ମିତା ସମ୍ମାନ ର ଅଧ୍ୟକ୍ଷ ଅଭିନନ୍ଦନ ପରିଶେଷରେ ଆନ୍ତର୍ଜାତିକ ଶ୍ରୀ ଜଗନ୍ନାଥ ମହୋତ୍ସବ ର ପ୍ରତିଷ୍ଠାତା ପ୍ରଦିପ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ ଏହା ପରେ ପରେ ସଂସ୍କୃତିକ କାର୍ଯ୍ୟକ୍ରମ ଓ ପ୍ରସାଦ ସେବ ହୋଇଥିଲା ।
