
୫ଟି ଯୋଜନା ପ୍ରହସନ ପାଲଟିଛି |ବହୁବିଧ ସମସ୍ୟା ମଧ୍ୟରେ ସତ୍ୟନାରାୟଣ ଉଚ୍ଚ ବିଦ୍ୟାଳୟ।
କାକଟପୁର-୨୧/୭,ଗ୍ରାମାଞ୍ଚଳରେ ଶିକ୍ଷାର ବିକାଶ ପାଇଁ ରାଜ୍ୟ ସରକାର ସ୍କୁଲ ଗୁଡିକ ଭିତ୍ତିଭୂମିର ଉନ୍ନତି ନିମନ୍ତେ ପର୍ଯ୍ୟାୟ କ୍ରମେ ସେଗୁଡିକୁ ୫ଟିରେ ଅନ୍ତର୍ଭୁକ୍ତ କରି ରୂପାନ୍ତରିତ କାର୍ଯ୍ୟ ଆରମ୍ଭ କରୁଛନ୍ତି। ସ୍କୁଲପିଛା ପ୍ରାୟ ୪୫ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ କରାଯାଉଥିଲେ ମଧ୍ୟ ଶିକ୍ଷାଦାନରେ କୌଣସି ଫରକ ପଡୁନାହି।ଜଳେଶ୍ଵରପଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଶୁକପୋଖରୀ ଠାରେ ଥିବା ସତ୍ୟନାରାୟଣ ଉଚ୍ଚ ବିଦ୍ୟାଳୟ ବର୍ତ୍ତମାନ ବହୁବିଧ ସମସ୍ୟା ମଧ୍ୟରେ ଗତି କରୁଥିବାର ଅଭିଯୋଗ ହେଉଛି। ପୂର୍ବରୁ ଥିବା ପୁରାତନ ଶ୍ରେଣୀ ଗୃହ ଗୁଡିକୁ ରଙ୍ଗବୋଳି ନିମ୍ନମାନର ଟାଇଲ ପକାଇ ଚକ୍ ଚକ୍ କରି ଠିକାଦାରୀ ମାଧ୍ୟମରେ ପ୍ରଶାସନ ଟଙ୍କା ହଡପ କରିଥିବା ଅଭିଯୋଗ ହେଉଛି।ଯଦି ଟେଣ୍ଡର ମାଧ୍ୟମରେ କାର୍ଯ୍ୟ କରାଯାଇଥାଆନ୍ତା ତେବେ ପ୍ରଶାସନର ତଦାରଖରେ ଭଲ କାମ କରାଯାଇ ପାରିଥାଆନ୍ତା। ଅନ୍ୟପକ୍ଷରେ ଶ୍ରେଣୀଗୃହର ଅଭାବ ଫଳରେ ପାଠପଢାରେ ବ୍ୟାଘାତ,ଇ-ଲାଇବ୍ରେରୀକୁ ଷ୍ଟାପ କମନରୁମରେ ପରିଣତ,ଖରାଛୁଟି ପରେ ସ୍କୁଲ ଖୋଲି ପାଠପଢା ଆରମ୍ଭ ହୋଇଥିଲେ ମଧ୍ୟ ଅଦ୍ୟାବଧି ବିଜ୍ଞାନ ପରିକ୍ଷାଗାରରେ ପାଣିଯୋଗାଣ ହୋଇପାରିନଥିବା ଭଳି ଅସୁବିଧା ରହିଛି।ସେହିପରି ଅନ୍ୟ ବିଭାଗ ଗୁଡିକରେ ୩ଜଣ ଶିକ୍ଷକ ପରିବର୍ତ୍ତେ ଜଣେ ଶିକ୍ଷକ ରହିଥିବାରୁ ଠିକରେ ଶିକ୍ଷାଦାନ ହୋଇପାରୁ ନଥିବା ଶିକ୍ଷାର୍ଥୀମାନେ ଅଭିଯୋଗ ଆଣିଛନ୍ତି।୧୦ଲକ୍ଷ ଟଙ୍କାର ମନରେଗା ମାଧ୍ୟମରେ କାର୍ଯ୍ୟର ଫଳକ ମରାଯାଇ କାର୍ଯ୍ୟ ନ ହେବା ସ୍କୁଲରେ ଅନ୍ୟ ଯୋଜନାରେ କରାଯାଇଥିବା କାର୍ଯ୍ୟକୁ ୫ଟିରେ ଅନ୍ତର୍ଭୁକ୍ତ କରି ଟଙ୍କା ହଡପ ହୋଇଥିବା ଅଭିଯୋଗର ଭିଜିଲାନ୍ସ ତଦନ୍ତ କରାଗଲେ ଉକ୍ତ ବିଦ୍ୟାପୀଠର ସମସ୍ତ ସତକଥା ପଦାକୁ ଆସିବ ବୋଲି ଅବିଭାବକମାନଙ୍କ ସହ ପଞ୍ଚାୟତର ଜନସାଧାରଣ ପୁରୀ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।