
କାକଟପୁରର ସମାପିକା ପାଇଲେ ଏମ ଟେକ ରେ ଗୋଲଡ଼ ମେଡାଲ
କାକଟପୁର: ତା ୧୫/୦୧/୨୦୨୪ – (ତୁଷାର ଦୀକ୍ଷିତ )- କାକଟପୁର ବ୍ଲକ ଅଧିନସ୍ଥ କଲେଜ ଛକ ସ୍ଥିତ ବୀରବର ପରିଡା ଓ ପ୍ରମିଳା ପରିଡାଙ୍କ କନ୍ୟା ସମାପିକା ପରିଡା ଗତ ୧୩ ତାରିଖ ଦିନ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ ରାଉରକେଲାର ଦଶମ ସମାବର୍ତ୍ତନ ଉତ୍ସବରେ ୨୦୧୯-୨୦୨୦ ବର୍ଷ ପାଇଁ କମ୍ପ୍ୟୁଟର ସାଇନ୍ସରେ ଓଡ଼ିଶାର ମହାମହିମ ରାଜ୍ୟପାଳ ରଘୁବର ଦାଶ ଓ ରାଜ୍ୟ ସରକାରଙ୍କ ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରୀତିରଞ୍ଜନ ଘଡେଇଙ୍କ ଠାରୁ ଗୋଲଡ଼ ମେଡାଲ ପାଇବାରେ ସକ୍ଷମ ହୋଇଛନ୍ତି l ସମାପିକା ବିଜୁପଟ୍ଟନାୟକ ଶିକ୍ଷା ଓ ବୈଷୟିକ ବିଶ୍ୱବିଦ୍ୟାଳୟରେ ଅନେକ ପୁରସ୍କାର ସାଉଁଟିଥିବାବେଳେ ୨୦୧୯-୨୦୨୦ ବର୍ଷ ପାଇଁ ସେ ଗୋଲଡ଼ ମେଡ଼ାଲିଷ୍ଟ କଲେଜ ପାଇଁ ଗୌରବ ଆଣିଦେଇଥିଲେ l ସମାପିକାଙ୍କ ଏହି ସଫଳତା ପାଇଁ ତାଙ୍କ ପରିବାରକୁ ଶୁଭେଚ୍ଛାର ସୁଅ ଛୁଟିଛି