
ପିପିଲି ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ରେ ୩୨ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ
ପିପିଲି ସ୍ଥିତ , ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ, ବିଦ୍ୟାଳୟର ପରିଚାଳନା କମିଟିର ସଭାପତି ବିକ୍ରମ କେଶରୀ ସିଂହ ଙ୍କ ସଭାପତିତ୍ୱରେ ୩୨ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ସିଫା ର ପ୍ରଧାନ ବୈଜ୍ଞାନିକ ଡଃ ଜିତେନ୍ଦ୍ର କୁମାର ସୁନ୍ଦରରାୟ , ମୁଖ୍ୟ ବକ୍ତା ଭାବେ ଓଡ଼ିଶା ଶିକ୍ଷା ବିକାଶ ସମିତି ର ସମ୍ପାଦକ ଡଃ ସରୋଜ କୁମାର ହାତୀ, ବିଦ୍ୟାଳୟ ପରିଚାଳନା କମିଟି ସମ୍ପାଦକ ତଥା ବରିଷ୍ଠ ଆଇନଜୀବି ରମାକାନ୍ତ ସାହୁ ଯୋଗ ଦେଇ ଅତିଥି ପରିଚୟ ସହ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ ଓ ପ୍ରଧାନ ଆଚାର୍ଯ୍ୟ ନେତ୍ରାନନ୍ଦ ଜେନା ବିଦ୍ୟାଳୟ ର ସଫଳତା ଉପରେ ଆଲୋକପାତ କରିଥିଲେ ।
ଗତ ମାଟ୍ରିକ ପରୀକ୍ଷା ରେ ବିଦ୍ୟାଳୟ ର ୩୩ଜଣ ସଫଳ ମେଧାବୀ ଛାତ୍ରଛାତ୍ରୀ ମାନଙ୍କୁ ସଭାରେ ଅତିଥି ମାନଙ୍କ ଦ୍ବାରା ପୁରସ୍କାର ଦେଇ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ବିଭିନ୍ନ କ୍ଷେତ୍ରରେ କୃତୀତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଶେଷରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।