
ପୁରୀ ଜିଲ୍ଲାରେ ସ୍କାଉଟ୍ ଗାଇଡ୍ର ପ୍ରତିଷ୍ଠା ଦିବସ ପାଳିତ
ପୁରୀ : ତା ୭/୧୧/୨୦୨୪
ରିପୋର୍ଟ୍ : ସିଂହାରୀ ଆଲୋକ ଖୁଣ୍ଟିଆ
୧୯୦୭ ମସିହା ନଭେମ୍ବର ୭ ତାରିଖରେ ବିଶ୍ଵରେ ପ୍ରଥମ କରି ସ୍କାଉଟ ଓ ଗାଇଡର ପ୍ରତିଷ୍ଠା ହୋଇଥିଲା । ତେଣୁ ପ୍ରତ୍ୟକ ବର୍ଷ ନଭେମ୍ବର ମାସ ୭ ତାରିଖକୁ ବିଶ୍ଵ ସଂଗଠନ ସ୍କାଉଟସ୍ ଓ ଗାଇଡ଼ସ୍ର ପ୍ରତିଷ୍ଠା ଦିବସ ରୂପେ ପାଳନ କରାଯାଇଥାଏ। ଚଳିତ ବର୍ଷ ଭାରତ ସ୍କାଉଟ ଆଣ୍ଡ ଗାଇଡ ତାର ୭୫ ବର୍ଷ ତଥା ହୀରକ ଜୟନ୍ତୀ ପାଳନ କରୁଅଛି। ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ସାରା ବିଶ୍ୱ ସହ ଭାରତ ରେ ଆନନ୍ଦ ଉଲ୍ଲାସରେ ପ୍ରତିଷ୍ଠା ଦିବସଟିକୁ ପାଳିତ କରାଯାଉଛି। ଏହି ପରିପ୍ରେକ୍ଷୀରେ ପ୍ରତିଷ୍ଠା ଦିବସଟିକୁ ସ୍ମରଣୀୟ କରିବା ପାଇଁ ପୁରୀ ଜିଲ୍ଲା ଭାରତ ସ୍କାଉଟ ଆଣ୍ଡ ଗାଇଡ୍ ଓଡିଶା ଶାଖା ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟରେ ପାଳିତ ହୋଇଛି। କାର୍ଯ୍ୟକ୍ରମରେ ଜିଲ୍ଲାରେ ପ୍ରାୟ ସମସ୍ତ ବ୍ଲକରେ ୧ ହଜାରରୁ ଊର୍ଦ୍ଧ୍ୱ କବ୍, ବୁଲ୍ବୁଲ, ସ୍କାଉଟ ଗାଇଡ୍, ରୋଭର ଏବଂ ରେଞ୍ଜରମାନେ ରାଜ ରାସ୍ତାରେ ସଚେତନତା ରାଲି ବା ଶୋଭାଯାତ୍ରା ମାଧ୍ୟମରେ ଜନସାଧାରଣଙ୍କୁ ସଚେତନତା କରାଇଥିଲେ। ସେହିପରି ସ୍କାଉଟ ଏବଂ ଗାଇଡ୍ର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ସ୍ୱତନ୍ତ୍ର ଭାବେ ତିଆରି ହୋଇଥିବା ଲୋଗୋକୁ ସମସ୍ତଙ୍କୁ ପ୍ରଦାନ କରିଥିଲେ।

ପୁରୀ ସହରାଞ୍ଚଳର ସମସ୍ତ ବିଦ୍ୟାଳୟରୁ ପ୍ରାୟ ୩୦୦ ରୁ ଉର୍ଦ୍ଧ୍ବ ସ୍କାଉଟ ଆଣ୍ଡ ଗାଇଡ୍ ମାନଙ୍କ ଦ୍ଵାରା ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଶୋଭାଯାତ୍ରା ବଳଗଣ୍ଡି ସରକାରୀ ଉଚ୍ଚ ବିଦ୍ୟାଳୟରୁ ବାହାରି ଶ୍ରୀମନ୍ଦିର ପାର୍ଶ୍ୱ ପର୍ଯ୍ୟନ୍ତ ଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସଚିବ ଶ୍ରୀ ମହେନ୍ଦ୍ର କୁମାର ବିଶ୍ବାଳ ଓ ବଳଗଣ୍ଡି ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁଶ୍ରୀ ଅମ୍ରିତା ସାହୁ ଉଦଘାଟନ କରିଥିଲେ l ଏହି ଶୋଭାଯାତ୍ରାକୁ ସମସ୍ତ ବିଦ୍ୟାଳୟର ସ୍କାଉଟ ମାଷ୍ଟର ଓ ଗାଇଡ୍ କ୍ୟାପ୍ଟେନ ଓ ରୋଭର ରେଞ୍ଜର ମାନଙ୍କ ସହଯୋଗରେ ଜିଲ୍ଲା ସାଂଗଠନିକ କମିଶନର ଶ୍ରୀ ଦେବାଶିଷ ମିଶ୍ର ପରିଚାଳନା କରିଥିଲେ l ଏହି ଉପଲକ୍ଷେ ଏକ ସ୍ଵତନ୍ତ୍ର ୱାକଥନ କାର୍ଯ୍ୟକ୍ରମ କୋଣାର୍କ ମନ୍ଦିର ପ୍ରାଙ୍ଗଣରେ ସ୍କାଉଟ ମାଷ୍ଟର ଶ୍ରୀ ରାଜକିଶୋର ସେନାପତିଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଛି l