
ଜାହାନ ପବ୍ଲିକ ସ୍କୁଲରେ ଶିଶୁ ଦିବସ ପାଳିତ,
କାକଟପୁର: ତା ୧୪/୧୧/୨୦୨୪
( ତୁଷାର ଦୀକ୍ଷିତ )ପୁରୀଜିଲ୍ଲା କାକଟପୁରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଜାହାନ ପବ୍ଲିକ ସ୍କୁଲରେ ଅନୁଷ୍ଠାନର ନିର୍ଦ୍ଦେଶିକା ସୁମିତ୍ରା ଘୋଷଙ୍କ ପୌରହିତ୍ୟରେ ଶିଶୁ ଦିବସ ଓ ପଣ୍ଡିତ ଜବାହାରଲାଲ ନେହୁରୁଙ୍କ ଜନ୍ମ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି l ଏହି ଅବସରରେ ଶିକ୍ଷାନୁଷ୍ଠାନର ପ୍ରିନ୍ସପାଲ ମମତା ମହାପାତ୍ର ଯୋଗଦେଇ ପଣ୍ଡିତ ନେହୁରୁ ୧୯୪୭ ମସିହାରେ ସ୍ବାଧିନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ହୋଇଥିବେବେଳେ ଗଣତନ୍ତ୍ର, ଏକତା ତାଙ୍କର ପ୍ରମୁଖ ସ୍ତମ୍ଭ ରହିଥିଲା ଏବଂ ସେ ଭାରତରେ ମୁକ୍ତ, ଗଣତାନ୍ତ୍ରିକ ଓ ବିବିଧତାପୂର୍ଣ୍ଣ ବ୍ୟବସ୍ଥାର ପ୍ରତିଷ୍ଠାକରି ପ୍ରତ୍ୟେକଙ୍କ ଜୀବନରେ ଉନ୍ନତି ଆଣିବା ଉପରେ ସେ ସର୍ବାଧିକ ଗୁରୁତ୍ବ ଦେଉଥିଲେ । ୧୯୬୪ ମସିହାରେ ନେହେରୁଙ୍କ ମୃତ୍ୟୁ ପରେ ତାଙ୍କର ଜନ୍ମଦିବସକୁ ଶିଶୁଦିବସ ରୂପେ ପାଳନ କରାଯାଏ ବୋଲି ଛାତ୍ରଛାତ୍ରୀ ମାନଙ୍କୁ ମାର୍ଗଦର୍ଶନ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ମଧୁସ୍ମିତା ପଢ଼ିଆରୀ, ଆଶିଷ ସାହୁ, ପ୍ରେମ ଶଙ୍କର ପୂଜାରୀ, ବିଷ୍ନୁପ୍ରିୟା ବେହେରା, ସସ୍ମିତା ସାମଲ, ଲୋପାମୁଦ୍ରା ମଲ୍ଲ, ମାନସୀ ଦାଶଙ୍କ ସମେତ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ଯୋଗଦେଇଥିଲେ l ଶେଷରେ ଛାତ୍ରଛାତ୍ରୀ ମାନେ ମିଷ୍ଠାନ୍ନ ଭୋଜନ କରିବାସହିତ ନାଚ ଗୀତରେ ମସଗୁଲ ହୋଇ ବେଶ ଖୁସି ସାଉଁଟି ଥିଲେ l