
ବାଙ୍ଗୁରିଗାଁ ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ର ପାଲଟିଛି ଡେଙ୍ଗୁ ମଶାଙ୍କ ଜନ୍ମସ୍ଥାନ
କାକଟପୁର ୧୫/୦୯ : କାକଟପୁର ବ୍ଲକ୍ ଅନ୍ତର୍ଗତ ବାଙ୍ଗୁରିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ମୋ ହସ୍ପିଟାଲ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ ଥିବାରୁ ଅଞ୍ଚଳ ରେ ଖୁସିର ମାହୋଲ ସୃଷ୍ଟି ହୋଇଥିଲା କିନ୍ତୁ ଠିକାଦାର ଏବେ ମନ ମାନିରେ କାମ କରିବା ଯୋଗୁଁ ବର୍ଷା ପାଣି ନିଷ୍କାସନ ହୋଇ ନ ପାରି ମେଡିକାଲ ର ମୁଖ୍ୟ ଦ୍ୱାର ରେ ଆଣ୍ଠୁଏ ଉଚରେ ପାଣି ଜମି ରହିବା ଦ୍ୱାରା ଏଠାରେ ପୁତିଗନ୍ଧମୟ ପରିବେଶ ସୃଷ୍ଟି ହେବା ସହିତ ଏଡିସ ମଶାଙ୍କ ବଂଶ ବୃଦ୍ଧି କରିବାରେ ବେଶ ସହାୟକ ହେଉଛି l ପ୍ରବେଶ ପଥ ରେ କୃତିମ ବନ୍ୟା ଦେଖିବାକୁ ମିଳିଛି ଲୋକମାନେ ଯେଉଁଠି ରୋଗ ନିରାକାରଣ ପାଇଁ ଚିକିତ୍ସା ହେବା ପାଇଁ ଯିବାକଥା ଏବେ ସେଠାରେ ମାଗଣାରେ ରୋଗ କୁ ନିମନ୍ତ୍ରଣ କରି ଆଣୁଥିବା ଦେଖା ଦେଇଛି,ଏହି ସ୍ବାସ୍ଥ୍ୟ କେନ୍ଦ୍ର ଟି ରାଜ୍ୟ ସରକାର ଙ୍କ ମୋ ହସ୍ପିଟାଲ ଯୋଜନା ରେ ସାମିଲ ହୋଇ କୋଟି କୋଟି ଟଙ୍କା ବ୍ୟୟ ହେଉ ଥିଲେ ମଧ୍ୟ କତ୍ତୃପକ୍ଷ ଓ ନିର୍ମାଣ ତଦାରଖ ଦାୟିତ୍ଵ ରେ ଥିବା ଯନ୍ତ୍ରୀଙ୍କ ଦୂରଦୃଷ୍ଟି ଅଭାବ ଓ ଠିକାଦାର ଙ୍କ ସହିତ ପ୍ରିୟାପ୍ରୀତି ପୋଷଣ ନୀତି ପାଇଁ ଜଳ ନିସ୍କାସନ କୁ ଗୁରୁତ୍ଵ ନଦେଇ ନିର୍ମାଣ କାମ ଆଗେଇ ଚାଲିଛି। ଅନୁଧ୍ୟାନ ରୁ ଜାଣିବାକୁ ମିଳୁଛି ନିର୍ମାଣ କାର୍ଯ୍ୟ ନିମ୍ନ ମାନର ହେଉ ଥିଲେ ମଧ୍ୟ ଅଞ୍ଚଳ ବାସୀ ଙ୍କ ଦ୍ଵାରା ଅଭିଯୋଗ ପରେ ମଧ୍ୟ କନିଷ୍ଠ ଯନ୍ତ୍ରୀ ଙ୍କର ଦେଖା ନାହିଁ। ଆହୁରି ମଧ୍ୟ ବିନା ପ୍ଲାନ୍ ପ୍ରୋଗ୍ରାମ ରେ କାମ ହେଉ ଥିବାରୁ ବର୍ଷେ ଦୁଇ ବର୍ଷ ପୂର୍ବେ ସ୍ବାସ୍ଥ୍ୟ କେନ୍ଦ୍ର ସୌନ୍ଦର୍ଯ୍ୟ କରଣ ନିମନ୍ତେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ ହୋଇ ପୁଣି ତାକୁ ଭଙ୍ଗା ଯାଇ ନୂତନ କାର୍ଯ୍ୟ ହେଉ ଅଛି, ଯାହା ଫଳରେ ରାଜସ୍ବ ହାନି ହେଉଛି ବର୍ତ୍ତମାନ ରାଜ୍ୟ ରେ ଡେଙ୍ଗୁ ବ୍ୟାପୁ ଥିବାରୁ ଏହି ପାଣି ଜମି ରହିବା ଫଳରେ ଡେଙ୍ଗୁ ରୋଗ ବଢୁଥିବା ଅନୁମାନ ନେଇ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ର କେନ୍ଦ୍ର ବିନ୍ଦୁ ପାଲଟିଛି। ଲୋକମାନେ ମଧ୍ୟ ହସ୍ପିଟାଲ କୁ ଯିବା ଆସିବାରେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି। ଏଥିପ୍ରତି ବିଭାଗୀୟ ଅଧିକାରୀ, ମନ୍ତ୍ରୀ ଓ ୫ଟି ସଚିବ ଙ୍କ ଦୃଷ୍ଟି ଆକର୍ଷଣ ସହିତ ବିହୀତ ପଦକ୍ଷେପ ନିମନ୍ତେ ଅଞ୍ଚଳବାସୀ ତରଫରୁ ନିବେଦନ କରାଯାଇଛି,