
ବିଶିଷ୍ଟ ସମାଜସେଵୀଙ୍କ ପରଲୋକ
କାକଟପୁର ତା ୧୨/୧ କାକଟପୁର ମହାନ୍ତିସାହିର ବିଶିଷ୍ଟ ସମାଜସେବୀ ସ୍ବର୍ଗତ ବେଣୁଧର ସାହୁଙ୍କ ୬୮ବର୍ଷ ବୟସରେ ଗତ ଗୁରୁବାର ଦିବା ୫ଘଟିକା ରାତ୍ର ସମୟରେ ନିଜ ବାସଭବନରେ ପରଲୋକ ଘଟିଯାଇଛି l ସ୍ବର୍ଗତ ସାହୁ ଜଣେ ମିଷ୍ଟଭାଷୀ, ପରୋପକାରୀ ଓ ଧର୍ମପରାୟଣ ବ୍ୟକ୍ତି ଭାବେ ଅଞ୍ଚଳରେ ବେଶ ପରିଚିତ ଥିଲେ l ତାଙ୍କ ମୁର୍ତ୍ୟୁ ଶଯ୍ୟା ନିକଟରେ ଧର୍ମପତ୍ନୀ, ଜ୍ୟେଷ୍ଠ ପୁତ୍ର ଉଲ୍ଲାସ ଚନ୍ଦ୍ର ସାହୁ,କନିଷ୍ଠ ପୁତ୍ର ସ୍ୱାଧୀନ କୁମାର ସାହୁ ପୁତ୍ରବଧୂ,ନାତି ନାତୁଣୀ ଝିଅ,ଜ୍ୱାଇଁ ଓ ବନ୍ଧୁ ପରିଜନ ମାନେ ଉପସ୍ଥିତ ଥିଲେ l କାକଟପୁର ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନକୁ ଯାଇ ଶେଷ ଦର୍ଶନ କରିବା ପରେ ତାଙ୍କର ପାର୍ଥିବ ଶରୀରକୁ ଏକ ବିରାଟ ଶୋଭାଯାତ୍ରା ରେ ନିଆଯାଇ ଗ୍ରାମ୍ୟ ଶ୍ମଶାନରେ ଅନ୍ତିମ ସଂସ୍କାର କରାଯାଇଥିଲା l ଜ୍ୟେଷ୍ଠପୁତ୍ର ଉଲ୍ଲାସ ମୁଖାଗ୍ନି ଦେଇଥିଲେ l ତାଙ୍କ ମୁର୍ତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି l