
ଜାହାନିଆ ସମୁଦ୍ରରେ ଭାସିଗଲେ ୨ ଯୁବକ | ଜଣେ ଅଚେତ ଅବସ୍ଥାରେ ଉଦ୍ଧାର, ଅନ୍ୟ ଜଣେ ନିଖୋଜ
କାକଟପୁର ତା ୨୩/୧,ଆରମ୍ଭ ହୋଇଯାଇଛି ପିକନିକ ଋତୁ । ତେବେ ପିକନିକ ପାଇଁ ଯୁବପିଢ଼ିମାନେ ପ୍ରାୟତଃ ଝରଣା, ସମୁଦ୍ର ସ୍ଥାନ ଗୁଡିକ ପସନ୍ଦ କରିଥାଆନ୍ତି । ସୋମବାର ଜଗତସିଂହପୁର ଜିଲ୍ଲା ଅଣସଦା ପଞ୍ଚାୟତ ପଣସପଦା ଗ୍ରାମର ୩ ଜଣ ଯୁବକ ନାସିର ଆଲାମ (20 )ବର୍ଷ,, ଶେଖ ଅମଜାଦ ଅଲ୍ଲୀ (26)ବର୍ଷ ଓ ସାକିର ଖାଁ (28)ବର୍ଷ ପୁରୀ ଜିଲ୍ଲା ଅସ୍ତରଙ୍ଗର ଜାହାନିଆ ବେଳାଭୂମିକୁ ବୁଲିବାକୁ ଆସିଥିଲେ । ସେମାନଙ୍କ ମଧ୍ୟରୁ ନାସିର ଆଲାମ ଓ ଅମଜାଦ ଅଲ୍ଲୀ ସମୁଦ୍ରରେ ଗାଧୋଉଥିବାବେଳେ ଗଭୀର ସ୍ରୋତରେ ଭାସିଯାଇଥିଲେ l ଖବର ପାଇ ଘଟଣାସ୍ଥଳରେ ଅସ୍ତରଙ୍ଗ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ସ୍ଥାନୀୟ ଯୁବକଙ୍କ ସହାୟତାରେ ଅମଜାଦ ଅଲ୍ଲୀକୁ ଅଚେତ ଅବସ୍ଥାରେ ଉଦ୍ଧାର କରି ଅସ୍ତରଙ୍ଗ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ଆଣିଥିଲେ l ସେଠାରେ ଡାକ୍ତର ତାକୁ ଚାରିଛକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଧିକ ଚିକିତ୍ସା ପାଇଁ ରେଫର କରିଥିବା କଣାପଡିଛି l ଅନ୍ୟ ଜଣେ ଯୁବକ ସାକିର ଖାଁ ବର୍ତ୍ତମାନ ସୁଦ୍ଧା ନିଖୋଜ ଅଛି l ବର୍ତ୍ତମାନ ପର୍ଯ୍ୟଟନ ଋତୁ ଚାଲିଥିବାରୁ ଜିଲ୍ଲା ତଥା ଜିଲ୍ଲା ବାହାରୁ ହଜାର ହଜାର ପର୍ଯ୍ୟଟକ ଅସ୍ତରଙ୍ଗର ଜାହାନିଆ ବେଳାଭୂମି କୁ ଆସିଥାନ୍ତି , କିନ୍ତୁ ସେଠାରେ କୌଣସି ଲାଇଫ ଗାର୍ଡ ମୁତୟନ ନହେବା ସ୍ଥାନୀୟ ପୋଲିସ କିମ୍ବା ବନବିଭାଗର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି