
କାକଟପୁରେ ବିଦ୍ୟୁତ ବିଭାଗର ବାସ୍ତବ ଚିତ୍ର ଓଲଟା
କାକଟପୁର 13/4/23
ରାଜ୍ୟରେ ବଳକା ବିଦ୍ୟୁତ ରହୁଥୁବା ବେଳେ ରାଜ୍ୟ ବାସୀ ଗ୍ରୀଷ୍ମ ପ୍ରବାହ ରେ ବିଦ୍ୟୁତ କାଟ ର ସମ୍ମୁଖୀନ ହେବେ ନାହିଁ ବୋଲି ରାଜ୍ୟ ଶକ୍ତି ମନ୍ତ୍ରୀ ବିଭିନ୍ନ ଗଣ ମାଧ୍ୟମରେ ପ୍ରକାଶ କରୁଥିବା ବେଳେ ପୁରୀ ଜିଲ୍ଲା କାକଟପୁର ଠାରେ ଏହାର ବାସ୍ତବ ଚିତ୍ର କିନ୍ତୁ ଓଲଟା ଦୀର୍ଘ ଦୁଇ ଦିନ ହେବ ପ୍ରବଳ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ଧନ ଜୀବନକୁ ଅସ୍ତବ୍ୟସ୍ତ କରୁଥିବା ବେଳେ କାକଟପୁର ବିଦ୍ୟୁତ ସବ ଡିଭିଜନ ର ମନ ମୁଖୀ କାର୍ଯ୍ୟ ସାଙ୍ଗକୁ ଅଘୋଷିତ ବିଦ୍ୟୁତ କାଟ ଜନ ଜୀବନକୁ ଅସ୍ତବେସ୍ତ କରି ପକାଇଛି, ଟାଟା ପାୱାର କାର୍ଯ୍ୟ ଭାର ହାତକୁ ନେବା ଦିନ ଠାରୁ ଲୋକଙ୍କ ଉପରେ ମନଇଛା ଵିଲ ର ବୋଝ ବଢା଼ଉ ଥିବା ବେଳେ ଲୋ ଭୋଲ୍ଟେଜ ସମସ୍ୟା ରୁ ଅଞ୍ଚଳ ବାସୀ ନିସ୍ତାର ପାଇ ପାରୁ ନାହାନ୍ତି, କାକଟପୁର ସବ ଡିଭିଜନ ପକ୍ଷ୍ୟରୁ ହିତାଧିକାରୀ ମାନଙ୍କୁ ଅସୁବିଧା ସୁବିଧା ପାଇଁ ଟୋଲ ଫ୍ରି ନମ୍ବର ରହିଥିବା ବେଳେ ଏହି ନମ୍ବର କୁ ଫୋନ ଲଗାଇଲେ କୌଣସି ଅଧିକାରୀ ଉଠାନ୍ତି ନାହିଁ, କନିଷ୍ଠ ଯନ୍ତ୍ରୀ ଙ୍କ ଠାରୁ ସହକାରୀ ଯନ୍ତ୍ରୀ ଙ୍କ ପର୍ଯ୍ୟନ୍ତ କାର୍ଯାଳୟ ରେ କେବେ ଦେଖିବାକୁ ମିଳୁ ନ ଥିବା ବେଳେ ତଳିଆ କର୍ମଚାରୀ ମାନେ ହିତାଧିକାରୀ ମାନଙ୍କୁ ଫାଇନ ର ନାଲି ଆଖି ଦେଖାଇ ଥାନ୍ତି,ନିମାପଡା ଦିଘାଳ ଗ୍ରୀଡ଼ ର ନିର୍ବାହୀ ଯନ୍ତ୍ରୀ ଙ୍କ ଠାରୁ ଆରମ୍ଭ କରି କନିଷ୍ଠ ଯନ୍ତ୍ରୀ ଙ୍କ ପର୍ଯ୍ୟନ୍ତ ହିତାଧିକାରୀ ଙ୍କ ଗୁହାରି କେବଳ ନାଲି ଫିତା ତଳେ ଦେଖିବାକୁ ମିଳେ. କାକଟପୁର ନିର୍ବାଚନ ମଣ୍ଡଳୀ ହେଡ଼ କ୍ୱାଟର ହୋଇଥିବା ବେଳେ କୋଣାର୍କ ଠାରୁ ଆସୁଥିବା ବିଦ୍ୟୁତ ନିରବଚିର୍ଣ୍ଣ ରହୁଥିବା ବେଳେ କାକଟପୁର ବିଦ୍ୟୁତ ବିଭାଗ ର ବିକଳ ଚିତ୍ର ଗୃହ ରାଷ୍ଟ୍ର ମନ୍ତ୍ରୀ କିମ୍ବା ଶକ୍ତିମନ୍ତ୍ରୀ ଙ୍କ ଦୃଷ୍ଟି ଗୋଚର ହୁଏ ନାହିଁ. ଏଣୁ ତୁରନ୍ତ ରାଜ୍ୟ ଶକ୍ତି ମନ୍ତ୍ରୀ, ସ୍ଥାନୀୟ ମନ୍ତ୍ରୀ, ପୁରୀ ଜିଲ୍ଲା ପାଳ, ବିଦ୍ୟୁତ ବିଭାଗ ର ସର୍ବୋଚ୍ଚ ଯନ୍ତ୍ରୀ ତୁରନ୍ତ ଦୃଷ୍ଟି ଦେଇ ବିହିତ କାର୍ଯାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣ ରେ ଦୃଢ ଦାବୀ ହେଉଛି