
ବାଇକି ଡ଼ିକି ଭାଙ୍ଗି ଦେଢ଼ ଲକ୍ଷ ଲୁଟ
କାକଟପୁର ତା 13/07,ପୁରୀଜିଲ୍ଲା କାକଟପୁର ଥାନା ଅଧିନସ୍ଥ ତେନ୍ତୁଳିଆ ଗ୍ରାମର ସୁଦର୍ଶନ କାଳିଆ କାକଟପୁର ସ୍ଥିତ ଷ୍ଟେଟ ବ୍ୟାଙ୍କରୁ ଦେଢ଼ଲକ୍ଷ ଟଙ୍କା ଉଠାଇ ଘରକୁ ଫେରୁଥିଲେ l ଫେରିବାସମୟରେ କାକଟପୁର ମହାବୀର ମେଡ଼ିସିନ ଷ୍ଟୋର ସାମ୍ନାରେ ଗାଡିରଖି ମେଡ଼ିସିନ କିଣୁଥିବା ବେଳେ ୨ ଜଣ ଦୁର୍ବୁତ୍ତ ଏକ ମୋଟରସାଇକେଲରେ ଆସି ଡ଼ିକି ଭାଙ୍ଗି ଦେଢ଼ ଲକ୍ଷ ଟଙ୍କା ଲୁଟ କରି ଫେରାର ହୋଇଯାଇଛନ୍ତି l ସିସିଟିଭି ଫୁଟେଜକୁ ଅନୁଧ୍ୟାନ କରି ପୋଲିସ ଚାରିଛକ ପର୍ଯ୍ୟନ୍ତ ଦୁର୍ବୁତ୍ତଙ୍କୁ ପିଛା କରିଥିଲେ ମଧ୍ୟ ଅପରାଧୀଙ୍କ ଟେର ପାଇନାହିଁ l ଅପରାଧୀ ମାନେ ନିଆଳି ଠାରୁ ବନମାଳିପୁର ଅଞ୍ଚଳ ଦେଇ ଫେରାର ହୋଇଯାଇଥିବା ଅନୁମାନ କରାଯାଉଛି ବୋଲିକହିଛନ୍ତି କାକଟପୁର ଥାନାଧିକାରୀ ରଞ୍ଜନ କୁମାର ମଲ୍ଲିକ l ପୋଲିସ ଅଧିକ ତଦନ୍ତ ଜାରିରଖିଛି l