
ଚନ୍ଦ୍ରଅଭିଯାନ ନିମନ୍ତେ ଇସ୍ରୋ ନିର୍ମିତ ଚନ୍ଦ୍ରଯାନ-୩କୁ ସଫଳ ଉତ୍କ୍ଷେପଣ କରାଯାଇଛି
ଶ୍ରୀହରିକୋଟା, ୧୪୭: ଚନ୍ଦ୍ର ଅଭିଯାନ ନିମନ୍ତେ ଇସ୍ରୋ ନିର୍ମିତ ଚନ୍ଦ୍ରଯାନ-୩କୁ ସଫଳ ଉତ୍କ୍ଷେପଣ କରାଯାଇଛି । ଶୁକ୍ରବାର ଅପରାହ୍ନ ୨ଟା ୩୫ ମିନିଟ୍ରେ ସତୀଶ ଧାଵ୍ବନ ମହାକାଶ କେନ୍ଦ୍ରର ରକେଟ ଏଲଭିଏମ୍-୩ ଦ୍ବାରା ଚନ୍ଦ୍ରଯାନ-୩କୁ ଉତ୍କ୍ଷେପଣ କରାଯାଇଛି। ଚନ୍ଦ୍ର ପୃଷ୍ଠରେ ଏହା ସଫଳ ଅବତରଣ କଲେ ଭାରତ ବିଶ୍ଵରେ ଇତିହାସ ରଚିବ । କାରଣ ଚନ୍ଦ୍ରର ଦକ୍ଷିଣ ଧ୍ଧବରେ ଏପର୍ଯ୍ୟନ୍ତ କୌଣସି ଦେଶର ୩୬,୫୦୦ କି ମି ଅତିକ୍ରମ କରି ଧାର୍ଯ୍ୟ କକ୍ଷ ପଥରେ ପହଞ୍ଚିଛି। ଏବେ ଏହା ଚନ୍ଦ୍ର ଅଭିମୁଖେ ଗତି କରିବା ଆରମ୍ଭ କରିଛି । ଚନ୍ଦ୍ରଯାନ-୩ ଦୀର୍ଘ ୪୦ଦିନର ଯାତ୍ରା ପରେ ଅଗଷ୍ଟ ୨୩ ତାରିଖରେ ଚନ୍ଦ୍ରପୃଷ୍ଠରେ ପହଞ୍ଚିବ। ଯୋଜନା ଅନ୍ରଯାୟୀ ଚନ୍ଦ୍ରଯାନରେ ଥ୍ବା ଲ୍ୟାଣ୍ଡର ( ବିକ୍ରମ) ଅଗଷ୍ଟ ୨୩ ତାରିଖ ସନ୍ଧ୍ୟା ପ୍ରାୟ ୫ଟା ୪୭ ମିନିଟ୍ରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ । ଲ୍ୟାଣ୍ଡର ଚନ୍ଦ୍ରପୃଷ୍ଠରେ ସଫଳ ଅବତରଣ ଦ୍ଵାରା
ଯାନ ପହଞ୍ଚି ପାରି ନାହିଁ। ଯଦି ଭାରତ ନିଜର ଯାନ ଏଠାରେ ପହଞ୍ଚାଇ ଦିଏ ତେବେ ବିଶ୍ଵରେ ଏହା ପ୍ରଥମ ରାଷ୍ଟ୍ର ଭାବେ ପରିଗଣିତ ହେବ। ଚନ୍ଦ୍ରଯାନ-୩ର ସଫଳ ଉତ୍କ୍ଷେପଣ ସହିତ କୋଟିକୋଟି ଭାରତୀୟଙ୍କ ସ୍ଵପ୍ନ ସାକାର ହୋଇଛି । ଉତ୍କ୍ଷେପଣ ପରେ ଚନ୍ଦ୍ରଯାନ-୩ ଏହାର ଧାର୍ଯ୍ୟ କକ୍ଷପଥରେ ପହଞ୍ଚିଥୁବା ଇସ୍ରୋର ଅଧ୍ଯକ୍ଷ ଏସ୍ ସୋମନାଥ କହିଛନ୍ତି। ପ୍ରଥମ ପର୍ଯ୍ୟାୟରେ ଚନ୍ଦ୍ରଯାନ ଚନ୍ଦ୍ରଯାନ-୩ ର ଅଭିଯାନ ସମ୍ପୂର୍ଣ୍ଣ ସଫଳ ହେବ। ଚନ୍ଦ୍ରପୃଷ୍ଠରେ ଅବତରଣ ପରେ ଲ୍ୟାଣ୍ଡର ବିକ୍ରମକୁ ଇସ୍ରୋର ଟେଲିମେଟ୍ରି ସେଣ୍ଠର ଦ୍ଵାରା ନିୟନ୍ତ୍ରଣ କରାଯିବ । ଏହା ଚନ୍ଦ୍ରପୃଷ୍ଠରେ ଗୋଟିଏ ଚନ୍ଦ୍ର ଦିବସ (ପୃଥିବୀର ୧୪ ଦିନ) ରହି ଆବଶ୍ଯକ ତଥ୍ୟ ସଂଗ୍ରହ କରିବ। ଲ୍ୟାଣ୍ଡର ( ବିକ୍ରମ) ଚନ୍ଦପୃଷ୍ଠରେ ସଫଳ ଅବତରଣ କରିପାରିଲେ ଭାରତ ଚନ୍ଦ୍ର ଅଭିଯାନ କ୍ଷେତ୍ରରେ ବିଶ୍ଵର ଚତୁର୍ଥ ରାଷ୍ଟ୍ର ହେବ । ପୂର୍ବରୂ ସୋଭିଏତ ରୂଷ୍ ଟୀନ ଓ ଆମେରିକା
ଚନ୍ଦ୍ର ଅଭିଯାନରେ ସଫଳ ହୋଇଛନ୍ତି । ଚନ୍ଦ୍ରଯାନ-୩ର ମୋଟ ଓଜନ ୩୯୦୦ କିଲୋ ହୋଇଥିବାବେଳେ ଏଥୁରେ ଥୁବା ଲ୍ୟାଣ୍ଡର ( ବିକ୍ରମ। ୧୭୫୨ କିଲୋ, ରୋଭର ଫ(ପ୍ରଜ୍ଞାନଃ ୨୬ କିଲୋ ଓ ପ୍ରୋପୁଲଜନ ମୋଡୁଲ ୨୧୪୮ କିଲୋ ।
୨୦୧୯ ରେ ଇସ୍ରୋ ଏହାର ଦ୍ଵିତୀୟ ଚନ୍ଦ୍ର ଅଭିଯାନ ନିମନ୍ତେ ଚନ୍ଦ୍ରଯାନ-ତକୁ ଚନ୍ଦ୍ରପୃଷ୍ଠକୁ ପ୍ରେରଣ କରିଥିଲା। ମାତ୍ର ଏହି ଅଭିଯାନ ବିଫଳ ହୋଇଥିୁଲା। କାରଣ ଚନ୍ଦ୍ରଯାନ- ଠରେ ଥୁବା ଲ୍ୟାଣ୍ଡର ( ବିକ୍ରମ) ଚନ୍ଦ୍ରପୃଷ୍ଠରେ କ୍ରାସ ଲ୍ୟାଣ୍ଡିଂ କରି ନଷ୍ଟ ହୋଇ ଯାଇଥିଲା । ଚନ୍ଦ୍ରଯାନ-୨ର ବିଫଳତାରୁ ଯେଉଁସବୁ ଶିକ୍ଷା ମିଳିଛି ତାକୁ ସୁଧାରିବା ଉପରେ ଗୁରୁତ୍ଵ ଦିଆଯାଇଥୁବା ଇସ୍ରୋ ଅଧ୍ଯଷ ସୋମନାଥ କହିଛନ୍ତି। ଲ୍ୟାଣ୍ଡର ( ବିକ୍ରମୀ କୁ ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କରାଇବା ପାଇଁ ଏହାକୁ ପୂର୍ବାପେକ୍ଷା ମଜଭୁତ କରାଯାଇଛି ।