
ଅଳ୍ପ ବର୍ଷା ରେ ଉକୁଳେଇ ରାସ୍ତା ବେହାଲ
କାକଟପୁର ,18/7-ଏବେ ବର୍ଷା ର ଆଗମନ ଯଦିଓ ହୋଇଛି ଯଥେଷ୍ଟ ପରିମାଣ ର ନ ହେଲେ ବି ଲଘୁଚାପ ଜନିତ ବର୍ଷା ରେ ଅସ୍ତରଙ୍ଗ ବ୍ଲକ ଉକୁଳେଇ ଗ୍ରାମ ରାସ୍ତା ବର୍ତମାନ ବେହାଲ ଅବସ୍ଥା, ସୂଚନା ମୁତାବକ ୨ ବର୍ଷ ପୂର୍ବରୁ ପଞ୍ଚାୟତ ସମିତି ତରଫରୁ ମୁଖ୍ୟ ରାସ୍ତା ରୁ ଉକୁଳେଇ ମହାତ୍ମାଗାନ୍ଧୀ କଲେଜ ପର୍ଯ୍ୟନ୍ତ ଢ଼ଳେଇ ରାସ୍ତା ନିର୍ମାଣ ପାଇଁ ଅଟକଳ ହୋଇଥିଲା ଆଉ ଠିକାଦାର ସେଠି ରାସ୍ତା ପ୍ରଶସ୍ତିକରଣ ସହିତ ନୂତନ ରାସ୍ତା ନିର୍ମାଣ କରିଥିଲେ, ଯେଉଁ ରାସ୍ତା କାମ ର ସଠିକ ନିରୀକ୍ଷଣ ବ୍ଲକ ଯନ୍ତ୍ରୀ କି କୌଣସି ପ୍ରଶାସନିକ ଅଧିକାରୀ କେବେ କରିନାହାନ୍ତି ବୋଲି ଶୁଣିବାକୁ ମିଳୁଛି ଯେଉଁ କାରଣ ରୁ ଆଜି ସେହି ରାସ୍ତା ରାସ୍ତା ହୋଇ ରହି ନାହିଁ ପଦ , ରାସ୍ତା ଫାଟି ଅନେକ ସ୍ଥାନ ରେ ବିରାଟ ବିରାଟ ଗର୍ତ୍ତ ସୃଷ୍ଟି ହେଇଛି କିନ୍ତୁ ପଞ୍ଚାୟତ ପ୍ରତିନିଧି କି ବ୍ଲକ ପ୍ରଶାସନ ର ନିଘା ନାହିଁ,ଅସ୍ତରଙ୍ଗ ଭଉଁରିଆ ପୋଲ ରୁ ବେଗୁନିଆଗ୍ରାମ ର ନଦୀ ବନ୍ଧ ମା ଉକୁଳେଇ ପୀଠ ପର୍ଯ୍ୟନ୍ତ ଟେଣ୍ଡର ହୋଇଥିଲା, ଏହି କାର୍ଯ୍ୟ ରେ ନିୟୋଜିତ ଠିକାଦାର ଙ୍କ ଟନ୍ ଟନ୍ ଓଜନ ର ପଥର ଉକୁଳେଇ ପଞ୍ଚାୟତ ରାସ୍ତା ଦେଇ ଯାତାୟାତ କରିଥିଲା କିନ୍ତୁ ଅତ୍ୟଧିକ ଓଜନ ଜାନବାହନ ଯାତାୟାତ କାରଣ ରୁ ଏହି ନିର୍ମିତ ରାସ୍ତା ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ଯାଇଛି ବୋଲି ସେଠାକାର ଅଧିବାସୀ କୁହନ୍ତି ସେହି ସମୟ ରେ କିଛି ବୁଦ୍ଧିଜୀବୀ ଙ୍କ ଅଭିଯୋଗ ହୋଇଥିଲେ ବି କୌଣସି ପ୍ରକାର ପଦକ୍ଷେପ ପ୍ରଶାସନ ତରଫରୁ ସମ୍ପୃକ୍ତ ଠିକାସଂସ୍ଥା ବିରୁଦ୍ଧରେ ନିଆଗଲାନାହିଁ, ଏଥିରୁ ବୁଦ୍ଧିଜୀବୀ ମହଲ ରେ ସମ୍ପୃକ୍ତ ଠିକାଦାର ଆଉ ବ୍ଲକ ପ୍ରଶାସନ ର ଅନ୍ଧାରି ବିଜେ ସମ୍ପର୍କ ରେ କଳ୍ପନା ଜଳ୍ପନା ଚାଲିଥିଲା କିନ୍ତୁ ତତପରେ ନୂତନ ପଞ୍ଚାୟତ ନିର୍ବାଚନ ପରେ ଅସ୍ତରଙ୍ଗ ରେ ମିଳିତ ମେଣ୍ଟ ଶାସନ କୁ ଆସିଛି, ମିଳିତ ମେଣ୍ଟ ର ସ୍ଥାନୀୟ ପ୍ରତିନିଧି ଙ୍କ ର ଆଭାସ ଏପର୍ଯ୍ୟନ୍ତ ନାହିଁ, ଏହି ରାସ୍ତା ଅସ୍ତରଙ୍ଗ ବ୍ଲକ କେନ୍ଦ୍ରାପଟି ପଞ୍ଚାୟତ ଅଧୀନରେ ରହିଛି ମାତ୍ର ଦୁର୍ଭାଗ୍ୟ ର କଥା , ପ୍ରତ୍ୟେକ ଦିନ ମହାତ୍ମାଗାନ୍ଧୀ କଲେଜ କୁ ଏହି ରାସ୍ତା ଦେଇ ଶତାଧିକ ଛାତ୍ରଛାତ୍ରୀ ଯାତାୟାତ କରୁଥିବା ବେଳେ, ଅସ୍ତରଙ୍ଗ ର ପ୍ରମୁଖ ଶକ୍ତି ପୀଠ ମା ଉକୁଳେଇ ଙ୍କ ନିକଟକୁ ରାଜ୍ୟ ର କୋଣ ଅନୁକୋଣ ର ଅନେକ ଭକ୍ତ ଙ୍କ ଯାତାୟତ ଲାଗିରହିଛି, ପ୍ରାୟ ପଚାଶ ପରିବାର ଏହି ଗ୍ରାମ ରେ ବସତି ସ୍ଥାପନ କରନ୍ତି ଓ ପ୍ରତ୍ୟେକ ଦିନ ଅସ୍ତରଙ୍ଗ ପ୍ରମୁଖ ବଜାରଘାଟ କୁ ଏହି ପଥ ଦେଇ ଯାତାୟାତ କରନ୍ତି କିନ୍ତୁ ଏହା ବର୍ତମାନ ଶୋଚନୀୟ ଅବସ୍ଥା ରେ ରହିଛି, ଏଠି ସାଧାରଣ ରେ ପ୍ରଶ୍ନ ଉଠୁଛି ଜେ ପଞ୍ଚାୟତ ନିର୍ବାଚନ ରେ ଦଳ ଦଳ ପ୍ରତିନିଧି ଏହି ରାସ୍ତା ଦେଇ ଭୋଟ ମାଗିବାକୁ ଆସୁଥିବା ବେଳେ ବର୍ତମାନ ସ୍ଥିତି ରେ କେତେଥର ପରିଦର୍ଶନ କରିବାକୁ ଆସୁଛନ୍ତି? ଅନେକ ଲୋକ ଚଳନ୍ତା ବାଇକ ରୁ ଏହି ରାସ୍ତା ରେ ପଡି ଗୁରୁତ୍ୱର ହେବା ସହ ଅନେକ ଲୋକ ଆହତ ହୋଇସାରିଲେଣି, ବର୍ତ୍ତମାନ ଏହି ରାସ୍ତା କୁ ପୁନଃନିର୍ମାଣ କରିବାକୁ ସାଧାରଣ ରେ ଦାବୀ କରାଯାଇଛି