
ଭୁଶୁଡିଲା ୫ଟି ବିଦ୍ୟାଳୟ ଛାତ, ୩ ଶିକ୍ଷକ ଗୁରୁତ୍ୱର ଆହତ
ଅସ୍ତରଙ୍ଗ,19/7-ରାଜ୍ୟ ସରକାର ପିଲା ଙ୍କ ଉନତ ଶିକ୍ଷା ପ୍ରଦାନ ନିମନ୍ତେ ଆରମ୍ଭ କରିଛନ୍ତି ୫ଟି ଶିକ୍ଷା ପ୍ରଣାଳୀ କିନ୍ତୁ ଅସ୍ତରଙ୍ଗ ବ୍ଲକ ରେ ୫ ଟି ବିଦ୍ୟାଳୟ କୁ ନେଇ ଆସିଛି ଏକ ଭିନ୍ନ ଦୃଶ୍ୟ,ତାଳଦା ପଞ୍ଚାୟତ ପଢ଼ିଆରୀ ବିଦ୍ୟାପୀଠ ୫ଟି ବିଦ୍ୟାଳୟ ର ଛାତ ଭୁଶୁଡି ୩ ଶିକ୍ଷକ ଗୁରୁତ୍ୱର ହେବା ସହ ଅନ୍ୟ ୨ ଜଣ କର୍ମଚାରୀ ଆହତ ହୋଇଛନ୍ତି, ସୂଚନା ମୁତାବକ ଆଜି ମଧ୍ୟାହ୍ନ ସମୟ ରେ ବିଦ୍ୟାଳୟ ର ଏକ ଶ୍ରେଣୀ କକ୍ଷ ରେ ଷ୍ଟାଫ ଙ୍କ ର ଏକ ବୈଠକ ଚାଲୁଥିବା ବେଳେ ବିଦ୍ୟାଳୟ ଛାତ ର ଦଶ ଫୁଟ ରୁ ଉର୍ଦ୍ଧ ଓସାର ର ଛାତ ର ପଲସ୍ତରା ଭାଙ୍ଗି ଭୁଶୁଡି ପଡିଥିଲା, 2021ନଭେମ୍ବର ମାସ ରେ ମାନ୍ୟବର ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାର କାନ୍ତି ବେହେରା ଙ୍କ ଦ୍ୱାରା ଏହି ବିଦ୍ୟାଳୟ ର ଶୁଭ ଦିଆଯାଇଥିଲା, ରାଜ୍ୟ ସରକାର ଙ୍କ ତରଫରୁ ଏହି ବିଦ୍ୟାଳୟ କୁ ୫ଟି ରେ ରୂପାନ୍ତରିତ କରାଯାଇ ବ୍ଲକ ପ୍ରଶାସନ ତରଫରୁ ଏହାକୁ କାର୍ଯ୍ୟକାରି କରାଯାଇଥିଲା,ପଞ୍ଚାୟତ ନିର୍ବାଚନ କୁ ଆଖି ରେ ରଖି ଠିକାଦାର ଏହାକୁ ତରବରିଆ ଭାବେ କାର୍ଯ୍ୟ କରିଥିଲେ, ସ୍ଥାନୀୟ ବୁଦ୍ଧିଜୀବୀ ଙ୍କ ଅଭିଯୋଗ ଅନୁଯାୟୀ ପୁରୁଣା କାନ୍ଥ ରେ କେବଳ ସିମେଣ୍ଟ ମସଲା ମରାଯାଇ ରଙ୍ଗ ର ପ୍ରଲେପ ଦିଆଯାଇ ଠିକାଦାର ବିଲ୍ ନେଇଥିଲେ କିନ୍ତୁ ଖୁବ କମ ଦିନ ରେ ଏଭଳି ଦୁର୍ଦଶା ଘଟିଛି, ସୌଭାଗ୍ୟ ଯେ କୌଣସି ଛାତ୍ରଛାତ୍ରୀ ଆହତ ହୋଇନାହାନ୍ତି, ବିଦ୍ୟାଳୟ କାର୍ଯ୍ୟ ଚାଲୁଥିବା ବେଳେ ଅନେକ ନିମ୍ନ ମାନ ର ଅଭିଯୋଗ ଆସିଥିଲେ ବି ବ୍ଲକ ପ୍ରଶାସନ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା, ତାଳଦା ଏକ ଦୀପାଞ୍ଚଳ ହୋଇଥିବାରୁ କୌଣସି ଅଧିକାରୀ ନଦୀ ପାର ହୋଇ କାର୍ଯ୍ୟ ର ତଦାରଖ କରିବାକୁ ଆଗ୍ରହ ପ୍ରକାଶ କରିନଥିଲେ, ଯାହାକି ଫଳ ରେ ତରବରିଆ ଭାବେ ଠିକାଦାର ଯେଣେତେଣେ ପ୍ରକାର କାର୍ଯ୍ୟ ଟିକୁ ସାରିଥିଲେ ଆଉ ଯାହାର କୁ ପ୍ରଭାବ ବର୍ତମାନ ଦେଖିବାକୁ ମିଳିଛି,ବର୍ତମାନ ପ୍ରଶ୍ନ ଉଠୁଛି ଯେ ଯେଉଁ ବିଦ୍ୟାଳୟ ରେ କର୍ମଚାରୀ ସୁରକ୍ଷିତ ନାହାନ୍ତି ସେଠି ପିଲା କିପରି ସୁରକ୍ଷିତ ଭାବେ ପାଠ ପଢିବେ, ତାଳଦା ବାସୀ ଙ୍କ ଦାବୀ ତୁରନ୍ତ ରାଜ୍ୟ ସରକାର ଙ୍କ ତରଫରୁ ବ୍ଲକ ପ୍ରଶାସନ ଆଉ ସମ୍ପୃକ୍ତ ଠିକାଦାର ଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନନେବା ପର୍ଯ୍ୟନ୍ତ ସେମାନେ ବିଦ୍ୟାଳୟ କୁ ପିଲା ଙ୍କୁ ପାଠ ପଢିବାକୁ ଛାଡ଼ିବେନି