
କାକଟପୁର କେ.ବି.ଏମ. କିଡ଼ସ ସ୍କୁଲ ରେ ୭୫ ତମ ସାଧାରଣତନ୍ତ୍ର ପାଳିତ
କାକଟପୁର, ୨୬ /୧ ( ତୁଷାର ଦୀକ୍ଷିତ ) ଶିକ୍ଷା ର ବିକାଶ ଏଜୁକେଶନାଲ ଟ୍ରଷ୍ଟ ଦ୍ଵାରା ପରିଚାଳିତ କେବିଏମ କିଡ଼ସ ପବ୍ଲିକ ସ୍କୁଲ ଆନୁକୂଲ୍ୟରେ ୭୫ତମ ସାଧାରଣତନ୍ତ୍ର ଦିବସ ବଡ ଆଡମ୍ବର ରେ ପାଳନ କରାଯାଇଥିଲା । ଏହି ଅବସରରେ ମୁଖ୍ୟ ଅତିଥି ଥିଲେ କାକଟପୁର ଥାନା ଭାରପାପ୍ତ ଅଧିକାରୀ ଶ୍ରୀ ଉମେଶ ଚନ୍ଦ୍ର ସାହୁ, ସମ୍ମାନିତ ଅତିଥି କାକଟପୁର ମଣ୍ଡଳ ଉନ୍ନୟନ ଅଧିକାରୀ, ଡଃ: ତୁଷାର ଜ୍ୟୋତି ରଞ୍ଜନ, ବିଶିଷ୍ଟ ଶିକ୍ଷାବିତ ଶ୍ରୀ ମନ୍ଦାରଧର ମହାନ୍ତି, ଶିକ୍ଷାର ବିକାଶ ଏଜୁକେଶନାଲ ଟ୍ରଷ୍ଟ ର ନିର୍ଦେଶକ ଶ୍ରୀ ପ୍ରଶାନ୍ତ କୁମାର ସାହୁ, କେବିଏମ କିଡ଼ସ ପବ୍ଲିକ ସ୍କୁଲ ର ସହ ନିର୍ଦେଶକ ଶ୍ରୀ ଆଲୋକ ରଞ୍ଜନ ପାଣି, କେବିଏମ କିଡ଼ସ ପବ୍ଲିକ ସ୍କୁଲ ର ଅଧକ୍ଷା ଶ୍ରୀମତୀ ଲକ୍ଷ୍ମୀ ପ୍ରିୟା ବିଶ୍ୱାଳ, ଶିକ୍ଷାର ବିକାଶ ଏଜୁକେଶନାଲ ଟ୍ରଷ୍ଟ ର ଉପଦେଷ୍ଟା ଶ୍ରୀମତୀ ଶାନ୍ତି ଲତା ସାହୁ ଓ ବିଦ୍ୟାଳୟ ର ଶିକ୍ଷକ, ଶିକ୍ଷୟିତ୍ରୀ , ଅଭିଵାବକ ଏବଂ ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ଥିଲେ।
ସେଠାରେ ସର୍ବ ପ୍ରଥମେ ଜାତୀୟ ପତାକା ଉତ୍ତୋଳନ ସହିତ ଜାତୀୟ ସଂଗୀତ ଗାନ କରାଯାଇଥିଲା ଓ କୁନି କୁନି ପିଲାମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଗତ ବର୍ଷ ବାର୍ଷିକ କ୍ରୀଡା ରେ କୃତିକାର୍ଯ୍ୟ କରିଥିବା ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କୁ ମାନପତ୍ର ଏବଂ ମେଡାଲ ଅତିଥି ମାନଙ୍କ ଦ୍ଵାରା ପ୍ରଦାନ କରାଯାଇଥିଲା।
ଏହି ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ କାକଟପୁର ଅଞ୍ଚଳର ବିଶିଷ୍ଟ, ସମାଜସେବିକା ନର୍ଗିସ ବାହାର ଙ୍କୁ ଟ୍ରଷ୍ଟ ଦ୍ଵାରା ଉତ୍ତରୀୟ ଓ ପୁଷ୍ପଗୁଛ ପ୍ରଦାନ କରାଯାଇଥିଲା ଏବଂ କାକଟପୁର ଅଞ୍ଚଳର ଆଇନ୍ ଶୃଙ୍ଖଳା କୁ ସୁଚାରୁରୂପେ ତ୍ୱରାନ୍ୱିତ କରୁଥିବାରୁ, କାକଟପୁର ଥାନା ଭାରପ୍ରାପ୍ତ ଅଧିକାରୀ, ଶ୍ରୀଯୁକ୍ତ ଉମେଶ ଚନ୍ଦ୍ର ସାହୁ ଙ୍କୁ ଟ୍ରଷ୍ଟ ପକ୍ଷରୁ ମାନପତ୍ର, ଉତ୍ତରୀୟ ଓ ପୁଷ୍ପଗୁଛ ପ୍ରଦାନ କରିବା ସହିତ ଧନ୍ୟବାଦ ଅର୍ପଣ କରାଯାଇଥିଲା।