
ନିଷିଦ୍ଧାଞ୍ଚଳରେ ମାଛ ମାରୁଥିବା ବେଳେ ଟ୍ରଲର ଜବତ ୮ ଅଟକ
କାକଟପୁର ତା ୧୬/୨/୨୦୨୪, ନଭେମ୍ବର ୧ ତାରିଖ ରୁ ମେ ମାସ ୩୧ ତାରିଖ ପର୍ଯ୍ୟନ୍ତ ସମୁଦ୍ର କୂଳରୁ କୋଡିଏ କିଲୋମିଟର ପର୍ଯ୍ୟନ୍ତ ଅଞ୍ଚଳକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି। ଏହି ଅଞ୍ଚଳ ରେ କେହି ମାଛ ଧରିପାରିବେ ନାହିଁ ବୋଲି ସରକାର ଘୋଷଣା କରିଛନ୍ତି l ବିରଳ ଅଲିଭ ରିଡେଲ କଇଁଛ ମାନଙ୍କ ପ୍ରଜନନ ଋତୁ ଚାଲୁଥିବାରୁ ଏହା ପରେ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହେବ।ସେମାନଙ୍କ ସୁରକ୍ଷା ପାଇଁ ଅସ୍ତରଙ୍ଗ ଉପକୂଳ ସମୁଦ୍ର ଅଞ୍ଚଳ କୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଥିବା ବେଳେ ଆଜି ଅସ୍ତରଙ୍ଗ ଦେବୀ ନାଶି ଠାରୁ ୫ କିଲୋମିଟର ଦୂରରେ ପବନସୁତ-୩ ରେ.ନଂ IND-OR-04-MM-234 ନାମକ ଟ୍ରଲର ବେଆଇନ ଭାବେ ମାଛ ମାରୁଥିବା ସମୟରେ ବନବିଭାଗ ପାଟ୍ରୋଲିଙ୍ଗ ଟିମ ହାବୁଡ଼ରେ ପଡିଥିଲେ l ଏହି ଚଢ଼ାଉରେ ଫରେଷ୍ଟର ବିରଜା ପ୍ରସାଦ ମହାପାତ୍ର,ବନପଳ ମିଲନ ମହାନ୍ତିଙ୍କ ସମେତ କଇଁଚ ସୁରକ୍ଷା ସ୍କ୍ୱାର୍ଡ,ଏପିଆର ଟିମ ଉକ୍ତ ଟ୍ରଲର କୁ ଜବତ କରି ମତ୍ସ୍ୟ ବିଭାଗକୁ ହସ୍ତାନ୍ତର କରିଛି । ଏହି ଟ୍ରଲର ରେ ଥିବା ୮ ଜଣ ମତ୍ସ୍ୟଜୀବୀ ଙ୍କୁ ଅଟକ ରଖାଯାଇଛି। ଏ ସଂକ୍ରାନ୍ତ ରେ ମତ୍ସ୍ୟ ବିଭାଗ ଏକ ମାମଲା ରୁଜୁ କରିଛି