
ଆଜିଠାରୁ ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ପକ୍ଷରୁ ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ଓ ଶିବାମହୋତ୍ସବ
କାକଟପୁର-ତା ୨୮/୩ – (ତୁଷାର ଦୀକ୍ଷିତ ) -ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ କାକଟପୁର ଶାଖା ଆନୁକୂଲ୍ୟରେଆଜିଠାରୁ ୩ ଦିନ ବ୍ୟାପି ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ଶିବଦର୍ଶନ ଓ ମହୋତ୍ସବ କାକଟପୁର ବସଷ୍ଟାଣ୍ଡସମ୍ମୁଖରେ ଅନୁଷ୍ଠିତ ହେବାକୁ ଯାଉଅଛି l ଜନମାନସରେ ଆଧ୍ୟାତ୍ମିକତାର ଜାଗୃତି, ବୌଦ୍ଧିକ ଓ ପାରିବାରିକ ଶାନ୍ତିପ୍ରାପ୍ତି ପାଇଁ ରାଜଯୋଗର ଅଭ୍ୟାସ, ନିଶା ଦ୍ରବ୍ୟର କୁପରିଣତିରୁ ମୁକ୍ତି, ସାମାଜିକ ସଦଭାବନା ତଥା ଭାଇଚାରା ବିଶ୍ୱଭାତୃତ୍ୱ ଭାବନାକୁ ଦୃଢ଼ୀଭୂତ କରିବା ଉକ୍ତ ମହୋତ୍ସବର ଲକ୍ଷ ବୋଲି ରାଜଯୋଗିନୀ ବ୍ରହ୍ମକୁମାରୀ ଭଗିନୀ କୁନ୍ତଳା ସୂଚନା ଦେଇଛନ୍ତି l ପ୍ରତ୍ୟେହ ସମସ୍ତଙ୍କର ବୋଧଗମ୍ୟ ହେବାପରି ପ୍ରବଚନ କରାଯିବା ସହିତ ୩ ଦିନ ବ୍ୟାପୀ ବ୍ରାହ୍ମକୁମାରୀ ଭାଇ ଓ ଭଉଣୀ ମାନେ ଈଶ୍ୱରୀୟ ବାର୍ତ୍ତା ପ୍ରଦାନ କରିବେ l ଉକ୍ତ କାର୍ଯ୍ୟକ୍ରମ ପୂର୍ବାହ୍ନ ୯ ଘଟିକା ଠାରୁ ରାତ୍ର ୯ ଘଟିକା ପର୍ଯ୍ୟନ୍ତ ଖୋଲା ରହିବା ସହିତ ଦ୍ୱାଦଶ ୟୋତିର୍ଲିଙ୍ଗଙ୍କ ଫଟୋଚିତ୍ର ଓ ଏହାର ରହସ୍ୟ ସମ୍ପର୍କରେ ଜନସାଧାରଣଙ୍କୁ ପ୍ରାଞ୍ଜଳ ଭାବରେ ବୁଝାଯିବ ବୋଲି ଆୟୋଜକଙ୍କ ପକ୍ଷରୁ ସୂଚନା ଦିଆଯାଇଛି l