

ଭୁବନେଶ୍ୱର : ୨୮.୪.୨୪ (ଶାଶ୍ଵତ ଟିଭି) – ଗତ ୨୩ ତାରିଖରେ ଯାତ୍ରାଜଗତର ସୁପରଷ୍ଟାର ସମରେନ୍ଦ୍ର କୁମାର ପଣ୍ଡା ସଭିଙ୍କ ଅତି ପରିଚିତ ବାପିପଣ୍ଡା ଙ୍କୁ ବିଜୁଜନତା ଦଳର ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ରାଜ୍ୟ ସଂସ୍କୃତି କମିଟିର ଆଗଧାଡିର ସଦସ୍ୟ ଭାବରେ ନିଯୁକ୍ତି ପ୍ରଦାନ କରିଛନ୍ତି। ତାଙ୍କ ସହିତ ପାଞ୍ଚ ଜଣିଆ କମିଟିରେ ଆହୁରି ଚାରି ଜଣଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି। ତାସହିତ ୩୦ ଜିଲ୍ଲା ପାଇଁ ୩୦ ଜଣିଆ ଜିଲ୍ଲା ସଂଯୋଜକଙ୍କ ନାମ ଘୋଷଣା କରାଯାଇଛି।
ଏହି ଅବସରରେ ଗତ କାଲି ଏକ ଜରୁରକାଳୀନ ବୈଠକ ପରେ ଶ୍ରୀଯୁକ୍ତ ପଣ୍ଡା ଆଜିଠାରୁ ପର୍ଯ୍ୟାୟକ୍ରମେ ସମସ୍ତ ଜିଲ୍ଲା ସଂଯୋଜକ ମାନଙ୍କ ସହିତ ଆଲୋଚନା କରି ଆଗକୁ ସମସ୍ତ ଜିଲ୍ଲାରେ ବିଭିନ୍ନ ସଭାରେ କିପରି ଲୋକ କଳା ଏବଂ ସାଂସ୍କୃତିକ କାର୍ଯକ୍ରମ ଆୟୋଜନ କରାଯିବ ସେ ବିଷୟରେ ଆଲେଚନା କରିଥିଲେ ଏବଂ ତୃଣମୂଳ ସ୍ତରରେ କିପରି ଦଳକୁ ମଜଭୁତ କରାଯିବ ସେ ବିଷୟରେ ପରାମର୍ଶ ଦେଇଥିଲେ