
ମା ଭଗବତୀଙ୍କ ଶକ୍ତି ପୀଠ ଦର୍ଶନ କଲେ ହାଇକୋର୍ଟର ମୁଖ୍ୟ ବିଚାରପତି
ବାଣପୁର : ୧.୭.୨୪ – ରଞ୍ଜନ ମହାପାତ୍ର – ଶକ୍ତିପୀଠ ବାଣପୁରର ଅଧିଷ୍ଠାତ୍ରୀ ଦେବୀ ମା ଭଗବତୀଙ୍କୁ ଦର୍ଶନ କଲେ ହାଇକୋର୍ଟର ମୁଖ୍ୟ ବିଚାରପତି ଶ୍ରୀଯୁକ୍ତ ଚକ୍ରଧାରୀ ଶରଣ ସିଂ l ଆଜି ଅପରାହ୍ନ ୪ ଘଟିକା ସମୟରେ ଶ୍ରୀଯୁକ୍ତ ସିଂ ସପରିବାର ସହ ଆସି ମା’ଙ୍କୁ ଦର୍ଶନ କରି ମାଙ୍କ ଆଶ୍ରିବାଦ ଭିକ୍ଷା କରିଥିଲେ l ମନ୍ଦିରର ସେବକ ସଞ୍ଜୟ ମହାପାତ୍ର, ପବିତ୍ର ନାୟକ, ବସନ୍ତ ନାୟକ ମାଙ୍କ ପାଖରେ ବିଚାରପତିଙ୍କ ପାଇଁ ପୂଜା ଅର୍ଚ୍ଚନା କରିଥିଲେ l ମା ଙ୍କ ଦର୍ଶନ ସରିବା ପରେ ମନ୍ଦିରର ସେବାୟତ ମାନଙ୍କ ସହ ମନ୍ଦିର ବିଷୟରେ ଆଲୋଚନା କରିଥିଲେ l

ବିଚାରପତିଙ୍କ ଦର୍ଶନ ପାଇଁ ବାଣପୁର ଥାନା ତରଫରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା ଆଇ.ଆଇ.ସି ଶ୍ରୀଯୁକ୍ତ ଦେବତା ଓ ଥାନାର ଅଫିସର ମାନେ ଉପସ୍ଥିତ ରହି ଶୃଙ୍ଖଳା ବ୍ୟବସ୍ତା କଡାକଡି କରିଥିଲେ l ତତ ସହିତ ବାଣପୁର ମୁନିସିଫ କୋର୍ଟର ବିଚାରପତି ଓ ଅନ୍ୟାନ କର୍ମଚାରୀ, ଆଇନଜୀବି ମାନେ ଉପସ୍ଥିତ ରହିଥିଲେ ଏବଂ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ, ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ,ବାଣପୁର ତହସିଲଦାର ଓ ସମସ୍ତ କର୍ମଚାରୀମାନେ ଉପସ୍ଥିତ ରହି ସୂଚାରୁ ରୂପେ ଶ୍ରୀଯୁକ୍ତ ସିଂଙ୍କୁ ମାଙ୍କର ଦର୍ଶନ କରାଇଥିଲେ