
ନୂତନ ପ୍ରଣତୀ ଟିଭିଏସ ସୋରୁମ ଉଦଘାଟିତ,
କାକଟପୁର-ତା ୧୯/୭/୨୦୨୪-( ତୁଷାର ଦୀକ୍ଷିତ ) ,ପୁରୀଜିଲ୍ଲା କାକଟପୁର ଠାରେ ଏକ ଅତ୍ୟାଧୁନିକ ସ୍ବୀକୃତିପ୍ରାପ୍ତ ଟିଭିଏସ ବାଇକ ସୋରୁମ ” ପ୍ରଣତୀ ଟିଭିଏସ ” ଉଦଘାଟିତ ହୋଇଯାଇଛି l ଉକ୍ତ ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ କାକଟପୁର ତହସିଲଦାର ଅଙ୍କିତା ଅନିନ୍ଦିତା, ସମ୍ମାନୀତ ଅତିଥି ଭାବେ କାକଟପୁର ଥାନା ଆଇଆଇସି ବିଜୟ କେତନ ବେହେରା, ମଙ୍ଗଳା ମନ୍ଦିର ଟ୍ରଷବୋର୍ଡ କାର୍ଯ୍ୟନିର୍ବାହୀ ଅଧିକାରୀ କୈଳାଶ ଚନ୍ଦ୍ର ଦାଶ,ପ୍ରଣତୀ ଟିଭିଏସ ର ସତ୍ୱାଧିକାରୀ ଡ଼ଃ ସଲିଳ ରଞ୍ଜନ ଦୀକ୍ଷିତ, ବରିଷ୍ଠ ଶିକ୍ଷାବିତ ଜମ୍ବେଶ୍ୱର ଦୀକ୍ଷିତ, କାକଟପୁର ପ୍ରେସ କ୍ଲବ ସଭାପତି କମଳ ଲୋଚନ ଦୀକ୍ଷିତ, ଉପସଭାପତି ତଥା ମଙ୍ଗଳା ମନ୍ଦିର ପରାମର୍ଶଦାତା କମିଟି ର ସଦସ୍ୟ ତୁଷାର ରଞ୍ଜନ ଦୀକ୍ଷିତ, ତପନ କୁମାର ଦୀକ୍ଷିତ,ପ୍ରଦୀପ୍ତ କୁମାର ଦୀକ୍ଷିତ, ହିମାଂଶୁ ଭୂଷଣ ଦୀକ୍ଷିତ, ଜଗ୍ନେଶ୍ୱର ଦୀକ୍ଷିତ, ଅଶୋକ କୁମାର ଦୀକ୍ଷିତ, ମିହିର ରଞ୍ଜନ ଦୀକ୍ଷିତ, ମାନସ କୁମାର ଦୀକ୍ଷିତ, କୃଷ୍ଣ ଚନ୍ଦ୍ର ପଣ୍ଡା, ଅଞ୍ଜନ କୁମାର ଦୀକ୍ଷିତ,ପ୍ରମୁଖ ଯୋଗଦେଇଥିଲେ l ଟିଭିଏସ କମ୍ପାନୀର ପ୍ରତ୍ୟେକ ମଡେଲରେ ଗାଡି ଉକ୍ତ ସୋରୁମ ରେ ଉପଲବ୍ଧ ହେବାସହିତ ସ୍ଥାନୀୟ ଅଞ୍ଚଳର ଗ୍ରାହକ ମାନଙ୍କ ଚାହିଦା ଓ ଆବଶ୍ୟକତା ପୂରଣ କରିବାରେ ଏହି ସୋରୁମ ସହାୟକ ହେବା ସହିତ ଆସନ୍ତା ୧ ମାସ ପର୍ଯ୍ୟନ୍ତ ପ୍ରତ୍ୟେକ ଗାଡି ଉପରେ ଆକର୍ଷଣୀୟ ଉପହାର ଗ୍ରାହକ ମାନଙ୍କୁ ଭେଟିଦେବ ବୋଲି ସତ୍ୱାଧିକାରୀ ଡ଼ଃ ସଲିଳ ରଞ୍ଜନ ଦୀକ୍ଷିତ ପ୍ରକାଶ କରିଛନ୍ତି l