
ବିଘ୍ନରାଜଙ୍କ ପୂଜା, ଚଳଚଞ୍ଚଳ ପୁରପଲ୍ଲୀ,
କାକଟପୁର: ତା ୬/୯/୨୦୨୪
ରିପୋର୍ଟ୍ – ତୁଷାର ଦୀକ୍ଷିତ
ଆସନ୍ତା କାଲି ଗଣେଶ ପୂଜା ବା ଗଣେଶ ଚତୁର୍ଥୀ । ସ୍କୁଲ କଲେଜ ଆଦି ସ୍ଥାନରେ ବେଶ୍ ଆଡମ୍ବରରେ ପାଳନ ହୁଏ ଏହି ପୂଜା । ଏହାକୁ ବିଘ୍ନ ବିନାଶକଙ୍କ ପୂଜା ମଧ୍ୟ କୁହାଯାଏ l ଗଣେଶଙ୍କୁ କୁହାଯାଏ ଅଗ୍ରପୂଜ୍ୟ । ଯେଉଁ ପୂଜା ହେଉ ପ୍ରଥମେ ଗଣପତିଙ୍କୁ ହିଁ ପୂଜା କରିବା ପରେ ଅନ୍ୟମାନଙ୍କ ପୂଜା କରାଯାଏ । ତାଙ୍କୁ ବିଘ୍ନ ବିନାଶକ ବୋଲି ମଧ୍ୟକୁହାଯାଏ । କାରଣ ଗଣେଶ ସବୁ ବିଘ୍ନ ଦୂରେଇ ଦେଇଥାନ୍ତି ।ଆଜି ଗଣେଶ ପୂଜା ଅବସରରେ ଗଣେଶଙ୍କ ସମ୍ପର୍କରେ କିଛି ଲୋକକଥା l ବିଘ୍ନରାଜ ଶ୍ରୀ ଗଣେଷ ହେଉଛନ୍ତି ଏକଦନ୍ତ, ଦୟାବନ୍ତ, ଚତୁର୍ଭୁଜ ଧାରୀ । ମାତା ପାର୍ବତୀ ଗାଧୋଇବା ପାଇଁ ଥରେ ହଳଦୀ ଲଗାଇ ଦେହରୁ ମଳି ଛଢାଉଥିଲେ । ଦେହରୁ ମଳି ବାହାରିବା ପରେ ସେ ଏକ ପିତୁଳା ତିଆରି କରିଥିଲେ । ତାଙ୍କୁ ତାହା ଏତେ ସୁନ୍ଦର ଲାଗିଥିଲା ଯେ ସେ ସେଥିରେ ଜୀବନ୍ୟାସ କରିଥିଲେ । ଆଉ ତା ନାଁ ଦେଇଥିଲେ ଗଣେଶ ।ଗଣେଶଙ୍କର ହାତୀ ମୁଣ୍ଡଗଣେଶଙ୍କ ଜନ୍ମ ସମ୍ପର୍କରେ ଅଜ୍ଞ ଥିଲେ କୈଳାଶ ପର୍ବତରୁ ଦୂରରେ ଥିବା ଦେବ ଦେବ ମହାଦେବ । ଦିନେ ମାତା ପାର୍ବତୀ ସ୍ନାନ କରିବାକୁ ଗଲେ । ଦୁଆର ମୁହଁରେ ପୁଅ ଗଣେଶଙ୍କୁ ଜଗାଇଦେଇ ଗଲେ । ଏହି ସମୟରେ ଶିବ ଆସିଲେ । ସେ ଭିତରକୁ ଯିବାକୁ ବାହାରିବାରୁ ଗଣେଶ ତାଙ୍କୁ ଅଟକାଇଥିଲେ । ଗଣେଶ କି ଶିବ କେହି କାହାରିକୁ ଚିହ୍ନି ନ ଥିଲେ । ଗଣେଶ ଭିତରକୁ ଜମା ଛାଡିବେନି ବୋଲି ଜିଦ୍ ଧରି ବସିବାରୁ ରାଗି ଯାଇଥିଲେ ତାଙ୍କ ବେକ ଛେଦନ କରିଥିଲେ ଶିବ । ପାର୍ବତୀ ଆସି ସବୁ କଥା କହିବା ପରେ ଗଣେଶଙ୍କ ପାଇଁ ଏକ ମୁଣ୍ଡ ଖୋଜା ଯାଇଥିଲା । ଶେଷରେ ଏକ ହାତୀର ମୁଣ୍ଡକୁ ତାଙ୍କ ଶରୀରରେ ଲଗାଯାଇଥିଲା ।ବିଶ୍ୱାସ ରହିଛି ଯେ ଗଣେଶ ହିଁ ମହାଭାରତ ଲେଖିଥିଲେ । ମହର୍ଷି ବ୍ୟାସ ଯେତେବେଳେ ମହାଭାରତ ରଚନା ପାଇଁ ଯୋଜନା କଲେ ସେତେବେଳେ ତାଙ୍କୁ ଏମିତି ଜଣେ ଦରକାର ଥିଲା ଯିିଏ ମହାଭାରତ ଡାକିବା ବେଳେ ଏହାକୁ ବୁଝି ଲେଖି ପାରିବ । ଏଥି ପାଇଁ ସେ ଗଣେଶଙ୍କୁ ଚୟନ କରିଥିଲେ । ଏପରି କ୍ରମେ ଗଣେଶ ଏହାକୁ ଲେଖିଥିଲେ ।ଏକଦନ୍ତ ଗଣେଶ
ମହାଭାରତ ଲେଖିବା ବେଳେ ବ୍ୟାସଙ୍କର ଆଦେଶ ଥିଲା ଯେ ସେ ମହାଭାରତ ଡାକିଲା ବେଳେ ଗଣେଶ ମଝିରେ କୌଣସି ପ୍ରଶ୍ନ ପଚାରିବେ ନାହିଁ । ତେବେ ମହାଭାରତ ଲେଖିବା ବେଳେ ଗଣେଶଙ୍କ ଲେଖନୀଟି ଭାଙ୍ଗିଯାଇଥିଲା । କିନ୍ତୁ ମଝିରେ ବ୍ୟାସଙ୍କୁ କୌଣସି କଥା ନ ପଚାରିବାକୁ ଆଦେଶ ଥିବାରୁ ସେ ନିଜ ଦନ୍ତ ଭାଙ୍ଗି ଅବଶିଷ୍ଟ ଭାଗକୁ ଲେଖିଥିଲେ ବୋଲି କୁହାଯାଏ । ସେହିଦିନଠୁ ଗଣେଶ ଏକଦନ୍ତା । ଏହି ଅବସରରେ କାକଟପୁର ଏବଂ ଅସ୍ତରଙ୍ଗରେ ପ୍ରାୟ ସବୁ ଶିକ୍ଷାନୁଷ୍ଠାନ, କ୍ଲବ ଆଦି ପୂଜା ମଣ୍ଡପ ଗୁଡିକ ଚଳଚଞ୍ଚଳ ହୋଇପଡିଛି l ଯଦିଓ ପାଣିପାଗ ବିଭାଗ ପକ୍ଷରୁ ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାରେ ବର୍ଷା ହେଵ ବୋଲି ପୂର୍ବାନୁମାନ କରାଯାଇଛି ସେଥିପାଇଁ ସମସ୍ତ ପୂଜାମଣ୍ଡପ ଗୁଡିକ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଛନ୍ତି l