
ଷୋଡଶ ଉପଚାର ପୂଜାପଣ୍ଡା ଭାବେ ପରୀକ୍ଷାରେ ଉତୀର୍ଣ୍ଣ ହେଲେ ରଘୁନାଥ ଦୀକ୍ଷିତ
କାକଟପୁର:୨୦/୯/୨୦୨୪
ରିପୋର୍ଟ୍: ତୁଷାର ଦୀକ୍ଷିତ
ଆଉ କିଛି ଦିନ ପରେ ପାର୍ବଣ ପୂଜା ଏହି ଅବସରରେ କାକଟପୁର ବାସିନୀ ମା ମଙ୍ଗଳା ଙ୍କ ମନ୍ଦିର ରେ ପାର୍ବଣ ପୂଜା ପାଇଁ ଜୋରଦାର ପ୍ରସ୍ତୁତି ଚାଲି ଥିବା ବେଳେ ଯୁବ ସେବାୟତ ପଞ୍ଚ ଉପଚାର ପୂଜା ପଣ୍ଡା ମାନଙ୍କୁ ଷୋଡଶ ଉପଚାର ପୂଜା ଭାବେ ସୋତନ୍ତ୍ର ପ୍ରଶିକ୍ଷଣ ଦିଆ ଯାଇ ଉତୀର୍ଣ୍ଣ କରା ଯାଉଛି,ସେବକ ସାହିର ରଘୁନାଥ ଦୀକ୍ଷିତ ଙ୍କୁ ଷୋଡଶ ଉପଚାର ପୂଜା ପଣ୍ଡା ଭାବେ ବିବେଚିତ କରାଯାଇଛି, ଯାହାକି ଯୁବ ସେବାୟତ ପିଢ଼ି ପାଇଁ ଏହା ଏକ ନିଶ୍ଚୟ ଉଦାହରଣ ତାହା ନିଃସନ୍ଦେହ, ମା ଙ୍କ ପୂଜା ପାଇଁ ନିଷ୍ଠା ଯେତିକି ଭୟ ମଧ୍ୟ ସେତିକି କାରଣ ଏହି ପୂଜାରେ ପଦୁଟିଏ ମଧ୍ୟ ଭୁଲ କି କୌଣସି ଗୋଟିଏ ପଦ ମଧ୍ୟ ଛଡା ଯିବ ନାହିଁ, ଏହି ପୂଜା ଶିଖିବାକୁ ବର୍ଷ ବର୍ଷ ସମୟ ଲାଗି ଥାଏ ଯାହା ଆଜି ସମ୍ପୃର୍ଣ୍ଣ ହୋଇଛି, ଵିଧି ବଦ୍ଧ ଭାବେ ମନ୍ଦିର ର ବରିଷ୍ଠ ପୂଜା ପଣ୍ଡା, ଲଳିତ କୁମାର ଦୀକ୍ଷିତ, ସର୍ବେଶ୍ୱର ପାଢ଼ୀ, ସୁବାସ ଚନ୍ଦ୍ର ପାଢ଼ୀ, ସଞ୍ଜୟ ଦୀକ୍ଷିତ,ତପନ କୁମାର ଦୀକ୍ଷିତ,ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ, ସେବାୟତ ଇଶ୍ୱର ଚନ୍ଦ୍ର ଦୀକ୍ଷିତ, ପବିତ୍ର କୁମାର ଦୀକ୍ଷିତ, ସେବକ ସମିତି ସଭାପତି ମନୋରଞ୍ଜନ ପଣ୍ଡା, ପ୍ରମୁଖ ମା ଙ୍କ ଭୋଗ ମଣ୍ଡପରେ ବସି ଏକ ସୋତନ୍ତ୍ର ପରୀକ୍ଷା କରା ଯାଇଥିଲା ଏହି ପରୀକ୍ଷାରେ ଷୋଡଶ ଉପଚାର ପୂଜା ପଣ୍ଡା ଭାବେ ରଘୁନାଥ ଦୀକ୍ଷିତ ଉତୀର୍ଣ୍ଣ ହୋଇଥିଲେ, ଚଳିତ ପାର୍ବଣ ରେ ମା ମଙ୍ଗଳା ଙ୍କ ସୋତନ୍ତ୍ର ପୂଜା ନୀତି ରେ ସେ ଦାଇତ୍ୱ ନିର୍ବାହ କରିବେ, ଉତୀର୍ଣ୍ଣ ହେବା ପରେ ମଙ୍ଗଳା ମନ୍ଦିର ପରିସରରେ ମନ୍ଦିର ଟ୍ରଷ୍ଟି ଅଙ୍କିତା ଅନନ୍ଦିତା, କାର୍ଯ୍ୟ ନିର୍ବାହୀ ଅଧିକାରୀ କୈଳାଶ ଚନ୍ଦ୍ର ଦାସ, ଓ ପୂଜା ପଣ୍ଡା ମାନେ ତାଙ୍କୁ ପୁଷ୍ପ ଗୁଚ୍ଛ ଓ ଉତ୍ତରୀୟ ଦେଇ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ