
ଗ୍ୟାସ ସିଲିଣ୍ଡର କୁ ନେଇ ଯୋଗାଣ ବିଭାଗ ର ଚଢ଼ାଉ
କାକଟପୁର ୧୦/୧୨
(ତୁଷାର ଦୀକ୍ଷିତ )
ଆକ୍ସନ ମୁଡ଼ ରେ ଅସ୍ତରଙ୍ଗ ଯୋଗାଣ ବିଭାଗ, ପ୍ରଥମେ ଆଳୁ କଳାବଜାରୀ ଉପରେ ଚଢ଼ାଉ ଏବେ ଗ୍ୟାସ ସିଲିଣ୍ଡର l ଆଜି ପୁରୀ ଜିଲ୍ଲା ଯୋଗାଣ ବିଭାଗ ର ୫ ଜଣିଆ ସ୍ୱତନ୍ତ୍ର ଟିମ୍ କାକଟପୁର ଅସ୍ତରଙ୍ଗ ବଜାର ରେ ବିଭିନ୍ନ ଗ୍ୟାସ ଚୁଲ୍ଲା ମରାମତି କେନ୍ଦ୍ର, ଗ୍ୟାସ ଏଜେନ୍ସି, ଓ ବଡ଼ ବଡ଼ ହୋଟେଲ ଉପରେ ଅତର୍କିତ ଚଢ଼ାଉ କରିବା ସହ ଚାରିଗୋଟି ଘରୋଇ ବ୍ୟବହୃତ ସିଲିଣ୍ଡର ଏକ ହୋଟେଲ ରୁ ଜବତ କରିବା ସହ ରବ୍ଧ କରିଛି ବିଭାଗ l ସୂଚନା ଅନୁଯାୟୀ ଘରୋଇ ଗ୍ୟାସ ସିଲିଣ୍ଡର ୧୪. ୨ କେଜି କୁ ୮୩୯ ଟଙ୍କା ୫୦ ପଇସା ରହିଛି, ଏହା ୨ ଗୋଟି ପର୍ଯ୍ୟାୟ ଭୁକ୍ତ ଯଥା ସରକାର ଙ୍କ ଉଜ୍ଜାଲା ଯୋଜନା ହିତାଧିକାରୀ ଏଥିରେ ୩୦୦ ଟଙ୍କା ସବସିଡି ପାଇବା ବେଳେ ସାଧାରଣ ହିତାଧିକାରୀ ୧୭ ଟଙ୍କା ଫେରସ୍ତ ପାଉଛନ୍ତି, ଠିକ ସେହିଭଳି ବ୍ୟବସାୟିକ ଅନୁଷ୍ଠାନ ପାଇଁ ଉପଲବ୍ଧି ଗ୍ୟାସ ସିଲିଣ୍ଡର ୧୯ କେଜି କୁ ୧୮୯୦ ଟଙ୍କା ରହିଛି ଯାହାକୁ କେବଳ ବ୍ୟବସାୟୀ ମାନେ ବ୍ୟବହୃତ କରିବେ ଓ ସେହିହିସାବରେ ସରକାର ଙ୍କୁ ଟିକସ ମଧ୍ୟ ଦେଉଛନ୍ତି କିନ୍ତୁ ଅସ୍ତରଙ୍ଗ ଅଞ୍ଚଳ ରେ କିଛି ହୋଟେଲ ବ୍ୟବସାୟୀ କମ ପଇସା ରେ ଘରୋଇ ଗ୍ୟାସ ସିଲିଣ୍ଡର କ୍ରୟ କରି ତାହାକୁ ନିଜ ବ୍ୟବସାୟ ରେ ଲଗାଇଛନ୍ତି ଯାହା ସମ୍ପୂର୍ଣ୍ଣ ବେଆଇନ l ଆଉ କିଛି ଦୋକାନ ମାନଙ୍କ ରେ ଗ୍ୟାସ ଚୁଲ୍ଲା ମରାମତି ହେଉଥିବା ବେଳେ ସେଠି କଳାବଜାର ରେ ଗ୍ୟାସ ରିଫିଲିଙ୍ଗ ମଧ୍ୟ ହେଉଛି, ଏହାକୁ ନେଇ ବିଭିନ୍ନ ସମୟ ରେ ଅଭିଯୋଗ ହେଇଆସୁଥିଲା, ଏହି ଅଭିଯୋଗ କୁ ଭିତ୍ତି କରି ଆଜି ପୁରୀ ଜିଲ୍ଲା ଏସିଏସଓ ଜି ପ୍ରଶାନ୍ତ ରାଓ, ଅତିରିକ୍ତ ପୁରୀ ଜିଲ୍ଲା ଯୋଗାଣ ଅଧିକାରୀ ପ୍ରଭଞ୍ଜନ ସାହୁ, କାକଟପୁର ଯୋଗାଣ ନିରୀକ୍ଷକ ଦେବଜ୍ୟୋତି ଦାସ, ଅସ୍ତରଙ୍ଗ ଯୋଗାଣ ଅଧିକାରୀ ଶିବ ପ୍ରସାଦ ମହାନ୍ତି, ପୁରୀ ସଦର ଯୋଗାଣ ନିରୀକ୍ଷକ ପ୍ରଦୀପ ସେଠି ସମୁଦାୟ ପାଞ୍ଚ ଜଣିଆ ଟିମ୍ ହଟାତ ବଜାର ରେ ଚଢ଼ାଉ କରିଥିଲେ l ଏହି ସମୟ ରେ ଅସ୍ତରଙ୍ଗ ବଜାର ରେ ଏକ ନିର୍ଦ୍ଧିଷ୍ଟ ହୋଟେଲ ରେ ପ୍ରବେଶ କରି ସେଠୁ ୪ ଗୋଟି ଘରୋଇ ସିଲିଣ୍ଡର ଜବତ କରିଛନ୍ତି, ସେଥିରୁ ୨ ଗୋଟି ହିନ୍ଦୁସ୍ତାନ ଗ୍ୟାସ ଓ ୨ ଗୋଟି ଭାରତ ଗ୍ୟାସ ରହିଛି, ଜବତ କରି ଦୋକାନ ମ୍ୟାନେଜର ଙ୍କ ଠୁ ଜମାନବନ୍ଦୀ ନେବା ପରେ ନିକଟରେ ଥିବା ପ୍ରିୟାସୁ ଗ୍ୟାସ ଏଜେନ୍ସି ରେ ଜମା ରଖିଛନ୍ତି, କାକଟପୁର ରେ ଏକ ଫାଷ୍ଟ ଫୁଡ ଦୋକାନ ରେ ଚଢ଼ାଉ କରି ୩ଗୋଟି ଘରୋଇ ସିଲିଣ୍ଡର ଜବତ କରି ନିକଟସ୍ଥ ମା ମଙ୍ଗଳା ଏଜେନ୍ସି ରେ ଜମା ଦିଆଯାଇଛି lଏଥି ସହିତ ସବୁ ବ୍ୟବସାୟୀ ଙ୍କୁ ସଚେତନତା କରାଇଛନ୍ତି ସମସ୍ତେ ସରକାର ଙ୍କ ନିୟମ ଅନୁସାରେ ଗ୍ୟାସ ବ୍ୟବହାର କରନ୍ତୁ ନଚେତ ଆଗାମୀ ଦିନ ମାନଙ୍କ ରେ ଏହିଭଳି ଚଢ଼ାଉ ଜାରି ରହିବ l