
ପୁରୀରେ ସ୍ୱାସ୍ଥ୍ୟ ବିଭାଗ ବିପର୍ଯ୍ୟସ୍ତ ଦାବିରେ କଂଗ୍ରେସର ପ୍ରତିବାଦ
ପୁରୀ ସଦର ମହକୁମା ଚିକିତ୍ସାଳୟ ରେ ରୋଗୀଙ୍କ ଚିକିତ୍ସାରେ ଡାକ୍ତର ଏବଂ ସ୍ବାସ୍ଥ୍ୟ କର୍ମୀଙ୍ଗ ଅବହେଳା ଏବଂ ପୁରୀ ମେଡିକାଲ ର ବିଭିନ୍ନ ଅସୁବିଧାକୁ ନେଇ ଆଜି ପୁରୀ ଜ଼ିଲ୍ଲା ଛାତ୍ର କଂଗ୍ରେସ ଓ ଯୁବ କଂଗ୍ରେସ ତରଫରୁ ପୁରୀ ସି.ଡ଼ି.ଏମ.ଓ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା | ଏଥିରେ ଯୁବ କଂଗ୍ରେସ ନେତା ଆଲୋକ କୁମାର ଦାଶ, ଜ଼ିଲ୍ଲା ଛାତ୍ର କଂଗ୍ରେସ ସଭାପତି ଆଶୁତୋଷ ମିଶ୍ର ଓ ବସ୍ତି ନେତା ମନୋଜ ମଣ୍ଡଳ ବିଭିନ୍ନ ମେଡିକାଲ ଈସୁକୁ ନେଇ ଯୁକ୍ତି କରିଥିଲେ |
ମୁଖ୍ୟତଃ ପୁରୀ ମେଡିକାଲ ରେ ସମସ୍ତ ବିଭାଗୀୟ “ଡିଉଟି ଚାର୍ଟ ବୋର୍ଡ଼” ଲାଗିଥିବା ବେଳେ ତାହା ଠିକସେ କାର୍ଯ୍ୟକାରୀ ହେଉନାହିଁ।
ଆପଦ-କାଳୀନ ପରିସ୍ଥିତିରେ ତତ୍କାଳୀନ ଫୋନ ନମ୍ବର ପ୍ରତ୍ୟକ ବିଭାଗୀୟ ୱାର୍ଡରେ ଲେଖିବା ସହ ଟାଇମ ଚାର୍ଟ ସହ ଫୋନ ନମ୍ବର ଡାକ୍ତର ମାନଙ୍କର ରଖିବାକୁ ଦାବି , ନିରାମୟ ଔଷଧ ପ୍ରତି ଧ୍ୟାନ ନଦେଇ ଡାକ୍ତର ମାନେ ବାହାରୁ କିଣିବାକୁ ଲେଖୁଛନ୍ତି ଏବଂ ନିଜ ହସ୍ତାକ୍ଷର ପ୍ରତି ଡାକ୍ତର ମାନେ ସଚେତନ ହେବାକୁ ଦାବି କରାଯାଇଥିଲା |
ପୁରୀରେ ଆଇ.ସି.ୟୁ ସରଞ୍ଜାମ ଥିଲେବି ତାକୁ ଏକ କୋଠରୀରେ ବନ୍ଦ କରି ରଖି ମେଡିକାଲ ସୁରକ୍ଷା କର୍ମୀ ଜଗି ରହିଛନ୍ତି ତାକୁ କାର୍ଯ୍ୟକାରୀ କରିବା ସହିତ ମେଡିକାଲ ଭିତରେ ଥିବା ସହାୟତା କେନ୍ଦ୍ର ପାଖରେ ମଧୁମେୟ ଓ ରକ୍ତଚାପ ଜନିତ ପରୀକ୍ଷଣ କେନ୍ଦ୍ର ଲେଖାଥିବା ସୂଚନା ଉପରେ ଧଳା ଚୂନ ମାରି ସେହି କେନ୍ଦ୍ର ବନ୍ଦ ରଖିଛନ୍ତି | ତୁରନ୍ତ ଏହା ଚାଲୁ କରିବାକୁ ଦାବି କରଯାଇଥିଲା।
ଅନ୍ୟ ସମସ୍ୟା ଭିତରେ ପ୍ରସୂତି ବିଭାଗରେ କେହି ଚିକିତ୍ସିତ ହେଲେ ଅତି କମରେ ୨୦୦୦ ରୁ ୫୦୦୦ ଟଙ୍କା ଦାବି କରୁଛନ୍ତି | ଯଦି ନ-ଦେଉଛନ୍ତି ଲୋକଙ୍କ ଚିକିତ୍ସା କୁ ଗୁରୁତ୍ୱ ଦେଉନଥିବାର ଦାବି କରାଯାଇଛି।
ଏହି ୫ଦଫା ଦାବିପତ୍ରକୁ ନେଇ ଆଲୋଚନା ହୋଇଥିଲା ୭ତାରିଖରେ ଏକ ଶତନ୍ତ୍ର ଦାବିପତ୍ର ପୁନଶ୍ଚ କଂଗ୍ରେସ ତରଫରୁ ଦିଆଯିବ ବୋଲି ସି.ଡ଼ି.ଏମ.ଓ ଙ୍କୁ କୁହା ଯାଇଥିଲା | ଏବଂ ଆଲୋଚନା ଭିତିକ ୫ଦଫା ଦାବିପତ୍ର କୁ ଧ୍ୟାନ ଦେବେ ଏବଂ କାର୍ଯ୍ୟକାରୀ କରିବେ ବୋଲି ସି.ଡ଼ି.ଏମ.ଓ ପ୍ରତିଶୃତି ଦେଇଥିଲେ |
ଏହି ଅବସରରେ ପୁରୀ ଜ଼ିଲ୍ଲା ଯୁବ କଂଗ୍ରେସର ଯୁବ ନେତା ଆଲୋକ କୁମାର ଦାଶ, ଜ଼ିଲ୍ଲା ଛାତ୍ର କଂଗ୍ରେସ ସଭାପତି ଆଶୁତୋଷ ମିଶ୍ର, ବସ୍ତି ଯୁବ ନେତା ମନୋଜ ମଣ୍ଡଳ, ଛାତ୍ର କଂଗ୍ରେସ ପୁରୀ ବିଧାନସଭା ସଭାପତି ଅଗସ୍ତିନ ଜୋସେଫ, ଯୁବନେତା ଅନିଲ ବେଜ, ସଦର ଯୁବ ନେତା ଆଦିତ୍ୟ ସାମନ୍ତରାୟ , ଜଗଦୀଶ ରାଉତ, ହିଫଜୁଲ, ଷ୍ଟିଫେନ ଜୋସେଫ, ଅମିତ ପ୍ରଧାନ ଏବଂ ଅନ୍ୟ ସମସ୍ତ ଯୁବ ଓ ଛାତ୍ର କଂଗ୍ରେସର କର୍ମୀ ମାନେ ଉପସ୍ଥିତ ଥିଲେ।