
କଂଗ୍ରେସ ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମର ପ୍ରେସ ମିଟ
କାକଟପୁର ତା ୧/୮,ମଙ୍ଗଳବାର ରାଜ୍ୟ କଂଗ୍ରେସର ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟ ସାଶନ ସଚିବ ବିଜୟ ପଟନାୟକଙ୍କ ଅଧକ୍ଷତାରେ ଏକ ପାଞ୍ଚ ଜଣିଆ ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ ଅସ୍ତରଙ୍ଗ ବ୍ଲକ ଅନ୍ତର୍ଗତ ତାଳଦା ପଞ୍ଚାୟତର ଏଡବାଂଶ ପଢ଼ିଆରୀ ବିଦ୍ୟାପୀଠ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି। କାକଟପୁର କଂଗ୍ରେସ ଓ ଅସ୍ତରଙ୍ଗ କଂଗ୍ରେସ ତରଫରୁ ଶ୍ରୀ ପଟ୍ଟନାୟକ ଙ୍କୁ ସ୍ୱାଗତ କରାଯିବା ସହିତ ତାଳଦା ପଢ଼ିଆରୀ ସ୍କୁଲ ବୁଲି ଦେଖିଥିଲେ ଓ ପରେ ପରେ କାକଟପୁର ମା ମଙ୍ଗଳା ଙ୍କୁ ଦର୍ଶନ କରିବା ସହିତ ସେବକ ମାନଙ୍କୁ ମଙ୍ଗଳା ମନ୍ଦିର ବିଷୟରେ ପଚାରି ବୁଝିଥିଲେ ସେବାୟତ ତରଫରୁ ଫିଲୁ ନନା, ଭିକୁ ନନା, ମଣ୍ଟୁ ନନା, ବୁଢ଼ା ନନା ମନ୍ଦିରରେ ସ୍ଥାୟୀ ଟ୍ରଷ୍ଟ ଗଠନ ଓ ଟ୍ରଷ୍ଟ ରେ ସେବାୟତ ମାନଙ୍କୁ ରଖିବା, ମନ୍ଦିର ର ଉର୍ନତି ବିଷୟରେ ଏକ ଦରଖାସ୍ତ କୃଷକ ସେଲ ଅଧକ୍ଷ ଅମୀୟ କୁମାର ପଟ୍ଟନାୟକ ଙ୍କୁ ଦେଇଥିବା ଜଣା ପଡିଛି, ଶ୍ରୀ ପଟ୍ଟନାୟକ ଏକ ସାମ୍ବାଦିକ ସମ୍ମିଳନୀ ଡାକି 5t ବିଦ୍ୟାଳୟ ବିନା ଟେଣ୍ଡରରେ କାର୍ଯ୍ୟ ନିମ୍ନମାନର ହୋଇଥିବା ସେ ଅଭିଯୋଗ କରିବା ସହ ରାଜ୍ୟରେ ସମସ୍ତ 5t ବିଦ୍ୟାଳୟ ନିର୍ମାଣରେ ବିଜେଡି କର୍ମୀଙ୍କୁ ପୋଷିବା ଓ ସେ ଅର୍ଥରେ ନିର୍ବାଚନ ଲଢ଼ିବା ପାଇଁ ବହୁତ ବଡ଼ ସ୍କାମ ହୋଇଥିବା ସେ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିବା ସହ ଓଡିଶାବାସୀଙ୍କ କୋଟି କୋଟି ଟଙ୍କା ବିନିର୍ବ୍ୟୟ କରାଯାଇଛି ।କଂଗ୍ରେସ ଦଳ ପକ୍ଷରୁ ଏହା ବିରୁଦ୍ଧରେ ଆଗାମୀ ଦିନରେ ଦୃଢ଼ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି । ଏହି ଅବସରରେପୂର୍ବତନ ସାଂସଦ ନକୁଳ ନାଏକ,କଂଗ୍ରେସ କୃଷକ ସେଲ ଅଧ୍ୟକ୍ଷ ଅମିୟ ପଟନାୟକ , କଂଗ୍ରେସ ସାଧାରଣ ସମ୍ପାଦିକା ରଶ୍ମିରେଖା ମହାପାତ୍ର, ପିସିସି ଉପସଭାପତି ତଥା କାକଟପୁର ନିର୍ବାଚନ ମଣ୍ଡଳୀ କଂଗ୍ରେସ ବିଧାୟକ ପ୍ରାର୍ଥୀ ବିଶ୍ୱଭୂଷଣ ଦାସ, କଂଗ୍ରେସ ନେତା ଆଡ଼ଭୋକେଟ ପ୍ରଫୁଲ୍ଲ କୁମାର ନାୟକ ପ୍ରମୁଖ ଏହି ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମରେ ଯୋଗଦେଇଥିଲେ l ଅନ୍ୟ ପକ୍ଷରେ ଦିଲ୍ଲୀ ଅଧ୍ୟାଦେଶରେ ବୁଜେପିକୁ ପାର୍ଲିଆମେଣ୍ଟରେ ବିଜେଡି ସମର୍ଥନ ଦେବା ଓ ଅନାସ୍ଥା ପ୍ରସ୍ତାବରେ ବିଜେଡି ବିଜେପିକୁ ସମର୍ଥନ ଦେବା ବିଜେଡି ବିଜେପିର ପ୍ରତିଦ୍ବନ୍ଦୀ ନୁହଁନ୍ତି ସହଯୋଗୀ ଦଳ ବୋଲି ପ୍ରମାଣିତ ହୋଇଛି ବୋଲି ବରିଷ୍ଠ କଂଗ୍ରେସ ନେତା ବିଜୟ ପଟ୍ଟନାୟକ ଉକ୍ତ ପ୍ରେସ ମିଟରେ ଅଭିଯୋଗ କରିଛନ୍ତି ।
ସାରା ଓଡ଼ିଶାରେ 5t ସଚିବ ବିଭିନ୍ନ ମନ୍ଦିର ବୁଲି ଅନୁଦାନ ଘୋଷଣା କରୁଛନ୍ତି । ପ୍ରକୃତରେ କେତେ ଟଙ୍କା ଯାଉଛି କିଭଳି ଖର୍ଚ୍ଚ ହେଉଛି କିଏ ଲାଭବାନ ହେଉଛନ୍ତି ଏ ବାବଦରେ କଂଗ୍ରେସ ନେତା ବିଜୟ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି । ଏହି ଟଙ୍କାର 75ଭାଗ ବାହାର କଣ୍ଟ୍ରାକ୍ଟରଙ୍କୁ ଚଢା ଦରରେ ଦିଆଯାଇଥିବା ସେ ଅଭିଯୋଗ କରିଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ କାକଟପୁର ବ୍ଲକ କଂଗ୍ରେସ ସଭାପତି ଅବଧୂତ ସ୍ୱାଇଁ, ଅସ୍ତରଙ୍ଗ ବ୍ଲକ କଂଗ୍ରେସ ସଭାପତି ସୁକାନ୍ତ କୁମାର ମହାନ୍ତି,କାକଟପୁର ପଞ୍ଚାୟତ ସଭାପତି ନଳିନୀକାନ୍ତ ଦୀକ୍ଷିତ,ଜିତେନ୍ଦ୍ର ନାୟକ, ବିପିନ ମହାନ୍ତି, ଯୁବନେତା ତପନ କାଣ୍ଡି ପ୍ରମୁଖ ଯୋଗଦେଇଥିଲେ l