
ଓଡ଼ିଶା ରେ ଡବଲ ଇଂଜିନ ସରକାର ଗଢିବା ପାଇଁ ଆହ୍ୱାନ ଦେଲେ ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱଶର୍ମା l
କାକଟପୁର୨୭/୫ :- (ତୁଷାର ଦୀକ୍ଷିତ ) – ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ବିଭିନ୍ନ ରାଜନୀତି ଦଳର ହେବି ୱେଟ ନେତା ମାନଙ୍କୁ ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ଦେଖିବାକୁ ମିଳୁଛି ନିଜ ଦଳର ପ୍ରଚାର, ପ୍ରସାର କରିବାକୁ ଓଡିଶା ଓ ଓଡିଶା ବାହାର ନେତାଙ୍କୁ ଦେଖିବାକୁ ମିଳୁଛି ବିଭିନ୍ନ ସଭା ସମିତି ରେ, ଓଡିଶା ରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ କୁ ଆଉ ଦିନ କେଇଟା ବାକି ଥିବାବେଳେ ତିନି ଦଳ ର ପ୍ରାର୍ଥୀ ମାନେ ନିଜ ନିଜ ର ପତିଆରା ଜାହିର କରି ଭୋଟର ମାନଙ୍କ ମନ ଜିଣିବାକୁ ପ୍ରାଣମୁର୍ଚ୍ଛା ଉଦ୍ୟମ ଜାରି ରଖିଥିବାବେଳେ, କାକଟପୁର ବିଜେପି କୁ ସଶକ୍ତ କରିବାପାଇଁ ସ୍ଥାନୀୟ ବ୍ଲକ ପଡିଆରେ ବିଶାଳ ସମାବେଶ ରେ ଯୋଗ ଦେଇଛନ୍ତି ବିଜେପି ର ଷ୍ଟାର ପ୍ରଚାରକ ତଥା ଆସାମ ର ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱଶର୍ମା l ଏହି ସମାବେଶ ରେ ଜଗତସିଂହପୁର ସାଂସଦ ପ୍ରାର୍ଥୀ ବିଭୁ ପ୍ରସାଦ ତରାଇ, ବିଧାୟକ ପ୍ରାର୍ଥୀ ବାଇଧର ମଲ୍ଲିକ, ପୂର୍ବତନ ବିଧାୟକ ସୁରେନ୍ଦ୍ର ସେଠୀ, ଜିଲ୍ଲା ଉପ ସଭାପତି ରତିକାନ୍ତ ବେହେରା, ସଂଯୋଜକ ସୁଦର୍ଶନ ସ୍ୱାଇଁ, ପ୍ରଭାରୀ ପୂର୍ଣ୍ଣ ଚନ୍ଦ୍ର ଓଝା, କାକଟପୁର ବ୍ଲକ ଅଧ୍ୟକ୍ଷ ଶ୍ରୀଧର ନାୟକ, ଅସ୍ତରଙ୍ଗ ଅଧ୍ୟକ୍ଷ ଆରତୀ ନାୟକ, ଅସ୍ତରଙ୍ଗ ଯୁବ ନେତା ଦିବାକର ଛାଟୋଇ, ରାଜଲକ୍ଷ୍ମୀ ଦାସ ପ୍ରମୁଖ ଯୋଗଦେଇ କାକଟପୁର ନିର୍ବାଚନ ମଣ୍ଡଳୀ ରେ ବିଜେପି କୁ ସଶକ୍ତ କରିବା ସହିତ ସାଂସଦ ପ୍ରାର୍ଥୀ ବିଭୁ ପ୍ରସାଦ ତରାଇ ଓ ବିଧାୟକ ପ୍ରାର୍ଥୀ ବାଇଧର ମଲ୍ଲିକ ଙ୍କୁ ବିପୁଳ ସଂଖ୍ୟା ରେ ଜୟଯୁକ୍ତ କରିବା ପାଇଁ ଆହ୍ୱାନ ଦେବା ସହିତ ଓଡିଶା ରେ ଯେଉଁ ପରିବର୍ତ୍ତନ ର ହାୱା ଚାଲିଛି ତାକୁ ସଫଳ କରି ମୋଦି ଙ୍କ ବିକାଶ ଧାରାରେ ଓଡିଶା କୁ ସାମିଲ କରିବାକୁ ଜନସାଧାରଣ ଙ୍କୁ ନିବେଦନ କରିଥିଲେ l ଓଡିଶା ରେ ବିଜେପି ସରକାର ଆସିଲେ ସୁଭଦ୍ରା ଯୋଜନା ରେ ପ୍ରତ୍ୟକ ମହିଳାଙ୍କୁ ପଚାଶ ହଜାର ଟଙ୍କା ର ଭାଉଚର ପ୍ରଦାନ କରିବା ସହ ବାର୍ଦ୍ଧକ୍ୟ ଭତା କୁ ଏକ ହଜାର ରୁ ତିନି ହଜାର ଟଙ୍କା କୁ ବୃଦ୍ଧି, ଧାନ ର ସହାୟକ ମୂଲ୍ୟ ବୃଦ୍ଧି, ଶ୍ରୀମନ୍ଦିର ର ଚାରିଦ୍ୱାର ଖୋଲା, ରତ୍ନ ଭଣ୍ଡାର ଚାବି ର ତଦନ୍ତ ଆଦି ର ଇସ୍ତାହାର କୁ ଜନସାଧାରଣ ଙ୍କୁ କହିବା ସହ ଏହା ମୋଦି ଙ୍କ ଗ୍ୟାରେଣ୍ଟି ବୋଲି ପ୍ରକାଶ କରିଥିଲେ l ଚବିଶ ବର୍ଷ ର ବିଜେଡି ର କୁଶାସନ ଓଡିଶା କୁ ଦଶ ବର୍ଷ ପଛକୁ ନେଇଯାଇଛି ବୋଲି କହିଵା ସହିତ ଓଡିଶା ରେ 5t କୁ ତାମିଲ ଶାସନ କହି କଟାକ୍ଷ କରିଥିଲେ l ଏହି ସାଧାରଣ ସଭା ରେ ତିରିଶ ହଜାର ରୁ ଊର୍ଧ୍ୱ ମହିଳା, ଯୁବକ, ଛାତ୍ର, ଓ କର୍ମୀ ଯୋଗ ଦେଇ ବିଜେପି କୁ ଜିତାଇବା ପାଇଁ ସଂକଳ୍ପ