
କୁକୁଡାଖଣ୍ଡି ଦଲିଲ ଲେଖକ ସଂଘ ତରଫରୁ ଘୋଳ ଦହି ବଣ୍ଟନ
ଆଦ୍ୟ ତା :୧୧/୦୪/୨୫ ରିଖ, ଶୁକ୍ରବାର ଗଞ୍ଜାମ ଜିଲ୍ଲା କୁକୁଡାଖଣ୍ଡି ଦଲିଲ ଲେଖକ ସଂଘ ତରଫରୁ ଚଳିତ ବର୍ଷ ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପଥଚାରୀ ଓ କାର୍ଯାଳୟକୁ ଆସୁଥିବା ଜନସାଧାରଣଙ୍କ ପାଇଁ ଥଣ୍ଡା ପାନୀୟ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି l ଆଜି କାର୍ଯ୍ୟକ୍ରମକୁ କୁକୁଡାଖଣ୍ଡି ଉପ-ନିବନ୍ଧକ ଶ୍ରୀ ସ୍ମୃତି ଶୁଭଦର୍ଶନ ସାହୁ ଉଦଘାଟନ କରିଥିଲେ l କାର୍ଯ୍ୟକ୍ରମରେ ବରିଷ୍ଠ କିରାଣୀ ସପନ କୁମାର ମୁନି, ଏସ. ପବିତ୍ର ପାତ୍ର, ସୁଚରିତା ପାତ୍ର ଯୋଗ ଦେଇଥିବା ବେଳେ ଦଲିଲ ଲେଖକ ଶିବ ପ୍ରସାଦ ପଟ୍ଟନାୟକ, ଦିବ୍ୟ ଲୋଚନ ପଟ୍ଟନାୟକ, ସାଗର କୁମାର ପାତ୍ର,ପ୍ରସନ୍ନ ପଟ୍ଟନାୟକ, ସରୋଜ କୁମାର ପାତ୍ର, କୈଳାଶ ଖଟାଇ,ବିଭୁ ପ୍ରସାଦ ପଟ୍ଟନାୟକ,ପ୍ରଭାକର ଜେନା, ପ୍ରକାଶ ରାଓ ଦୋରା, ଓମ ଦଳାଇ,ଏ.ରୋହିତ କୁମାର, କେ. ରାମକୃଷ୍ଣ,ଏସ. ନରସିଂହ, ଏ. ଭୁଜେନ୍ଦ୍ର ରାଓ ପ୍ରମୁଖ ପାନୀୟ ବଣ୍ଟନରେ ସହଯୋଗ କରିଥିଲେ l