
ଭେଟ୍ରାନ ଏକାଦଶକୁ ହରାଇ ଯୁବ ଏକାଦଶ ବିଜୟୀ
କାକଟପୁର ତା ୨୨/୧ , ଅସ୍ତରଙ୍ଗ ମା ଶାରଳା ସ୍ପୋଟିଂ କ୍ଲବ ପକ୍ଷରୁ ନରେନ୍ଦ୍ର ଷ୍ଟାଡିୟମରେ ରବିବାର ଦିନ ଭେଟ୍ରାନ ଏକାଦଶ ଓ ଯୁବ ଏକାଦଶ ମଧ୍ୟରେ ଏକ ଟି ଟୋଣ୍ଟି କ୍ରିକେଟ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି। ଏହି ମ୍ୟାଚ ରେ ପ୍ରଥମେ ଟସ ଜିତି ଭେଟ୍ରାନ ଏକାଦଶ ନିର୍ଦ୍ଧାରିତ ୨୦ ଓଭରରେ ୫ ଉଇକେଟ ହରାଇ ୯୬ ରନ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ପ୍ରହଲ୍ଲାଦ ମୁଦୁଲି ୫୮ ବଲରେ ୪୧ ରନ କରିଥିବାବେଳେ ଦେବାଶିଷ ପଳାଉରୀ ୨୪ ରନ ଦେଇସର୍ବାଧିକ ୨ ଉଇକେଟ ନେଇଥିଲେ।ଏହାର ଜବାବରେ ଯୁବ ଏକାଦଶ ମାତ୍ର ୧୩ ଓଭର ୫ ବଲରେ ୨ ଉଇକେଟ ହରାଇ ୯୭ ରନ କରି ବିଜୟୀ ହୋଇଥିଲା। ଦଳ ପକ୍ଷରୁ ମିଥୁନ ବେହେରା ୨୫ ବଲରେ ସର୍ବାଧିକ ୪୭ ରନ କରିଥିବା ବେଳେ ଦିବାକର ଛାଟୋଇ ୪ ଓଭରରେ ୧୩ ରନ ଦେଇ ଗୋଟିଏ ଉଇକେଟ ନେଇଥିଲେ। ଭେଟ୍ରାନ ଏକାଦଶ ର ଅଧିନାୟକ ଅନାଥ ବନ୍ଧୁ ମୁଦୁଲି ଓ ଯୁବ ଏକାଦଶର ଅଧିନାୟକ ପ୍ରକାଶ ଚନ୍ଦ୍ର ବେହେରା ଅଧିନାୟକ ନିଯୁକ୍ତି ହୋଇଥିବା ବେଳେ ନଟ କିଶୋର ମହାନ୍ତି ଓ ଭାସ୍କର ନାୟକ ଖେଳ ପରିଚାଳନା କରିଥିବା କ୍ଳବ ର ମିଡିଆ ସେଲ ଯୁବ ଅଧିକାରୀ ପବିତ୍ର ମହାନ୍ତି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।ଆସନ୍ତା ୨୬ ତାରିଖରୁ ଏହି ଷ୍ଟାଡିୟମରେ ବିଭିନ୍ନ ଜିଲ୍ଲାର ୭ଟି ଦଳ ମାନଙ୍କୁ ନେଇ କ୍ରିକେଟ ଖେଳ ଅନୁଷ୍ଠିତ ହେବ ବୋଲି ସ୍ପୋଟିଂ କ୍ଲବ ପକ୍ଷରୁ ସୂଚନା ମିଳିଛି।