
ଆଫ୍ରିକା ର ଉଚ୍ଚତମ ଶୃଙ୍ଗରେ ବ୍ରହ୍ମପୁର କନ୍ୟା ଜାତୀୟ ପତାକା ଲହରାଇଲେ
ବ୍ରହ୍ମପୁର,୧୫ ।୨(ସ ପ୍ର: ବ୍ରହ୍ମପୁର ଗୋସାଇଁ ନୂଆଗାଁର ମଧୁସ୍ମିତା ପାତ୍ର ଆଫ୍ରିକା ମହାଦେଶର ଉଚ୍ଚତମ ଶୃଙ୍ଗ କିଲିମାଞ୍ଜରୋ ( ୬,୮୯ ୫ମି) କୁ ସଫଳତାର ସହ ଆରୋହଣ କରିଛନ୍ତି। ମଧୁସ୍ମିତା ହେଉଛନ୍ତି ଜଣେ ତାଲିମପ୍ରାପ୍ତ ପର୍ବତାରୋହୀ । ୨୦୨୨ ରେ ଭାରତ ସରକାରଙ୍କ ହିମାଳୟ ପର୍ବତାରୋହଣ ସଂସ୍ଥା ଏଟ୍ ଏମ୍ଆଇରୁ ଶିକ୍ଷାଲାଭ କରିଛନ୍ତି । ସେ ମାଉଣ୍ଟ ରେନକ, ଚାଦର, କେଦାରକଣ୍ଠ ଆଦି ଆରୋହଣ କରିଛନ୍ତି | ଗତ ୧୦ ତାରିଖରୁ ସେ କିଲିମାଞ୍ଜରୋ ପାଦଦେଶ ମରାଙ୍ଗୁ ଫାଟକ ଦେଇ କିଲିମାଞ୍ଜରୋ ଆରୋହଣ ଯାତ୍ରାରମ୍ଭ କରିଥୁଲେ । ପ୍ରତ୍ୟେହ ପ୍ରାୟ ୫ରୁ ୭ ଘଣ୍ଟା ଚଢ଼ୁଥୁଲେ। ନିଜ ଗାଇଡ଼ ସହ ସେ କିଲିମାଞ୍ଜରୋ ଶୃଙ୍ଗରେ ପହଞ୍ଚି ଜାତୀୟ ପତାକା ଲଗାଇଥୁଲେ। ଆସନ୍ତା ୧୭ ରେ ସେ ଭୁବନେଶ୍ଵର ଫେରିବେ । ମଧୁସ୍ନିତା ପୂର୍ବତନ ବାଯୁସେନା ଅଧୂକାରୀ ପ୍ରେମାନନ୍ଦ ପାତ୍ର ଓ ପୁଷ୍ପାଞ୍ଜଳି ପାତ୍ରଙ୍କ କନିଷ୍ଠ କନ୍ୟା । ଚେନ୍ନଇରେ ଟିସିଏସ୍ କମ୍ପାନୀରେ କମ୍ପ୍ୟୁଟର ଇଞ୍ଜିନିୟର ଭାବେ କାର୍ଯ କରୁଥିବା ମଧୁସ୍କିତା ଆଗାକୁ ମାଉଣ୍ଟ ଏଭରେଷ୍ଟ ଆରୋହଣର ଲକ୍ଷ୍ୟ ରଖୁଛନ୍ତି ।