
ମା ତାରିଣୀ କ୍ରିକେଟ କପ
ସୁନ୍ଦରଗାଁ କଟକକୁ ହରାଇ ଫାଇନାଲରେ ଏମସିସି ଜଗତସିଂହପୁର
କାକଟପୁର ତା ୪/୩ ଅସ୍ତରଙ୍ଗର ମା ତାରିଣୀ ସ୍ପୋର୍ଟିଂ କ୍ଲବ୍ ଦ୍ୱାରା ନିକଟସ୍ଥ ଚୌଧୁରୀ ଷ୍ଟାଡିୟମରେ ଆୟୋଜିତ ରାଜ୍ୟସ୍ତରୀୟ କ୍ରିକେଟ୍ ପ୍ରତିଯୋଗିତାର ପ୍ରଥମ ସେମିଫାଇନାଲ ଶନିବାର ଦିନ ସୁନ୍ଦରଗାଁ କଟକ ଏବଂ ଏମସିସି ଜଗତସିଂହପୁର ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଏମସିସି ଜଗତସିଂହପୁର ଟଚ୍ ଜିତି ବ୍ୟାଟିଂ କରିବାର ନିଷ୍ପତି ନେଇଥିଲା l ନିର୍ଦ୍ଧାରିତ ୨୦ ଓଭରରେ ୯ ଉଇକେଟ୍ ହରାଇ ୧୬୬ ରନ୍ ସଂଗ୍ରହ କରିଥିଲା । ଦ୍ଵିତୀୟ ଇନୀଙ୍ଗିସ ରେ ସୁନ୍ଦରଗାଁ କଟକ ୧୬୭ ରନର ବିଜୟ ଲକ୍ଷ ନେଇ ନିର୍ଦ୍ଦାରୀତ ୧୮.୩ ଓଭରରେ ସମସ୍ତ ଉଇକେଟ୍ ହରାଇ ୧୫୬ ରନ କରି ୧୦ ରନରେ ପରାଜୟ ସ୍ୱୀକାର କରିଥିଲା l ଏମସିସି ପକ୍ଷରୁ ବୁଟା ସିଂ ବ୍ୟକ୍ତିଗତ ୩୩ ରନ କରିବା ସହିତ ୪ ଓଭର ବୋଲିଂ କରି ୪ ଉଇକେଟ ଅକ୍ତିଆର କରି ମ୍ୟାନ୍ ଅଫ୍ ଦି ମ୍ୟାଚ୍ ରୂପେ ବିବେଚିତ ହୋଇ ଥିଲେ। ଦକ୍ଷ ଅମ୍ପେୟାର ଭାବେ ସନ୍ତୋଷ ଏବଂ ରମାରଞ୍ଜନ ମହାନ୍ତି ଦାୟିତ୍ୱ ତୁଲାଇଥିଲେ । ମହେଶ ସାର,ଦୀପକ ଦାସ ଏବଂ ରାକେଶ ମହାନ୍ତି ଖେଳର ଧାରା ବିବରଣୀ ପ୍ରଦାନ କରିଥିଲେ।ଚତୁର୍ଥ କ୍ୱାର୍ଟର ଫାଇନାଲ ମ୍ୟାଚରେ ଯୁବ ସମାଜସେବୀ ମନୋଜ ନାୟକଙ୍କ ସୁପୁତ୍ର କୁନି ଅତିଥି ଶିବାଂଶୁ ନାୟକ ମ୍ୟାନ ଅଫ ଦ ମ୍ୟାଚ ପୁରସ୍କାର ସ୍ୱରୂପ ଟ୍ରଫି ସହ ୧ ହଜାର ଟଙ୍କା ପ୍ରଦାନ କରିଥିବାବେଳେ ପ୍ରଥମ ସେମିଫାଇନାଲ ମ୍ୟାଚ ରେ ଅତିଥି ଭାବେ ସ୍ଥାନୀୟ ୟୁନିଅନ ବ୍ୟାଙ୍କ ଶାଖା ପରିଚାଳକ ସବ୍ୟସାଚୀ ନାୟକ,ସାମ୍ବାଦିକ ଆଦିତ୍ୟ ରାଉତ ଏବଂ ଡିଜିଟାଲ ହାଉସର ଓନର ସରୋଜ କୁମାର ପ୍ରଧାନ ମ୍ୟାନ ଅଫ ଦ ମ୍ୟାଚ ପୁରସ୍କାର ପ୍ରଦାନ କରିଥିଲେ l ଆଜିର ମ୍ୟାଚକୁ ଆୟୋଜକ କ୍ଲବର ସଭାପତି ମନୋଜ ବିଶ୍ୱାଳ, ଦିଲ୍ଲୀପ ଦାସ, ଉପସଭାପତି ସଞ୍ଜୟ ପ୍ରଧାନ, ସୁରେଶ ତ୍ରିପାଠୀ ପ୍ରଦୀପ ଦାସ, କୁମାର ବାପି ପ୍ରମୁଖ ପରିଚାଳନା କରିଥିବାବେଳେ ରବିବାର ଦିନ ଦ୍ଵିତୀୟ ସେମିଫାଇନାଲ ମ୍ୟାଚ ଖେରସ ଜଗତସିଂହପୁର ଏବଂ ମଞ୍ଚେଶ୍ୱର ଭୁବନେଶ୍ୱର ମଧ୍ୟରେ ଅନୁଷ୍ଠିତ ହେବ ବୋଲି କ୍ଲବର କ୍ରୀଡା ସମ୍ପାଦକ ସମୀର କୁମାର କର ଜଣାଇଛନ୍ତି l