
34 ତମ ମଙ୍ଗଳା କ୍ରିକେଟ କପ ପାଇଁ ପ୍ରସ୍ତୁତି ବୈଠକ
କାକଟପୁର 19/11,ପ୍ରତିବର୍ଷ ଭଳି ଚଳିତ ବର୍ଷ ପୁରୀଜିଲ୍ଲା କାକଟପୁର ପଛ ପଡିଆ ମା ମଙ୍ଗଳା ମିନି ଷ୍ଟାଡିୟମ ଠାରେ ମଙ୍ଗଳା କ୍ରିକେଟ କ୍ଲବ ଆନୁକୂଲ୍ୟରେ ଆସନ୍ତା ଡିସେମ୍ବର ୨୫ ତାରିଖରେ ଆୟୋଜିତ ହେବାକୁ ଯାଉଛି 34 ତମ ରାଜ୍ୟସ୍ତରୀୟ ମଙ୍ଗଳା କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ, ଏଥିପାଇଁ ରବିବାର ଦିନ ଆୟୋଜକ କ୍ଲବ ପକ୍ଷରୁ ଏକ ପ୍ରେସମିଟ ସ୍ଥାନୀୟ ଖୁଣ୍ଟିଆ କନଭେନ୍ସନ ଠାରେ ଅନୁଷ୍ଠିତ ହୋଇଯାଇଛି, ଆସନ୍ତା ଡିସେମ୍ବର ୨୫ ତାରିଖରେ ଉଦଘାଟିତ ହୋଇ ଜାନୁଆରୀ ୭ ତାରିଖରେ ଉଦଯାପନ ହେବବୋଲି କ୍ଲବର ସଭାପତି ପ୍ରଦୀପ୍ତ କୁମାର ଦୀକ୍ଷିତ ପ୍ରକାଶ କରିଛନ୍ତି, ଉକ୍ତ ଟୁର୍ଣ୍ଣାମେଣ୍ଟ ରେ ମୋଟ ୮ଟି ଦଳ ଭାଗ ନେବାକୁ ଥିବାବେଳେ ଚମ୍ପିୟାନ ଦଳକୁ 41 ହଜାର 441 ଟଙ୍କା ଏବଂ ରନର୍ସ ଦଳକୁ 21 ହଜାର 221 ଟଙ୍କା ପୁରସ୍କାର ରାଶି ଦିଆଯିବା ସହିତ 30 ଓଭର ବିଶିଷ୍ଟ ଉକ୍ତ ମ୍ୟାଚରେ ସମସ୍ତ ଖେଳାଳି ଧଳା ଡ୍ରେସ ପରିଧାନ କରି ଏସଜି ଡ଼ିଉଜ ବଳରେ ଖେଳିବେ ବୋଲି ଆୟୋଜକ କ୍ଲବର ସମ୍ପାଦକ ଶୁଭ୍ରାଂଶୁ ଭୂଷଣ ଦୀକ୍ଷିତ ସୂଚନା ଦେଇଛନ୍ତି l ଅନ୍ୟ ମାନଙ୍କ ମଧ୍ୟରେ କ୍ଲବର ମ୍ୟାନେଜର ଭାଗବତ ସ୍ୱାଇଁ, ଇ ସୂର୍ଯ୍ୟକାନ୍ତ ଦୀକ୍ଷିତ,ସୁଶାନ୍ତ ଦାଶ, ସଞ୍ଜୟ ସାମଲ,କାକଟପୁର ପ୍ରେସ କ୍ଲବର ସଭାପତି କମଳ ଲୋଚନ ଦୀକ୍ଷିତଙ୍କ ସମେତ ସମସ୍ତ ଗଣମାଧ୍ୟମ ପ୍ରତିନିଧି ଯୋଗଦେଇଥିଲେ, କାକଟପୁର ବଜାର ର ସମସ୍ତ ଵେବସାୟୀ ଭାଇ ମାନଙ୍କୁ ନେଇ ଏବଂ ଭାଇଚାରା ବଜାୟ ରଖି ସବୁ ପୁରୁଖା ସଦସ୍ୟ ମାନଙ୍କ ସହିତ ଆଲୋଚନା ଏବଂ ନୂତ୍ତନ ସଭ୍ୟ ସଂଗ୍ରହ କରାଯାଇ କିଛି କିଛି ଦାଇତ୍ୱ ଦେଲେ ଯୁବ ପିଢ଼ି ମାନଙ୍କ ମନରେ ଆଗ୍ରହ ପ୍ରକାଶ ପାଇବା ସହିତ ଏହି ରାଜ୍ୟ ସ୍ତରୀୟ ମଙ୍ଗଳା କପ ଆହୁରି ସରସ ସୁନ୍ଦର ହୋଇ ପାରିବ ବୋଲି ଆଲୋଚନା ହୋଇଥିଲା