
ଡିସେମ୍ବର ୬ ରୁ ବାଙ୍ଗାଲୋର ରେ ପୁରୁଷ ଭଲିବଲ୍ ବିଶ୍ଵ କ୍ଲବ ଚାମ୍ପିଅନସିପ୍
ପାଞ୍ଚଟି ଦେଶରୁ ୬ ଟି ପୁରୁଷ ଭଲିବଲ୍ ଦଳ କ୍ଲବ ଚାମ୍ପିଅନସିପରେ ଅଂଶଗ୍ରହଣ କରିବେ |
ଆସନ୍ତା ଡିସେମ୍ବର ତା ୬ ରୁ ୧୦ ତା ପର୍ଯ୍ୟନ୍ତ ବାଙ୍ଗାଲୋର ର କୋରାମଙ୍ଗାଲା ଇନଡୋର ଷ୍ଟାଡିୟମ୍ ରେ ଅନୁଷ୍ଠିତ ହେବାକୁ ଯାଉଛି ପୁରୁଷ ଭଲିବଲ୍ ବିଶ୍ଵ କ୍ଲବ ଚାମ୍ପିଅନସିପ୍ ୨୦୨୩ l ଏହି ଆନ୍ତର୍ଜାତୀୟ ଭଲିବଲ୍ ଚାମ୍ପିଅନସିପ୍ ଭାରତରେ ପ୍ରଥମଥର ପାଇଁ ଅନୁଷ୍ଠିତ ହେବାକୁ ଯାଉଛି l ଏହି କ୍ଲବ ଚାମ୍ପିଅନସିପ୍ ରେ ପାଞ୍ଚଟି ଦେଶରୁ ୬ ଟି ପୁରୁଷ କ୍ଲବ ଟିମ୍ ଅଂଶଗ୍ରହଣ କରିବେ l ଏହି ଆନ୍ତର୍ଜାତୀୟ ଭଲିବଲ୍ ଚାମ୍ପିଅନସିପ୍ ରେ ଅନେକ୍ ବିଶ୍ୱସ୍ତରୀୟ ଓ ଅଲିମ୍ପିକ୍ସ ମେଡ଼ାଲ ଜିତିଥିବା ଭଲିବଲ୍ ଖେଳାଳୀ ମାନଙ୍କ ର ଖେଳ ଦେଖିବାକୁ ମିଳିବ l ଭାରତର ଏକମାତ୍ର କ୍ଲବ ଟିମ୍ ପୂର୍ବ ବର୍ଷ ପ୍ରାଇମ ଭଲିବଲ୍ ଲିଗ୍ ର ବିଜେତା ଅହମଦାବାଦ ଡିଫେଣ୍ଡର ଏହି ଚାମ୍ପିଅନସିପ୍ ରେ ଅଂଶଗ୍ରହଣ କରିବ l ଏହି ବିଶ୍ୱ କ୍ଲବ ଭଲିବଲ୍ ଚାମ୍ପିଅନସିପ୍ କୁ ନେଇ ଭାରତୀୟ ଭଲିବଲ୍ ପ୍ରେମୀ ଏବଂ ଖେଳାଳୀ ବହୁତ୍ ଉତ୍ସାହିତ ଅଛନ୍ତି l ମୂଖ୍ୟତଃ ଏହି ଚାମ୍ପିଅନସିପ୍ ରେ ସମସ୍ତ ଭଲିବଲ୍ ପ୍ରେମୀ ଙ୍କ ନଜରରେ ରହିବେ ଆନ୍ତର୍ଜାତୀୟ ଭଲିବଲ୍ ପ୍ଲେୟାର ବର୍ତ୍ତମାନ ବିଶ୍ୱ ଭଲିବଲ୍ ଶକ୍ତିଶାଳୀ ଖେଳାଳୀ ୱିଲଫ୍ରେଡୋ ଲିଓନ୍ | ସେହିପରି ଟୋକିଓ ଅଲିମ୍ପିକ୍ସ ର ସ୍ଵର୍ଣ୍ଣ ପଦକ ବିଜେତା ଇରଭିନ ନାଗାପେଥ୍, ଦୁଇ ଦୁଇ ଥର ସ୍ଵର୍ଣ୍ଣ ଓ ରୌପ୍ୟ ପଦକ ବିଜେତା ବ୍ରାଜିଲ ର ଶକ୍ତିଶାଳୀ ଖେଳାଳୀ ୱାଲେସ୍ ଦେ ସୋଜା, ଲୁକାସ୍ ସାଟକ୍ୟାମ୍ପ, ଟୋକିଓ ଅଲିମ୍ପିକ୍ସ ର ବ୍ରୋଞ୍ଜ୍ ପଦକ ବିଜେତା ସେବାଷ୍ଟିଆନ୍ ଶୋଲେ, ଭଲିବଲ୍ ନେସନ୍ସ ର ଶ୍ରେଷ୍ଠ ସ୍କୋରର ନିମିର୍, ଲଣ୍ଡନ ଅଲିମ୍ପିକ୍ସ ର ସ୍ଵର୍ଣ୍ଣ ପଦକ ବିଜେତା ଡିମିଟ୍ରି ମୁସର୍ସ୍କି, ଲୋପେଜ୍, ଫ୍ଲାଭିଓ ପରି ବିଶ୍ଵସ୍ତରୀୟ ଖେଳାଳୀ ମାନେ ଏହି ଚାମ୍ପିଅନସିପ୍ ରେ ସେମାନଙ୍କର ଖେଳ ଦେଖିବାକୁ ସୁଯୋଗ ମିଳିବ l ସେହିପରି ଭାରତୀୟ କ୍ଲବ ଟିମ୍ ଅହମଦାବାଦ ଡିଫେଣ୍ଡର ଦଳରେ ନିକଟରେ ସରିଥିବା ଏସିଆନ ଗେମ୍ସ ରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଅଶ୍ୱଲ ରାୟ, ଅମିତ ଗୁଲିଆ, ମନୋଜ, ମୁଥୁ ସାମି ଙ୍କ ର ପ୍ରଦର୍ଶନ ମଧ୍ଯ ଏହି ଆନ୍ତର୍ଜାତୀୟ ଭଲିବଲ୍ କ୍ଲବ ଚାମ୍ପିଅନସିପ୍ ରେ ଦେଖିବାକୁ ମିଳିବ l ଏହି କ୍ଲବ ଚାମ୍ପିଅନସିପ୍ ରେ ଅଂଶ ଗ୍ରହଣ କରିଥିବା ଗୁଡ଼ିକ ହେଲା ଇଟାଲି ର କ୍ଲବ୍ ଟିମ୍ ସାର୍ ସିକୋମା ପେରୁଗିଆ, ତୁର୍କୀ ର କ୍ଲବ୍ ଟିମ୍ ହାଲ୍କ୍ୟାକ ସ୍ପୋର୍ କୁଲୁବୁ, ବ୍ରାଜିଲ ର ଦୁଇ ଟି କ୍ଲବ ଟିମ୍ ଗୋଟିଏ ହେଲା ସାଡା କ୍ରୁଜିରୋ ଭୋଲେ ଅନ୍ୟଟି ହେଲା ଇଟାମ୍ବି ମୀନାସ୍, ଜାପାନ ର କ୍ଲବ ଟିମ୍ ସୁଣ୍ଟୋରୀ ସନ୍ବର୍ଡସ୍ ଏବଂ ଭାରତର କ୍ଲବ୍ ଟିମ୍ ଅହମଦାବାଦ ଡିଫେଣ୍ଡର l ଏହି ବିଶ୍ୱ କ୍ଲବ ଭଲିବଲ୍ ଚାମ୍ପିଅନସିପ୍ ର ସମସ୍ତ୍ ମ୍ଯାଚର ସିଧାପ୍ରସାରଣ ସୋନି ସ୍ପୋର୍ଟସ ନେଟୱାର୍କ ୧ ଏବଂ ୩ ଟେଲିଭିଜନ ଚ୍ୟାନେଲ ରେ କରାଯିବ l ଏହି ଆନ୍ତର୍ଜାତୀୟ ଭଲିବଲ୍ ଚାମ୍ପିଅନସିପ୍ ଦ୍ଵାରା ଭାରତୀୟ ଭଲିବଲ୍ ପ୍ରେମୀ ଏବଂ ଖେଳାଳୀ ମାନେ ନିଶ୍ଚିତ ଅନେକ୍ କିଛି ଶିଖିବାକୁ ମିଳିବ l ଘରୋଇ ପରିବେଶରେ ଭାରତୀୟ କ୍ଲବ୍ ଟିମ୍ ଅହମଦାବାଦ ଡିଫେଣ୍ଡର ତାର ସର୍ବୋତ୍ତମ ପ୍ରଦର୍ଶନ ଦେଖାଇବା କୁ ଚେଷ୍ଟା କରିବ