ପୁରୀ ର ପ୍ରସିଦ୍ଧ ଗୋଷାଣୀ ଯାତ
ଆଶ୍ଵିନ ମାସର ଶୁକ୍ଳପକ୍ଷ ଏକାଦଶୀ ସନ୍ଧ୍ୟାରେ ଶ୍ରୀକ୍ଷେତ୍ରରେ ଶ୍ରୀମନ୍ଦିର ସାମ୍ନା ରେ ଅନୁଷ୍ଟିତ ହୋଇଯାଇଛି ଗୋଷାଣୀ ମେଳଣ ଏହାକୁ ମଧ୍ୟ ଦେଵୀ ସଭା କୁହାଯାଏ। ଏହି ଭବ୍ୟ ଦୃଶ୍ୟ କୁ ବର୍ଣ୍ଣନା କରିବା ପାଇଁ ଶବ୍ଦ କମ ପଡ଼େ।
ପରମ୍ପରାର ଅନୁଯାୟୀ ଦଶହରା ଦିନ ରାତିରେ ମା କାକୁଡ଼ି ଖାଇ ଙ୍କର ବିସର୍ଜନ ହୋଇଯାଏ। କିନ୍ତୁ ଅନ୍ୟ ଗୋଷାଣୀ ମାନଙ୍କର ଜଳ ବିସର୍ଜନ ହୋଇନଥାଏ। ଏକାଦଶୀ ଦିନ ସନ୍ଧ୍ୟାରେ ଆସ୍ଥାନରୁ ଗୋଷାଣୀ ମାନଙ୍କୁ ଅଣାଯାଏ ସିଂହଦ୍ଵାର ସମ୍ମୁଖ ବଡ଼ଦାଣ୍ଡକୁ ଆଗରୁ ନିରୂପଣ ସ୍ଥନକୁ ଅଣାଯାଇଥାଏ। ଗୋଷାଣୀ ମାନଙ୍କୁ ଆସ୍ଥାନ ରେ ପଣା ଭୋଗ ପରେ ସାହିର ଘରେ ଘରେ କଳସ ବସାଇ ଦୀପ ଲଗାଇ ମା’ଙ୍କୁ ଛଳଛଳ ଆଖିରେ ବିଦାୟ ଦେଇଥାନ୍ତି। ସିଂହଦ୍ଵାରରେ ମେଢ ଲାଗିଯିବା ପରେ ଗୋଷାଣୀ ମାନେ ଆହୁରି ବିଶାଳ ଦେଖାଯାଆନ୍ତି। ଛୋଟ ପିଲାଙ୍କର ତ ଆଖି ପାଏନି। ଏଠାରେ ଶିଳ୍ପୀ ଙ୍କୁ ଉତ୍ସାହିତ କରିବା ପାଇଁ ସାଜସଜ୍ଜା କରିଥିବା ଶିଳ୍ପୀ ଙ୍କ ନାଁ ଲେଖା ଯାଇଥାଏ ଓ ଶେଷରେ ପୁରସ୍କାର ମଧ୍ୟ ଦିଆଯାଏ।
ଏହି ଦେବୀ ସଭାକୁ କେବଳ ଗୋଷାଣୀ ଆସି ନ ଥାନ୍ତି। ଶ୍ରୀକ୍ଷେତ୍ର ର ନାଗା ମଧ୍ୟ ଏଥିରେ ଆକର୍ଷଣ ର କେନ୍ଦ୍ର ହୋଇଥାନ୍ତି। ବୀରତ୍ଵ ଓ ପରାକ୍ରମର ପ୍ରତୀକ ହେଉଛି “ନାଗା”। ଅସ୍ତ୍ରଶସ୍ତ୍ର ରେ ସଜ୍ଜିତ ବଳିଷ୍ଠ ଚେହେରା, ବଡ଼ ବଡ଼ ଆଖି ଓ ବିଶାଳ ଯୋଦ୍ଧା ପୁରୁଷ। ପୁରୀରେ ଲୋକ ମାନେ କଥା ଛଳରେ ଉପମା ଦେବାପାଇଁ ନାଗା ଚାଲି,ନାଗା ନିଶ,ନାଗା ଚେହେରା ଓ ନାଗା ଆଖି ପରି ଅନେକ କଥା କହିଥାନ୍ତି। ବୁଢା ବୁଢ଼ୀ। ତା ସହିତ ବୁଢା ବୁଢ଼ୀ କଣ୍ଢେଇ ଙ୍କ ନାଚ ସମସ୍ତଙ୍କର ପ୍ରିୟ। ସମ୍ପାତି ଚଢେଇ,ରାବଣ, ବୀର ପୁରୁଷ, ମହାଦେବ, କୃଷ୍ଣ, ନୃସିଂହ, ଭୂତ ଙ୍କ ପ୍ରତିମା କିଛି ଲୋକଙ୍କ ଘରେ ପୂଜା ହୋଇ ଦେବୀ ସଭାରେ ଯୋଗ ଦେଇଥାନ୍ତି।
ଗୋଟିଏ ସ୍ଥାନରେ ସବୁ ଗୋଷାଣୀ, ନାଗା ଇତ୍ୟାଦି ଙ୍କୁ ଦେଖିବାର ଅପୂର୍ବ ସୂଯୋଗ ହେଉଛି ଗୋଷାଣୀ ମେଳଣ। ଆଧ୍ୟାତ୍ମିକତା ସହ ପୁରୀ ର କଳା କୁ ଗୋଟିଏ ସ୍ଥାନରେ ମନଭରି ଉପଭୋଗ କରିବାର ଗୋଟିଏ ସ୍ଥାନ ହେଉଛି ଗୋଷାଣୀ ମେଳଣ।
ଶ୍ରୀମନ୍ଦିର ଚୂଡାକୁ ଏକାଦଶୀ ମହାଦୀପ ଉଠିଲେ ଗୋଷାଣୀ ମାନେ ମାର୍କେଟ ଛକ , ନରେନ୍ଦ୍ର କୋଣ ଦେଇ ଦେବୀ ଘାଟକୁ ଯାତ୍ରା ଆରମ୍ଭ କରିଥାନ୍ତି। ସେଠାରେ ଅଳଙ୍କାର ଓ ମେଢ଼ କଢାଯାଇ ମା ଙ୍କୁ ଜଳରେ ମେଲାଣି ଦିଆଯାଏ। ଫେରିବା ବାଟରେ ଲୋକଙ୍କ ଆଖିରେ ଲୁହ ଥାଏ ।
ଅପେକ୍ଷା ପୁଣି ଆର ବର୍ଷ କୁ।