
କଣ୍ଠଶିଳ୍ପୀ ପଙ୍କଜ ଉଦାସ ଏବେ ଆରପାରିରେ
ମୁମ୍ବାଇ: ଆଜି ବଲିଉଡ ସିନେମାର ପ୍ରସିଦ୍ଧ କଣ୍ଠଶିଳ୍ପୀ ପଙ୍କଜ ଉଦାସଙ୍କ ପରଲୋକ ହୋଇଛି । sthaaଦୀର୍ଘଦିନର ଅସୁସ୍ଥତା ଯୋଗୁଁ ଚିକିତ୍ସାଧୀନ ଥିଲେ ପଙ୍କଜ ଉଦାସ। ୭୨ ବର୍ଷ ବୟସରେ ଆଜି ସେ ପ୍ରାଣତ୍ୟାଗ କରିଛନ୍ତି । ପଙ୍କଜଙ୍କ ମୃତ୍ୟୁ ଖବର ଝିଅ ନାୟାବ ଉଦାସ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି । ଅସୁସ୍ଥତା ଯୋଗୁଁ ମୁମ୍ବାଇର ଏକ ହସ୍ପିଟାଲରେ ଆଖି ବୁଜିଛନ୍ତି ପଙ୍କଜ ଉଧାସ ।
ପଙ୍କଜ ଉଦାସ କେବଳ ଜଣେ ଗାୟକ ନଥିଲେ; ସେ ଜଣେ ମାଷ୍ଟ୍ରୋ ଯିଏ ଲକ୍ଷ ଲକ୍ଷ ଲୋକଙ୍କ ହୃଦୟକୁ ତାଙ୍କ ଗଜଲର ଆତ୍ମା-ଚିତ୍ତାକର୍ଷକ ମେଲୋଡି ସହିତ ଆକର୍ଷିତ କରିଥିଲେ | ତାଙ୍କ ସ୍ୱରର ସୀମା ଅତିକ୍ରମ କରିବାର ବିରଳ କ୍ଷମତା ଥିଲା | ପ୍ରତ୍ୟେକ ନୋଟ୍ ସହିତ, ସେ ତାଙ୍କ ଶ୍ରୋତାମାନଙ୍କ ହୃଦୟରେ ଏକ ଚିରସ୍ଥାୟୀ ଭାବପ୍ରବଣତାର ପ୍ରଭାବ ଛାଡି ଯାଉଥିଲେ ତାଙ୍କର ଗଜଲ୍ ଦ୍ବାରା । ‘ନାମ’ ଚଳଚ୍ଚିତ୍ରର ‘ଚିଠି ଆଇ ହେ’ ଗୀତ ଗାଇ ସେ ସିନେପ୍ରେମୀଙ୍କ ମନରେ ଏକ ସ୍ୱତନ୍ତ୍ର ଜାଗା ସୃଷ୍ଟି କରିଥିଲେ । ୨୦୦୬ ମସିହାରେ ପଙ୍କଜ ଉଧାସଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା ।
ପ୍ରସିଦ୍ଧ ଗଜଲ୍ ଗାୟକ ପଙ୍କଜଙ୍କ ଦେହାନ୍ତରେ ବର୍ତ୍ତମାନ ସିନେମା ଜଗତରେ ଶୋକର ଛାୟା ଖେଳି ଯାଇଛି । ଏ ନେଇ କଣ୍ଠଶିଳ୍ପୀ ସୋନୁ ନିଗମ ନିଜ ପ୍ରତିକ୍ରିୟା ରଖିଛନ୍ତି । ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସୋନୁ ଲେଖିଛନ୍ତି ଯେ, ମୋ ପିଲାବେଳର ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ଅଂଶଙ୍କୁ ଆଜି ମୁଁ ହରାଇ ଦେଇଛି ।
୧୯୫୧ ମସିହା ମେ’ ୧୭ ତାରିଖରେ ପଙ୍କଜ ଉଧାସ ଗୁଜୁରାଟର ଜେତପୁରରେ ଜନ୍ମଗ୍ରହଣ କରିଥିଲେ । ୧୯୮୦ ମସିହାରେ ସେ ଗଜଲରୁ ନିଜ କ୍ୟାରିୟରର ଶୁଭାରମ୍ଭ କରିଥିଲେ । ‘ଆହତ୍’ ନାମକ ଏକ ଗଜଲ୍ ଆଲବମ୍ ଜରିଆରେ ସଂଗୀତ ଜଗତରେ ପାଦ ଥାପିଥିଲେ ପଙ୍କଜ । ଖୁବ କମ୍ ସମୟରେ ସାରା ଦେଶରେ ପଜଲ ସଂଗୀତ ପର୍ଯ୍ୟାୟ ପାଲଟି ଯାଇଥିଲେ । ବଲିଉଡ ସିନେମାରେ ଗଜଲ ଗାୟକ ସଞ୍ଜୟ ଦତ୍ତଙ୍କ ଅଭିନୀତ ‘ନାମ୍ ଚଳଚ୍ଚିତ୍ରର ‘ଚିଠି ଆଇ ହେ’ ଗାଇ ଲୋକପ୍ରିୟତା ହାସଲ କରିବାରେ ସେ ସଫଳତା ପାଇଛନ୍ତି । ତେବେ ଆଜି ତାଙ୍କ ଦେହାନ୍ତରେ ସାରା ସିନେ ଜଗତରେ ଶୋର ଛାୟା ଖେଳିଯାଇଛି ।