
ମଙ୍ଗଳା ମନ୍ଦିର ପୂର୍ବତନ କାର୍ଯ୍ୟ ନିର୍ବାହୀ ଅଧିକାରୀ ଙ୍କ ପରଲୋକ
କାକଟପୁର: ୩/୧୦/୨୦୨୪
ରିପୋର୍ଟ୍ : ତୁଷାର ଦୀକ୍ଷିତ
ଗତ ବୁଧବାର ଦ୍ଦିନ ମଙ୍ଗଳା ମନ୍ଦିରର ପୂର୍ବତନ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ କୁମାର ମହାନ୍ତିଙ୍କ ନିଜ ବାସ ଭବନରେ ପରଲୋକ ହୋଇ ଯାଇଛି ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା l ସେ ଦୀର୍ଘ ଦିନ ମଙ୍ଗଳା ମନ୍ଦିର ରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟ କରିଥିଲେ l ଗତ ରାତ୍ର ୭:୩୦ ମିନିଟ ସମୟରେ ତାଙ୍କ ବାସ ଭବନରେ ତାଙ୍କ ଛାତିରେ କଫ ଜମିବା ସହିତ ନିଶ୍ୱାସ ପ୍ରଶ୍ୱାସ ରେ ବାଧା ଉପୁଜିଥିଲା l ତାଙ୍କ ସମୟରେ ମଙ୍ଗଳା ମନ୍ଦିର ରେ ବହୁ ଉନ୍ନତି ମୂଳକ କାର୍ଯ୍ୟ ହୋଇଅଛି l ରାଧା କୃଷ୍ଣ ମନ୍ଦିର, ଜଗନ୍ନାଥ ମନ୍ଦିର, ରୋଷଶାଳ, ସୂର୍ଯ୍ୟ ମଣ୍ଡପ, ଦୀପ, ଭୋଗ ର ନୂତନ ଗୃହ ଭଳି ବହୁ ଉନ୍ନତି ମୂଳକ ପଦକ୍ଷେପ ନେଇଥିଲେ,ହଟାତ ତାଙ୍କର ମୃତ୍ୟୁ ଖବର ପାଇ ସମସ୍ତ ସେବାୟତ ଓ ମନ୍ଦିର ପ୍ରଶାସନ ମ୍ରିୟମାଣ ହୋଇ ପଡ଼ିଥିଲେ, ତାଙ୍କର ପାର୍ଥିବ ଶରୀରକୁ ଏକ ଶୋଭାଯାତ୍ରା ରେ ନିଆଯାଇ ନିଜ ଗାଁ ଶ୍ମଶାନରେ ଶେଷକୃତ୍ୟ କରାଯାଇଥିଲା l ତାଙ୍କର ଏକ ମାତ୍ର ପୁତ୍ର ମନୋଜ ମୁଖାଗ୍ନି ଦେଇଥିବା ବେଳେ ଝିଅ ଜ୍ୱାଇଁ, ବନ୍ଧୁ, ପରିଜନ ମାନେ ଉପସ୍ଥିତ ରହି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ l