
ବିଶିଷ୍ଟ ଶିଳ୍ପପତି ପଦ୍ମବିଭୂଷଣ ରତନ ଟାଟାଙ୍କର ବିୟୋଗ
ବିଶିଷ୍ଟ ଶିଳ୍ପପତି ପଦ୍ମବିଭୂଷଣ ରତନ ଟାଟାଙ୍କର ବିୟୋଗରେ ଦେଶରେ ଶୋକର ଛାୟା ଖେଳିଯାଇଛି। ବୁଧବାର ବିଳମ୍ବିତ ରାତିରେ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶ୍ରେଷ୍ଠ ଔଦ୍ୟୋଗିକ ନେତାଙ୍କୁ “ଦୟାଳୁ ଆତ୍ମା ଏବଂ ବିଶିଷ୍ଟ ମନୁଷ୍ୟ” ଭାବରେ ଶ୍ରଦ୍ଧା ଜଣାଇଛନ୍ତି । କର୍ପୋରେଟ୍ ଅଭିବୃଦ୍ଧିକୁ ରାଷ୍ଟ୍ର ନିର୍ମାଣ ଏବଂ ଉତ୍କର୍ଷତାକୁ ନୈତିକତା ସହ ଯୋଡ଼ିଥିବା ଜଣେ ଚେହେରାକୁ ଭାରତ ହରାଇଛି ବୋଲି ସେ କହିଛନ୍ତି । ୨୮ ଡିସେମ୍ବର ୧୯୩୭ ମସିହାରେ ଜନ୍ମଗ୍ରହଣ କରିଥିବା ରତନ ଟାଟା, ଭାରତରେ ଶିଳ୍ପ ବିପ୍ଳବର ଅଗ୍ରଣୀ ସାରଥୀ ଥିଲେ। ବିଶିଷ୍ଟ ଶିଳ୍ପପତି ରତନ ଟାଟାଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଦେଶ ଜଣେ ଦୂରଦ୍ରଷ୍ଟାଙ୍କୁ ହରାଇଲା ବୋଲି ସେ କହିଛନ୍ତି।
ପ୍ରଧାନମନ୍ତ୍ରୀ ମୋଦୀ ସୋସିଆଲ ମିଡିଆରେ ଲେଖିଛନ୍ତି ଯେ ରତନ ଟାଟା ଜଣେ ଦୂରଦର୍ଶୀ ଶିଳ୍ପପତି, ଦୟାଳୁ ଏବଂ ଜଣେ ଅସାଧାରଣ ମଣିଷ ଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ଲେଖିଛନ୍ତି ଯେ ସେ ତାଙ୍କ ନମ୍ରତା, ଦୟା ଏବଂ ଆମ ସମାଜର ଉନ୍ନତି ପାଇଁ ଅତୁଟ ପ୍ରତିବଦ୍ଧତା ଯୋଗୁଁ ଅନେକଙ୍କ ମଧ୍ୟରେ ନିଜର ସ୍ଥାନ ସୃଷ୍ଟି କରିଛନ୍ତି।
ବର୍ଦ୍ଧକ୍ୟ ଜନିତ ଅସୁସ୍ଥତା ପାଇଁ କିଛିଦିନ ଧରି ସେ ମେଡିକାଲରେ ଭର୍ତ୍ତି ହୋଇଥିଲେ।ରତନ ଟାଟା ସୋମବାର ସୋସିଆଲ ମିଡିଆରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଚାଲିଥିବା ଗୁଜବଉପରେ ପ୍ରତିକ୍ରିୟା ରଖି କହିଥିଲେ, ଚିନ୍ତାର କୌଣସି କାରଣ ନାହିଁ। ତାଙ୍କର ମନୋବଳରେ ରହିଛି। ଟାଟା ତାଙ୍କ ଡାକ୍ତରୀ ପରୀକ୍ଷା ନିୟମିତ ବୋଲି କହିବା ସହ ଜନସାଧାରଣ ଏବଂ ଗଣମାଧ୍ୟମକୁ ଭୁଲ ତଥ୍ୟ ପ୍ରଚାରରୁ ଦୂରେଇ ରହିବାକୁ କହିଥିଲେ। କିନ୍ତୁ ବୁଧବାର ବିଳମ୍ବିତ ରାତିରେ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।
ସୂଚନାଯୋଗ୍ୟ, ରତନ ଟାଟା ୧୯୯୧ରେ ଟାଟା ସନ୍ସର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଭାରତୀୟ ଶିଳ୍ପର ଜଣେ ପ୍ରମୁଖ ବ୍ୟକ୍ତିତ୍ୱ। ଟାଟା ସନ୍ସରେ ତାଙ୍କର ନେତୃତ୍ୱ ସମୟରେ ସେ ଟେଟଲି, କୋରୁସ୍ ଏବଂ ଜାଗୁଆର ଲ୍ୟାଣ୍ଡରୋଭର ଭଳି କମ୍ପାନୀକୁ ଅଧିଗ୍ରହଣ କରି ଟାଟା ଗ୍ରୁପକୁ ଏକ ମୁଖ୍ୟ ଘରୋଇ କମ୍ପାନୀରୁ ଏକ ବିଶ୍ୱସ୍ତରୀୟ ପାୱାର ହାଉସରେ ପରିଣତ କରିଥିଲେ । ତାଙ୍କ ନେତୃତ୍ୱରେ ଟାଟା ପ୍ରକୃତରେ ୧୦୦ ବିଲିୟନ ଡଲାରରୁ ଅଧିକ ମୂଲ୍ୟର ଏକ ବିଶ୍ୱ ବ୍ୟାବସାୟିକ ସାମ୍ରାଜ୍ୟରେ ପରିଣତ ହୋଇଥିଲା । ଟାଟାଙ୍କ ଦାନଧର୍ମ ପ୍ରତି ଅବଦାନକୁ ସ୍ମରଣ କରି ଚନ୍ଦ୍ରଶେଖରନ କହିଥିଲେ, “ସିକ୍ଷା ରୁ ନିଯୁକ୍ତ ସ୍ୱାସ୍ଥ୍ୟ ସୁବିଧା ପର୍ଯ୍ୟନ୍ତ, ତାଙ୍କ ପ୍ରଚେଷ୍ଟା ଆଗାମୀ ପିଢ଼ିଙ୍କୁ ଲାଭାନ୍ବିତ କରିବ।”ଖବର ପ୍ରସାରଣ ପରେ ଶ୍ରଦ୍ଧା ଓ ଶୋକ ର ଛାୟା ଖେଳି ଯାଇଛି।