
ମୋଟରସାଇକେଲ ଚୋରି ଅଭିଯୋଗରେ ଜଣେ ଗିରଫ, ମୋଟରସାଇକେଲ ଉଦ୍ଧାର
କାକଟପୁର ତା 11/06, କାକଟପୁର ଥାନା ଅଧିନସ୍ଥ ପଥରପକା ଗ୍ରାମର ନରେଶ ବିଶ୍ୱାଳଙ୍କ ହିରୋ ମୋଟରସାଇକେଲ କାକଟପୁର ବଜାରରୁ ଗତ ୬ ତାରିଖ ଦିନ ଚୋରି ହୋଇଯାଇଥିଲା l ପୋଲିସ ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରି ଦଫା 379ଆଇ ପି ସି ରେ ଏକ ମୋକଦ୍ଦମା ରୁଜୁ କରି ତଦନ୍ତ ଜାରିରଖିଥିଲା l ରବିବାର ଉକ୍ତ ମୋଟରସାଇକେଲ ଟି ଗୋପ ଥାନା ବାଉଁଶ ପୋଖରୀ ଗ୍ରାମରୁ ଉଦ୍ଧାର କରିବା ସହିତ କେଦାର ସେଠୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି l କେଦାର ସେଠୀ ଜଣେ ବାଇକ ଚୋର ହୋଇଥିବାବେଳେ ବିଭିନ୍ନ ସମୟରେ ପୁରୀ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ବାଇକ ଚୋରି କରି ଫେରାର ହୋଇଥାଏ l କାକଟପୁର ଥାନାରେ ନୂତନ ଆଇଆଇସି ରଞ୍ଜନ କୁମାର ମଲ୍ଲିକ ଯୋଗ ଦେବାପରେ ପେଷାଦାର ବାଇକ ଚୋର କୁ ଗିରଫ କରିବା ରାତ୍ର ରେ ପେଟ୍ରୋଲିଙ୍ଗ କରିବା ଯୋଗୁଁ ଅଞ୍ଚଳରୁ ପ୍ରଶଂସା ର ସୁଅ ଛୁଟିଛି l ଥାନା କେଶ ନମ୍ବର 93/2023