
ଫକୀରମୋହନ ସେନାପତିଙ୍କ ଜୟନ୍ତୀ ପାଳିତ
କାକଟପୁର ତା 17/1 ବ୍ୟାସ କବି ଫକୀରମୋହନ ସେନାପତିଙ୍କ ଜୀଵନ ସଂଗ୍ରାମ ଓ ସାରସ୍ୱତ ସାଧନା ଓଡ଼ିଆ ଜାତି ପାଇଁ ସଦା ସ୍ମରଣୀୟ l ଏ ଜାତିର ପ୍ରାଣରେ ସ୍ପନ୍ଦନ ତୋଳିବାରେ ବ୍ୟାସ କବି ଫକୀରମୋହନଙ୍କ ଭୂମିକା ଅନନ୍ୟ ଓ ଅନତିକ୍ରମଣୀୟ l ତାଙ୍କ ରଚିତ ଛମାଣ ଆଠଗୁଣ୍ଠ , ମାମୁଁ , ରେବତୀ , ରାଣ୍ଡିପୁଅ ଅନନ୍ତା , ପେଟେଣ୍ଟ ମେଡିସିନି , ଉତ୍କଳ ଭ୍ରମଣ , ପୁଷ୍ପମାଳା , ପ୍ରାର୍ଥନା ଆଦି ଏକାଧିକ ଗଳ୍ପ ଓ ଉପନ୍ୟାସ ମାନବ ସମାଜକୁ ଦିଗଦର୍ଶନ ଦେଇଛି ବୋଲି କାକଟପୁର ସୋମେଶ୍ୱର ସାହିତ୍ୟ ସଂସଦ ପକ୍ଷରୁ ଦହିଖିଆ ସ୍ଥିତ ବିପିନି ବିହାରୀ ହରିଜନ ଆବାସିକ ଉଚ୍ଚ ବିଦ୍ୟାଳୟରେ ଆୟୋଜିତ ଫକୀର ମୋହନ ସେନାପତିଙ୍କ ଜୟନ୍ତୀ ପାଳନ ଅବସରରେ ନିମନ୍ତ୍ରିତ ଅତିଥିମାନେ ମତଵ୍ୟକ୍ତ କରିଛନ୍ତି l କାର୍ଯ୍ୟକ୍ରମ ଅବ୍ୟହିତ ପୂର୍ବରୁ ବ୍ୟାସ କବିଙ୍କ ଫୋଟୋ ଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରି ସାରିବା ପରେ ମଙ୍ଗଳା ଟ୍ରଷ୍ଟବୋର୍ଡ଼ ର ଉପଦେଷ୍ଟା ତଥା କାକଟପୁର ପ୍ରେସ କ୍ଲବର ଉପସଭାପତି ତୁଷାର ରଞ୍ଜନ ଦୀକ୍ଷିତ ଅନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମ କୁ ଉଦଘାଟିତ କରିଥିଲେ, ଆୟୋଜିତ କାର୍ଯ୍ୟକ୍ରମରେ ଦୁଇଟି ଅଧିବେଶନ କରାଯାଇଥିଲା l
ପ୍ରଥମ ଅଧିବେଶନରେ ଅବସରପ୍ରାପ୍ତ ବ୍ଲକ ଶିକ୍ଷାଧିକାରୀ ସାଧୁ ଚରଣ ବିଶ୍ୱାଳ ଅଧ୍ୟକ୍ଷତା କରିଥିବା ବେଳେ ଦ୍ଵିତୀୟ ଅଧିବେଶନରେ ଆୟୋଜିତ ଅନୁଷ୍ଠାନ ସୋମେଶ୍ୱର ସାହିତ୍ୟ ସଂସଦର ସଭାପତି ପଣ୍ଡିତ ବନବିହାରୀ ଗ୍ରହାଚାର୍ଯ୍ୟ ଅଧ୍ୟକ୍ଷତା କରିଥିଲେ l ଅତିଥିଭାବେ ଚିରସନ୍ଧାନର ସଂପାଦକ ପ୍ରଫେସର ପାର୍ଥସାରଥୀ ଅଜୟ ବାରିକ , କୋଣାର୍କ ସାହିତ୍ୟ ସଂସଦର ସଂପାଦକ ରବୀନ୍ଦ୍ର ବାହିନୀପତି , ମଙ୍ଗଳା ଟ୍ରଷ୍ଟ ବୋର୍ଡର କାର୍ଯ୍ୟନିର୍ବାହୀ ଅଧିକାରୀ କୈଳାସ ଚନ୍ଦ୍ର ଦାଶ , ପୁରୀ ଉପନିବନ୍ଧକ ପ୍ରଭାତ କୁମାର ତରାଇ , କଣ୍ଠଶିଳ୍ପୀ ଶୈଳଭାମା ମହାପାତ୍ର , ଶିକ୍ଷାବିତ ପ୍ରଫୁଲ କୁମାର ରାଉତ ଯୋଗଦେଇଥିଲେ l ପ୍ରଧାନ ଶିକ୍ଷକ ସୁରେଶ ଚନ୍ଦ୍ର ରାଉତ ସ୍ୱାଗତ ଭାଷଣ ଦେଇଥିଲେ l ସାହିତ୍ୟ ସଂସଦର ସଂପାଦକ ଅଧ୍ୟାପକ ମନୋଜ କୁମାର ସାହୁ ଅତିଥି ପରିଚୟ ଦେଇଥିବା ବେଳେ ଶିକ୍ଷକ ହୃଦାନନ୍ଦ ସାସମଲ୍ଲ ଧନ୍ୟବାଦ ଅର୍ପଣ କରିଥିଲେ l କାର୍ଯ୍ୟକ୍ରମର ପ୍ରଥମ ଅଧିବେଶନରେ ତିରିଶ ଜଣ କବି ଓ କବିୟତ୍ରୀ ସ୍ୱରଚିତ କବିତା ପାଠ କରିଥିଲେ l
ଅନୁଷ୍ଠାନ ପକ୍ଷରୁ ପ୍ରକାଶ ଚନ୍ଦ୍ର ପରିଡା , ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଉମାକାନ୍ତ ବାରିକ , କବି ସଚ୍ଚିଦାନନ୍ଦ ମହାନ୍ତି, ସମାଜସେବୀ ବଳରାମ ଦାସ , ପାଲାଗାୟକ ଅନାଦି ଚରଣ ପ୍ରଧାନ, ଶୈଳଭାମା ମହାପାତ୍ର , ପ୍ରଧାନଶିକ୍ଷକ ସୁରେଶ ଚନ୍ଦ୍ର ରାଉତଙ୍କୁ ମଞ୍ଚରେ ସମ୍ୱର୍ଦ୍ଧିତ କରାଯାଇଥିଲା l ପ୍ରଧାନ ଶିକ୍ଷୟତ୍ରୀ ଦୀପ୍ତି କୁମାରୀ ମହାନ୍ତି , ଉତ୍କଳ ସମ୍ମିଳନୀର ସଦସ୍ୟା ରେଣୁବାଳା ନାୟକ , ପ୍ରକାଶ ଚନ୍ଦ୍ର ଜେନା , ଉପେନ୍ଦ୍ର ରାଉତ , ଅଧ୍ୟାପକ ପ୍ରଶାନ୍ତ କୁମାର ବେହେରା , ବିଜୟଲକ୍ଷ୍ମୀ ମିଶ୍ର ,ଗାୟକ ସ୍ଥିତପ୍ରଜ୍ଞ ଅଜୟ କୁମାର ଦୀକ୍ଷିତ , ପ୍ରସନ୍ନ କୁମାର ସାହୁଙ୍କ ସମେତ ସଂସଦର ସମସ୍ତ କର୍ମ କର୍ତ୍ତା ଓ ସଭ୍ୟ ସଭ୍ୟା ମାନେ ଉପସ୍ଥିତ ଥିଲେ l