Wednesday May 14, 2025
Saswat Television & Entertainment Saswat Television & Entertainment
  • News
    • Important News
    • Video News
    • Devotional
    • CRIME
    • SOCIAL
    • Employment
  • HEALTH
  • Politics
  • Sports
  • Culture & Tradition
  • Knowledge and Science
  • Education
  1. Home
  2. Culture & Tradition
  3. ଶଙ୍କେରେଶ୍ୱର ମହାଦେବଙ୍କ ପୀଠରେ ବିଶ୍ଵଶାନ୍ତି ମହାଯଜ୍ଞ
 ଶଙ୍କେରେଶ୍ୱର ମହାଦେବଙ୍କ ପୀଠରେ ବିଶ୍ଵଶାନ୍ତି ମହାଯଜ୍ଞ
Culture & Tradition Important News

ଶଙ୍କେରେଶ୍ୱର ମହାଦେବଙ୍କ ପୀଠରେ ବିଶ୍ଵଶାନ୍ତି ମହାଯଜ୍ଞ

January 21, 2023 70 0 Comment

କାକଟପୁର ତା 21/1   ପୁରୀଜିଲ୍ଳା କାକଟପୁର ବ୍ଲକ ଅଧିନସ୍ଥ ସୁହାଣପୁର ଗ୍ରାମପଞ୍ଚାୟତ ଫଣଫଣା ଗ୍ରାମରେ ଥିବା ଷୋଡ଼ଶ ଶତାବ୍ଦୀରେ ନିର୍ମିତ ବାବା ଶଙ୍କେରେଶ୍ୱର ମହାଦେବ ପୀଠରେ  ବିଶ୍ୱ କଲ୍ୟାଣଅର୍ଥେ  4  ଦିନ ଧରି ଅନୁଷ୍ଠିତ ହୋଇଥିବା  ବିଶ୍ୱଶାନ୍ତି ମହାଯଜ୍ଞର ପୂର୍ଣ୍ଣାହୂତି, ଶୁକ୍ରବାର ଦିନ ଦିଆଯାଇଛି l ଅଧିବାସ ଦିନ ସକାଳୁ ମନ୍ଦିର ପହଡ଼ ଖୋଲିବା ପରେ ଶଙ୍କେରେଶ୍ୱର ମହାଦେବଙ୍କୁ ମହାସ୍ନାନ କରାଯିବା ପରେ ମଙ୍ଗଳଆଳତୀ, ସୂର୍ଯ୍ୟ ପୂଜା, ପାର୍ଶ୍ଵଦେବତା ପୂଜା , ସର୍ବ ଦେବାଦେବୀଙ୍କୁ ଆବାହନ ପରେ ମହାଦେବଙ୍କ ରୁଦ୍ରାଭିଷେକ ହୋଇଥିଲା l  ପୂର୍ଣ୍ଣ୍ୟତୋୟା ପ୍ରାଚୀ ନଦୀ ନିକଟରେ ଥିବା ରୋହଣାକୁଣ୍ଡ ମଠ ନିକଟରୁ 108 ଟି ଜଳପୂର୍ଣ୍ଣ କଳସ ଶୋଭାଯାତ୍ରାରେ  ନିଆଯାଇ  ଯଜ୍ଞ ବେଦୀ ନିକଟରେ ସ୍ଥାପନ କରାଯିବା ପରେ ବୈଦିକ ବ୍ରାହ୍ମଣ ମାନଙ୍କ ଦ୍ଵାରା ଯଜ୍ଞ କାର୍ଯ୍ୟର ଶୁଭାରମ୍ଭ ହୋଇଥିଲା l

ଯଜ୍ଞରେ କର୍ତ୍ତା କର୍ତ୍ତୀ ଭାବେ ରମେଶ ଚନ୍ଦ୍ର ପଣ୍ଡା ଓ ବିଷ୍ଣୁ ପ୍ରିୟା ପଣ୍ଡା 1008  ଥର ଘୃତ ପ୍ରଦାନ କରିଵା ପରେ ଯଜ୍ଞର ପୂର୍ଣ୍ଣାହୂତି  ଦିଆଯାଇଥିଲା l  ମନ୍ଦିର ବେଢାରେ ଥିବା ମା ତେନ୍ତୁଳି ଦେବୀଙ୍କ ନିକଟରେ ଗୀତା ଯଜ୍ଞ ସାଙ୍ଗକୁ ଚଣ୍ଡୀ ପାଠ , ଶଙ୍କେରେଶ୍ୱର ମହାଦେବଙ୍କ ନିକଟରେ  ଅଖଣ୍ଡ ନାମ ସଂକୀର୍ତ୍ତନ ଓ ରାତ୍ରରେ ପ୍ରବଚନ , ଭଜନ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି ଧାର୍ମିକ ପୀଠକୁ ସୁହାଣପୁର , ଆମପଡା , ବାଲିଉପର , ରାଏସ ଆଦି ଗାଁ ସମେତ ଆଖ ପାଖ ଗ୍ରାମର ଲୋକମାନଙ୍କ 4 ଦିନ ବ୍ୟାପୀ ଭିଡ଼ ଜମିଥିଲା l   ଶଙ୍କେରେଶ୍ୱର ଧାର୍ମିକ ଓ ଦାତବ୍ୟ ଟ୍ରଷ୍ଟର ପ୍ରତିଷ୍ଠାତା ସଦସ୍ୟା ମିନତୀ ପଣ୍ଡା ,  ପରିଚାଳନା ଟ୍ରଷ୍ଟି  ପ୍ରଫେସର ରାଧାଶ୍ୟାମ ପଣ୍ଡା ନିଷ୍ଠାର ସହ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ l

SPREAD YOUR LOVE WITH YOUR FRIENDS AND FAMILY
Previous post
Next post

Leave a Reply Cancel reply

You must be logged in to post a comment.

english
Saswat Television & Entertainment Saswat Television & Entertainment

MAHAMAYASAHI, SAKHIGOPAL, PURI

+91 81444 94845

digital@saswattv.in

Saswat Tv

About Us
Work With Us
Contact
Disclaimer
Privacy Policy

News Categories

  • Health
  • Knowledge and Science
  • Politics
  • Weather
  • Employment
  • Entertainment
  • Education
  • Condolence

ସୋସିଆଲ୍ ନେଟୱର୍କ୍

Download app:

Latest news

  • Outstanding CBSE Results at Odisha Adarsha Vidyalaya, Satyabadi
    14 May 2025 Education
  • Dedicated to Lord Jagannath: Puri Literary Festival
    21 Apr 2025 SOCIAL
  • Subhadra Shakti Ceremony and Service Center Inaugurated by Deputy Chief Minister Prabhati Parida
    15 Apr 2025 Politics
  • Maa Mangala’s Sacred Jhamu Yatra Concludes Today, Thousands of Devotees Mesmerized by Ghanta Patua Dance
    15 Apr 2025 Culture & Tradition
  • Traditional Food Day Celebrated by Anganwadi Workers
    15 Apr 2025 Culture & Tradition
Copyright 2025. All Right Reserved. Saswat Television & Entertainment