
ସତ୍ୟବାଦୀରେ ଉତ୍କଳ ଗୌରବ ଶ୍ରାଦ୍ଧ ଦିବସ ପାଳିତ
ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୮୯ତମ ଶ୍ରାଦ୍ଧ ଦିବସ ଉତ୍କଳ ସମ୍ମିଳନୀ ପୁରୀ ଜିଲ୍ଲା ଶାଖା ପକ୍ଷରୁ ସ୍ଥାନୀୟ ପଞ୍ଚସଖାଙ୍କ ସମାଧି ପୀଠରେ ସଭାପତି ଶ୍ରୀଯୁକ୍ତ ଭୀମସେନ ମହାପାତ୍ରଙ୍କ ପୌରହିତ୍ୟରେ ପାଳିତ ହୋଇଯାଇଛି । ମଧୁବାବୁଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ, ପ୍ରଦୀପ ପ୍ରଜ୍ଜ୍ଵଳନ, ଧୂପ ଦାନ ପରେ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇ ଥିଲା ।ବିଶିଷ୍ଟଲେଖକ ଶ୍ରୀଯୁକ୍ତ ଫକୀର ଚରଣ ପାଢୀଙ୍କ ଲିଖିତ “ତୁଷାର ମାନବ” ପୁସ୍ତକ ଲୋକାର୍ପିତ ଓ ସମୀକ୍ଷା ହୋଇଥିଲା।ବକ୍ତାମାନେ ମଧୁସୂଦନ ଦାସଙ୍କ ଜୀବନୀ ସଂପର୍କିତ ତଥ୍ଯ ପ୍ରଦାନ କରିଥିଲେ । ସୁରେନ୍ଦ୍ର ମହାପାତ୍ର,ବିଶାଖା ଦେବୀ,ପ୍ରକୃତିମିତ୍ର ହୃଷୀକେଶ ପାଢୀ, ଶିକ୍ଷକ ଅଭୟ ସାହୁ,କବି ରଶ୍ମିରଞ୍ଜନ ସାହୁ,କବି ବିଜୟ କୁମାର ପରିଡା,ଡକ୍ଟର ହେମନ୍ତ କୁମାର ଛୋଟରାୟ ,କବି ଅଶୋକ ପ୍ରଧାନ, କବି ବନମାଳି ବେହେରା,ତପନ କୁମାର ପ୍ରଧାନ ଓ ବାପୁନି ବେହେରା ଯୋଗଦେଇ ଥିଲେ । ଉପସଭାପତି ଅନାମ ମଲିକ ଧନ୍ୟବାଦ ଅର୍ପଣ କରିଥିଲେ ।