
ପୂର୍ବତ୍ତନ ସଭାପତି ସମ୍ପାଦକ ନିର୍ଦୋନ୍ଦ ରେ ନିର୍ବାଚିତ
କାକଟପୁର ମଙ୍ଗଳା ମହାବିଦ୍ୟାଳୟ କନଫରେନ୍ସ ହଲ୍ ପରିସରରେ ଅଧ୍ୟକ୍ଷ ଡ଼ଃ ଅଶୋକ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତା ରେ ପୁରାତ୍ତନ ଛାତ୍ର, ଛାତ୍ରୀ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି, ସରକାରଙ୍କ ତରଫରୁ ଘୋଷଣା କରାଯାଇଥିବା ମୋ କଲେଜ ଅଭିଯାନରେ ପୁରାତନ ଛାତ୍ର ଛାତ୍ରୀ କିପରି ସାମିଲ୍ ହୋଇ କଲେଜର ଉନ୍ନତି କ୍ଷେତ୍ରରେ ନିଜକୁ ସାମିଲ କରିବା ସହିତ କଲେଜ ର ଉର୍ନ୍ନତି ପାଇଁ ପୁରାତ୍ତନ ଛାତ୍ର ଛତ୍ରୀ ଯାହା ପଇସା ଦେବେ ସରକାର ତାର ଦୁଇ ଗୁଣ ଦେବା କଥା ସରକାର ଘୋଷଣା କରିବା ପରେ ସମସ୍ତ ଅନୁଷ୍ଠାନ ମାନଙ୍କରେ ପ୍ରତିଯୋଗିତା ଆରମ୍ଭ ହୋଇ ଯାଇଛି, ସେଇ ଅର୍ଥ କେବଳ ସ୍କୁଲ କଲେଜ ର ଉର୍ନ୍ନତି, ଗରିବ ଶ୍ରେଣୀ ର ପିଲାମାନଙ୍କ ପାଇଁ ପାଠ ପଢ଼ାରେ ସହାୟକ ହୋଇପାରିବ ସେଥିପାଇଁ ଆଜି ମଙ୍ଗଳା ମହାବିଦ୍ୟାଳୟ ର ସର୍ବାଙ୍ଗୀନ ଉନ୍ନତି ପାଇଁ ପୁରାତନ ଛାତ୍ର ଛାତ୍ରୀ ମାନଙ୍କୁ ପରାମର୍ଶ ଦେବା ସହ ପୁରାତନ ଛାତ୍ର ସଂସଦ ର କର୍ମ କର୍ତ୍ତା ଚୟନ କରାଯାଇଥିଲା ଏହି କମିଟି ରେ କଲେଜ ର ପୂର୍ବତନ ଛାତ୍ର ସଂସଦ ର ସଭାପତି (୧୯୯୮)ଥିବା ବିଶ୍ଵଜିତ ଦାସ (ଦିପୁ ) ସଭାପତି ଭାବେ ଏବଂ ପୂର୍ବତନ ସାଧାରଣ ସମ୍ପାଦକ (୨୦୦୫)ଥିବା ରଞ୍ଜନ କୁମାର ନାୟକ ଙ୍କୁ ନିର୍ଦୋନ୍ଦ ରେ ନିର୍ବାଚିତ କରିଥିଲେ ଏବଂ ୨୦ ଜଣ ପୁରାତ୍ତନ ଛାତ୍ର ଛାତ୍ରୀଙ୍କୁ ଏହି କମିଟି ରେ ସାମିଲ କରାଯାଇଥିଲା. ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ କଲେଜ ପରିଚାଳନା କମିଟି ର ସଭାପତି ନିରଞ୍ଜନ ଭୂୟାଁ, କଲେଜ ପ୍ରସାଶନିକ ଅଧିକାରୀ ସରୋଜ କୁମାର ନାୟକ,ମୋ କଲେଜ ଅଭିଯାନର ସଂଯୋଜକ ଲଲାଟେନ୍ଦୁ ସ୍ବାଇଁ ପ୍ରମୁଖ ଯୋଗଦେଇଥିଲେ। କେଲେଜ ର ଉର୍ନ୍ନତି କରିବା ଦିଗରେ ଦୃଷ୍ଟି ଦିଆଯିବ ଏବଂ ଗରିବ ପିଲାମାନେ ଯେଉଁପରି ଭାବରେ କଲେଜ କୁ ଆସି ପଢି ପାରିବେ ତା ଉପରେ ଦୃଷ୍ଟି ଦେବାକୁ ଆଲୋଚନା ହୋଇଥିଲା