
ପ୍ରତ୍ୟେହ ସନ୍ଧ୍ୟାରେ ଗଣେଶ ବଜାର ରେ ଚାଲିଛି ସାଂସ୍କୃତିକ କାର୍ଯ୍ୟକ୍ରମ
କାକଟପୁର ତା ୨୨/୯, ପ୍ରଭୂ ବିଘ୍ନବିନାଶନ ଶ୍ରୀ ଗଜାନନଙ୍କ ପୂଜାପାଇଁ ଚଳଚଞ୍ଚଳ ପୁରୀଜିଲ୍ଲା କାକଟପୁରର ବିଭିନ୍ନ ପୂଜାମଣ୍ଡପ l ପ୍ରତ୍ୟେହ ସନ୍ଧ୍ୟାରେ ପ୍ରତି ପୂଜାମଣ୍ଡପରେ ଚାଲୁରହିଛି ସାଂସ୍କୃତିକ କାର୍ଯ୍ୟକ୍ରମ l କେଉଁଠି ପାରମ୍ପରିକ କଳା ଯଥା ପାଲା, ଦାସକାଠିଆ, ଘୋଡାନାଚ ଆଦି ପରିବେଷଣ ହେଉଥିବାବେଳେ ଗଣେଶ ବଜାର ପୂଜାମଣ୍ଡପ ରେ ଆଜକୁ ତିନି ଦିନ ହେବ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଅଛି l ଘୋଡାନାଚ ଓ ଓଡ଼ିଶାର ଲବ୍ଧପ୍ରତିଷ୍ଠିତ ପାଲା ଗାୟକଙ୍କ ଦ୍ୱାରା ପାଲା ପରିବେଷଣ ହେଉଅଛି l ଦର୍ଶକ ମାନେ ଏହାକୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଉପଭୋଗ କରୁଥିବାବେଳେ ଗଣେଶ ବଜାର ପୂଜା ମଣ୍ଡପ ରେ ଆକର୍ଷଣୀୟ ମୂର୍ତ୍ତି ସାଙ୍ଗକୁ ତୋରଣ ବାଟରେ ଯାଉଥିବା ଲୋକମାନଙ୍କୁ ପୂଜା ମଣ୍ଡପ କୁ ଟାଣି ଆଣିଛି l ଆସନ୍ତା ଶନିବାର ଦିନ ଭଷାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ପୂଜକମିଟିର ସଭାପତି କମଳ ଲୋଚନ ଦୀକ୍ଷିତ ଓ ସମ୍ପାଦକ ମାନସ କୁମାର ଦୀକ୍ଷିତ, ସୌମ୍ୟ ରଞ୍ଜନ ଦାସ ପ୍ରକାଶ କରିଛନ୍ତି l